Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁଇ ଦିନ ହେଲା ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ

Odisha

ଦୁଇ ଦିନ ହେଲା ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ

Jitendra Dash
Browse all articles by Jitendra Dash
·2 years ago·1 min read
ଦୁଇ ଦିନ ହେଲା ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ

ଅର୍ଗସ ବ୍ୟୁରୋ : ଦୁଇ ଦିନ ଧରି ନିଖୋଜ ଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର । ସୁବର୍ଣ୍ଣରେଖା ନଦୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର ମୃତ ଦେହ । ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକର ବିଷ୍ଣୁପୁର ପଞ୍ଚାୟତର ହରେକୃଷ୍ଣ ମଣ୍ଡଳ ପୁଅ କାଳିଚରଣ ମଣ୍ଡଳ ଦୀର୍ଘ ଦୁଇ ଦିନ ହେବ ନିଖୋଜ ଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ସହିତ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କିନ୍ତୁ ଆଜି ରସୁଲପୁର ଗ୍ରାମ ନିକଟ ସୁବର୍ଣ୍ଣରେଖା ନଦୀ କୁଳରେ ଜଣେ ଯୁବକଙ୍କୁ ମୃତ ଦେହ ଭାସୁଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏହାର ଖୋବର ବାଲିଆପାଳ ପୋଲିସକୁ ଦେଇଥିଲେ ଘୋଟଣା ସ୍ତଳରେ ପୋଲିସ ଓ ସ୍ଥାନୀୟ ଲୋକେ ସବକୁ ଉଦ୍ଧାର ପରେ ବିଷ୍ଣୁପୁର ନିଖୋଜ ଯୁବକ କାଳିଚଣ ବୋଲି ଜଣା ପଡିଥିଲା । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ସବ ବ୍ୟବଚ୍ଛେଦ ପାଇଁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ କାଳିଚରଣର ମୃତ୍ୟୁର କାରଣ ଖୋଜୁଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Baliapal Dead body Found | Argus News