Crime In Odisha / ଘରେ ବାସ୍ତୁ ଦୋଷ ଥିବା କହି ପୂଜାର୍ଚ୍ଚନା ପରେ ଖାଇବାକୁ ଦେଲେ କଦଳୀ; ତା'ପରେ....
·38 mins ago·2 min read

Key Points
ଘରେ ବାସ୍ତୁ ଦୋଷର ପ୍ରତିକାର ପାଇଁ ପୂଜାର୍ଚ୍ଚନା କରି ୩ଟି କଦଳୀ ଖାଇବାକୁ ଦେଲେ । ଆଉ ବାବା ଦେଇଥିବା କଦଳୀ ଖାଇବା ପରେ ସମସ୍ତେ ବେହୋସ୍ ବା ଅଚେତ ହୋଇଗଲେ ।
ଉଦଳା (ମୟୂରଭଞ୍ଜ): ବାବା ବେଶରେ ଆସିଲେ । ଘରେ ବାସ୍ତୁ ଦୋଷ ଅଛି କହିଲେ । ଆଉ ମହିଳାଙ୍କୁ ଭୂତେଇବାରେ ସଫଳ ହେବା ପରେ ଘରେ ପୂଜାର୍ଚ୍ଚନା କରି ୩ଟି କଦଳୀ ଖାଇବାକୁ ଦେଲେ । ଆଉ ବାବା ଦେଇଥିବା କଦଳୀ ଖାଇବା ପରେ ସମସ୍ତେ ବେହୋସ୍ ବା ଅଚେତ ହୋଇଗଲେ ।
ଆଉ ପରିବାରର ସମସ୍ତେ ଅଚେତ ହୋଇ ପଡ଼ିବାର ସୁଯୋଗ ନେଇ ଭଣ୍ଡ ବାବା ତାଙ୍କ ଅସଲ ରୂପ ଦେଖାଇଲେ । ପରିବାରର ସମସ୍ତେ ବେହୋସ୍ ହୋଇ ପଡ଼ିଥିବା ବେଳେ ୧୬ ବର୍ଷର ଅଚେତ ଝିଅ ସହ ସମ୍ପର୍କ ରଖି ତାର ଭିଡିଓ କଲେ ବାବା । ଆଉ ଘଟଣାର କିଛିଦିନ ପରେ ଉକ୍ତ ଭିଡିଓ ଭାଇରାଲ୍ କରିବା ପରେ ଏବେ କଦଳୀ ବାବାଙ୍କ କାରନାମା ସମସ୍ତଙ୍କ ସାମ୍ନାକୁ ଆସିଛି ।
ଏଥିସହ ପଢ଼ନ୍ତୁ: ଖାକିରେ କଳଙ୍କ, ୩ ବର୍ଷରେ ୧୩ ପୋଲିସ ବାବୁଙ୍କ ନାଁରେ ଅସଦାଚରଣ ଅଭିଯୋଗ
ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ହାତୀସାହି ଅଞ୍ଚଳର ଜଣେ ମହିଳାଙ୍କ ଘରେ ବାବା ବେଶରେ ପହଞ୍ଚିଥିଲେ ସାନସାତଷୋଳ ଗାଁର ଗଗନ ନାୟକ । ମହିଳାଙ୍କ ଘରେ ସେପ୍ଟେମ୍ବର ୭ ତାରିଖରେ ପହଞ୍ଚିବା ସହ ବାସ୍ତୁ ଦୋଷ ଥିବା କହିଥିଲେ । ଯାହାପରେ ଘରେ ପୂଜାର୍ଚ୍ଚନା କରି ପରିବାର ଲୋକଙ୍କୁ ୩ଟି କଦଳୀ ଖାଇବାକୁ ଦେଇଥିଲା ଗଗନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବେହୋସ୍ ପରେ ନାବାଳିକାଙ୍କୁ ଅସଦାଚରଣ
ପରିବାରର ସମସ୍ତ ସଦସ୍ୟ ଅଚେତ ହୋଇ ପଡ଼ିବା ପରେ ଗଗନ ମହିଳାଙ୍କ ନାବାଳିକା ଝିଅ ସହ ଅସଦାଚରଣ କରିଥିଲା । ଆଉ ଏହି ସମୟର ଭିଡିଓକୁ ନିଜ ମୋବାଇଲ୍ରେ ମଧ୍ୟ କଏଦ କରି ନେଇଥିଲା । କିଛିଦିନ ପରେ ଉକ୍ତ ଭିଡିଓକୁ ଗଗନ ଭାଇରାଲ୍ କରିବା ପରେ ପରିବାର ଲୋକେ ଝିଅ ସହ ଅସଦାଚରଣ ହୋଇଥିବା ନେଇ ଉଦଳା ଥାନାରେ ୨୨ ତାରିଖରେ ଅଭିଯୋଗ କରିଥିଲେ ।
ପରିବାରର ଅଭିଯୋଗ କ୍ରମେ ପୋଲିସ ଛାନଭିନ୍ କରି କଦଳୀ ବାବା ଭାବେ ପରିଚିତ ଗଗନ ନାୟକକୁ ଗିରଫ କରିଛି । କପ୍ତିପଦା ଉପଖଣ୍ଡ ପୋଲିସ ଅଧିକାରୀ ଗୋକୁଳାନନ୍ଦ ସାହୁ କହିଛନ୍ତି, "ଅଭିଯୁକ୍ତ ବାବା ଭାବେ ପୂଜାର୍ଚ୍ଚନ କରିବା ପରେ ପରିବାର ଲୋକଙ୍କୁ ୩ଟି କଦଳୀ ଖାଇବାକୁ ଦେଇଥିଲା । ସମସ୍ତେ ଅଚେତ ହେବା ପରେ ସେହି ଘରେ ହିଁ ୧୬ ବର୍ଷର ଝିଅ ସହ ସମ୍ପର୍କ ରଖି ଭିଡିଓ ଉଠାଇଥିଲା । ପରେ ଭିଡିଓ ଭାଇରାଲ୍ କରିଥିଲା । ଅଭିଯୋଗ କ୍ରମେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।"
ଏଥିସହ ପଢ଼ନ୍ତୁ: ଏସିଏଫ୍ ସୌମ୍ୟରଞ୍ଜନ ମୃ*ତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଚାକିରିରୁ ନିଲମ୍ବିତ
ତେବେ ଗଗନ (କଦଳୀ ବାବା) କେବଳ ଏହି ଗୋଟିଏ ପରିବାର ସହ ଏଭଳି କାର୍ଯ୍ୟ କରିଛି ନା ଏକାଧିକ ପରିବାର ଏଭଳି ଭାବେ ପୀଡ଼ିତ ? ସେ ଦିଗରେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି କପ୍ତିପଦା ଏସ୍ଡିପିଓ । ଏବେ ଗଗନ ଓରଫ କଦଳୀ ବାବାର କଳା କାରାନାମା ପେଡ଼ି ଖୋଜୁଛି ପୋଲିସ ।