|
logo
Live

Argus News - ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ! ବସ୍ତା ପୋଲିସର ତଦନ୍ତ ଆରମ୍ଭ

Odisha

ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ! ବସ୍ତା ପୋଲିସର ତଦନ୍ତ ଆରମ୍ଭ

Jitendra Dash
Browse all articles by Jitendra Dash
·1 year ago·1 min read
ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ! ବସ୍ତା ପୋଲିସର ତଦନ୍ତ ଆରମ୍ଭ

ଅର୍ଗସ ବ୍ୟୁରୋ : ରାସ୍ତାରେ କଡରେ ପଡିଛି  ଯୁବକର ରକ୍ତ ଜୁଡୁବୁଡୁ ଶରୀର । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ । ଘଟଣା ସ୍ଥଳରେ  ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରୀ । ମୃତ ଯୁବକ ଜଣକ ହେଲେ କଟକ ଜଗତପୁର ଅଂଚଳର ପୃଥ୍ୱୀରାଜ ପାତ୍ର । ସୁଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଛାନୁଆ ଗ୍ରାମର ନରାଡ଼ ଛକରେ‌ ଆଜି ସକାଳ ସମୟରେ ରାସ୍ତା ଉପରେ ଏକ ଯୁବକର ରକ୍ତ ଜୁଡ଼ୁବୁଡ଼ୁ ମରଶରୀର ପଡିଥିବା ବେଳେ ମୁଣ୍ଡ ଏବଂ ମୁହଁରେ କଟା ଦାଗ ଦେଖି ବସ୍ତା ପୋଲିସକୁ ଖବର ଦେଇଥିଲେ  ଲୋକେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଜାରି ରଖିଥିଲା ବେଳେ ବାଲେଶ୍ୱର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରୀ ରଖିଛି । ତେବେ ଛକ ଠାରୁ ସ୍କୁଲ ପର୍ଯ୍ୟନ୍ତ ୨୦୦ ମିଟର ରାସ୍ତା ସାରା ରକ୍ତ ଛିଟା ପଡ଼ିଥିବାରୁ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡିଛି । କେହି ଦୃବୃତ୍ତ ହତ୍ୟା କରି  ଫେରାର ହୋଇ ଯାଇଛି । ମୃତ ଯୁବକ ଜଣକ ହେଲେ କଟକ ଜିଲ୍ଲା ଜଗତପୁର ଥାନା ଚାହାପଡା ଗ୍ରାମର ମନୋଜ କୁମାର ପାତ୍ର ଙ୍କ ୨୫ ବର୍ଷର ପୁତ୍ର ପୃଥ୍ୱୀରାଜ ପାତ୍ର ବୋଲି ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ! ବସ୍ତା ପୋଲିସର ତଦନ୍ତ ଆରମ୍ଭ | Argus News