Historic Baliyatra Cuttack / ଉପର ପଡ଼ିଆରେ ହେବ କି ବାଲିଯାତ୍ରା ? ଆଜି ଜିଲ୍ଲା ପ୍ରଶାସନ ନେଇପାରେ ବଡ଼ ନିଷ୍ପତ୍ତି

Key Points
ବାଲିଯାତ୍ରା ନେଇ ବଡ଼ ବୈଠକ। ଉପର ପଡ଼ିଆରେ ବାଲିଯାତ୍ରା ହେବା ନେଇ ଜିଲ୍ଲା ପ୍ରଶାସନ ନେଇପାରେ ବଡ଼ ନିଷ୍ପତ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ହେବ ଉଚ୍ଚସ୍ତରୀୟ ବୈଠକ ।
ନଭେମ୍ବର ୫ରୁ ଆରମ୍ଭ ହେବାକୁ ଯାଉଛି ବାଲିଯାତ୍ରା । ତେବେ ଐତିହାସିକ ବାଲିଯାତ୍ରାକୁ ନେଇ ଆଜି ହେବ ବଡ଼ ବୈଠକ । ଚଳିତ ବର୍ଷ ଉପର ପଡ଼ିଆରେ ବାଲିଯାତ୍ରା ହେବା ନେଇ ଆଜି ଜିଲ୍ଲା ପ୍ରଶାସନ ନେଇପାରେ ବଡ଼ ନିଷ୍ପତ୍ତି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ହେବ ଉଚ୍ଚସ୍ତରୀୟ ବୈଠକ । କଟକ ସାଂସଦ, କଟକ ଜିଲ୍ଲା ବିଜେପି ସଭାପତିଙ୍କ ସହ ବିଧାୟକ, ସିଏମସି ମେୟର ଓ ବିଭିନ୍ନ ରାଜନୈତିକ ଦଳର ନେତା ଏହି ବୈଠକରେ ଉପସ୍ଥିତ ରହିବେ ।
ତେବେ ଚଳିତ ବର୍ଷ ଉପର ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ଆୟୋଜନ ନ କରିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଯାହାକୁ ନେଇ ବିଭିନ୍ନ ମାହୋଲରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଥିଲା । ଉପର ପଡ଼ିଆରେ ବାଲିଯାତ୍ରା ପାଇଁ ଜୋର ଧରିଛି ଦାବି । କେବଳ ତଳ ପଡ଼ିଆରେ ବାଲିଯାତ୍ରା ହେବ ବୋଲି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଉଭୟ ତଳ ଓ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ପାଇଁ ଦାବି କରିଛନ୍ତି । କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ କଟକ ଜିଲ୍ଲା ବିଜେପି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଚିଠି ଲେଖି ଉପର ପଡିଆରେ ଆୟୋଜନ କରିବା ପାଇଁ ନିବେଦନ କରିଥିଲେ ।
ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ହରାଇବା ପରେ PM ମୋଦିଙ୍କ ପୋଷ୍ଟ; କହିଲେ, କ୍ରିକେଟ ପଡ଼ିଆରେ ସଫଳ ହେଲା 'ଅପରେସନ୍ ସିନ୍ଦୂର'
📱 Get Argus News App
✨ସେପଟେ ଐତିହାସିକ କଟକ ବାଲିଯାତ୍ରା ୨୦୨୫ ପାଇଁ ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇଛି ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ । ୨୬ ସେପ୍ଟେମ୍ବରରୁ ୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପାଇଁ ଆବେଦନ । ଜଣେ ବ୍ୟକ୍ତି ଓ ଅନୁଷ୍ଠାନ ୩ ଟି ଲେଖାଁଏ ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ୧୦୦ ଟଙ୍କା ଦେଇ ଫର୍ମ ନେଇ କରିପାରିବେ ଏହି ଆବେଦନ । cuttack.odisha.gov.in ୱେବସାଇଟରେ ଅଧିକ ବିବରଣୀ ପାଇପାରିବେ । ଖାଦ୍ୟ ପାଇଁ ଅଲଗା ଓ ଅନ୍ୟାନ୍ୟ ପାଇଁ ଅଲଗା ଅଲଗା ଆବେଦନ କରି ପାରିବେ ବ୍ୟକ୍ତି ଓ ଅନୁଷ୍ଠାନ । ଚଳିତ ବର୍ଷ ପ୍ଲଟ ପଞ୍ଜିକରଣ ୫ ହଜାର ଟଙ୍କା ରଖାଯାଇଛି ।
ସେପଟେ ଚଳିତ ବର୍ଷ ବାଲିଯାତ୍ରାର ନାଁ ପରିବର୍ତ୍ତନ କରାଯାଇଛି । ଏଥର ବାଲିଯାତ୍ରା ନାଁ ହେବ ଐତିହାସିକ ବାଲିଯାତ୍ରା କଟକ ୨୦୨୫ । ଆଗରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା । ଏଥର ୩୪ ଏକର ପରିବର୍ତ୍ତେ ୬୦ ଏକର ଜାଗାରେ ହେବ ବାଲିଯାତ୍ରା । ବାଲି ଯାତ୍ରା ପୋର୍ଟାଲରେ ରହିବ ସବୁ ତଥ୍ୟ । ଟ୍ରାଫିକ, ପାର୍କିଂ ସମ୍ୱନ୍ଧୀୟ ସମସ୍ତ ତଥ୍ୟ ଏଥିରେ ରହିବ ।