Videos
|
Odisha

Kotia Voting Row / ଆନ୍ଧ୍ରରେ ଭୋଟ୍ ଦେଇଥିବା ଓଡ଼ିଆଙ୍କୁ ଚିହ୍ନଟ କରିବେ ସରକାର; ଆଇନ୍ ମନ୍ତ୍ରୀ ଦେଲେ ବଡ଼ ସଂକେତ

Sushanta Sahoo
Browse all articles by Sushanta Sahoo
·56 mins ago·2 min read
ଆନ୍ଧ୍ରରେ ଭୋଟ୍ ଦେଇଥିବା ଓଡ଼ିଆଙ୍କୁ ଚିହ୍ନଟ କରିବେ ସରକାର; ଆଇନ୍ ମନ୍ତ୍ରୀ ଦେଲେ ବଡ଼ ସଂକେତ
Odisha Minister Signals Action Against Voters

Key Points

ମତଦାନ ପ୍ରତିଶତକୁ ନେଇ ଆନ୍ଧ୍ରର ଦାବି ଭିତରେ ରାଜ୍ୟ ଆଇନ୍ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ବଡ଼ ସଂକେତ ଦେଇଛନ୍ତି । କହିଛନ୍ତି, ମତଦାନ କରିଥିବା ଭୋଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।
ଭୁବନେଶ୍ଵର: କୋଟିଆ ସୀମାକୁ ଲାଗି ରହିଥିବା ଆନ୍ଧ୍ରରେ ଭୋଟ୍ ସରିଛି । କୋରାପୁଟ ପ୍ରଶାସନର ତୀବ୍ର ବିରୋଧ ପରେ ଆନ୍ଧ୍ର ସାରିକାରେ ମତଦାନ କେନ୍ଦ୍ର କରିଥିଲା । ଯେଉଁଠି ୧୦ ପ୍ରତିଶତରୁ କମ୍ ମତଦାନ ହୋଇଥିବା ବେଳେ ଆନ୍ଧ୍ର ୩୫ ପ୍ରତିଶତ ମତଦାନ ହୋଇଥିବା କହୁଛି । ମତଦାନ ପ୍ରତିଶତକୁ ନେଇ ଆନ୍ଧ୍ରର ଦାବି ଭିତରେ ରାଜ୍ୟ ଆଇନ୍ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ବଡ଼ ସଂକେତ ଦେଇଛନ୍ତି ।

କୋରାପୁଟ ପ୍ରଶାସନର ବାରଣ ସତ୍ତ୍ଵେ ଆନ୍ଧ୍ରର ପ୍ରଞ୍ଚାୟତ ନିର୍ବାଚନରେ କୋଟିଆ ଗ୍ରାମପୁଞ୍ଜର କିଛି ଲୋକ ଭାଗ ନେଇଥିଲେ । ଏବେ ସେହି ଭୋଟରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏଭଳି କହି ନାଲି ଆଖି ଦେଖାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, "କୋଟିଆରେ ଦଳ ମତ ନିର୍ବିଶେଷରେ ନେତା ଏକାଠି ହେଲେ, ବଡ଼ ବାର୍ତ୍ତା ଦେଲେ । କିନ୍ତୁ କିଛି ଲୋକ ଅମାନିଆ ହୋଇ ଆନ୍ଧ୍ରପ୍ରଦେଶ ଜିଲ୍ଲା ପରିଷଦ ନିର୍ବାଚନରେ ଭାଗ ନେଲେ ।

ଏଥିସହ ପଢ଼ନ୍ତୁ: ଆନ୍ଧ୍ର ଦାବି ମିଛ; କୋଟିଆରେ ୧୦ ପ୍ରତିଶତରୁ ବି କମ୍ ଭୋଟିଂ ହୋଇଛି କହିଲେ ଜିଲ୍ଲାପାଳ

ସେ ବାବଦରେ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଯିଏ ସୀମା ଡେଇଁ ଭୋଟ୍ ଦେବାକୁ ଯାଇଛନ୍ତି, ସେମାନଙ୍କୁ ଚିହ୍ନଟ କରି ନିଷ୍ପତ୍ତି ନିଆଯିବ । କିଛି ଲୋକ ସଚେତନତା ଅଭାବ ଏବଂ ଆଉ କିଛି ପଡ଼ୋଶୀର ପ୍ରଲୋଭନରେ ଭୋଟ୍ ଦେଇଛନ୍ତି । ସ୍ବ-ଇଛାରେ ଯେଉଁମାନେ ଯାଇଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏସଆଇଆର ବାବଦରେ ମଧ୍ୟ ସରକାର ତର୍ଜମା କରିବେ । ରାଜସ୍ବ ବିଭାଗ ତଥ୍ୟ ସଂଗ୍ରହ କରିବ । ଏ ବାବଦରେ ମୁଖ୍ୟମନ୍ତ୍ରୀ ମଧ୍ୟ ଅବଗତ ଅଛନ୍ତି । ପୂର୍ବ ସରକାର କୌଣସି ପଦକ୍ଷେପ ନନେବାରୁ ସବୁ ଲିଗାଲ୍ କେସରେ ଆମେ ହାରିଲୁ । ଗତ ସରକାର କ'ଣ କରିଥିଲା ସବୁଠୁ ବଡ଼ ପ୍ରଶ୍ନବାଚୀ । ସବୁ ଆଇନଗତ ଦିଗ ଏବେ ବନ୍ଦ ହୋଇଯାଇଛି । ରାଜସ୍ଵ ବିଭାଗ ତାର ତର୍ଜମା କରିବେ ବୋଲି କହିଛନ୍ତି ମନ୍ତ୍ରୀ ।

ଏ ବାବଦରେ ସରକାର ବିଚାର ବିମର୍ଶ କରିବା ପରେ ଆଇନଗତ ଦିଗ କ'ଣ ହେବ ସେ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ସେପଟେ, ଆନ୍ଧ୍ର ପକ୍ଷରୁ ଭୋଟିଂକୁ ନେଇ ହେଉଥିବା ବିଭିନ୍ନ ଦାବିର ସତ୍ୟତା ପ୍ରକାଶ କରିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ । କୋଟିଆରେ ୩୫ ପ୍ରତିଶତ ଭୋଟ୍ କଥା ମିଛ । ୧୦ ପ୍ରତିଶତରୁ ବି କମ୍ ଭୋଟିଂ ହୋଇଛି କହିଲେ ଜିଲ୍ଲାପାଳ ।

ଏଥିସହ ପଢ଼ନ୍ତୁ: ସଫଳ ହୋଇପାରିଲାନି ପଡ଼ୋଶୀର ଷଡ଼ଯନ୍ତ୍ର, ଓଡ଼ିଶାର ଏକତା ଆଗରେ ହାର ମାନିଲା ଆନ୍ଧ୍ର 

ଭୋଟିଂକୁ ନେଇ ଭିନ୍ନ ଭିନ୍ନ ଦାବି

ଭୋଟିଂକୁ ନେଇ ଭିନ୍ନ ଭିନ୍ନ ଦାବି ଓ ସୋସିଆଲ ମିଡିଆରେ ପ୍ରଚାରିତ ଖବରର ସତ୍ୟତା ଉପରେ ପ୍ରଶ୍ନ ଉଠିଥିବା ବେଳେ ଆଜି କୋରାପୁଟ ଜିଲ୍ଲାପାଳ ଗଣମାଧ୍ୟମ ସାମ୍ନାରେ ଏହାର ଉତ୍ତର ରଖିଛନ୍ତି । ଆନ୍ଧ୍ର ପ୍ରଦେଶ ରିପୋର୍ଟ ପ୍ରାୟ ୮୫୦ ଭୋଟିଂକୁ ନେଇ ଦାବି କରାଯାଉଥିବା ବେଳେ ଅନ୍ୟପଟେ ୧୦୨୧ ଭୋଟ୍ କମ୍ ହୋଇଥିବା ନେଇ ମଧ୍ୟ ତଥ୍ୟ ଦିଆଯାଇଛି । ତେବେ ଏହି ସଂଖ୍ୟା ଓ ଭୋଟିଂ ସମ୍ପର୍କିତ ଦାବିର ସ୍ୱତନ୍ତ୍ର ଯାଞ୍ଚ ଏବେ ଆବଶ୍ୟକ କହିଲେ କୋରାପୁଟ ଜିଲ୍ଲାପାଳ।