|
logo
Live
Argus News App
GET APP

Argus News - ନିଜ ଘର ନିଜେ ଭାଙ୍ଗି ଚମ୍ପଟ ମାରିଲେ ବାଂଲାଦେଶୀ

Odisha

Bangladeshi Eviction Drive / ନିଜ ଘର ନିଜେ ଭାଙ୍ଗି ଚମ୍ପଟ ମାରିଲେ ବାଂଲାଦେଶୀ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ନିଜ ଘର ନିଜେ ଭାଙ୍ଗି ଚମ୍ପଟ ମାରିଲେ ବାଂଲାଦେଶୀ

Key Points

ନିଜ ଘର ନିଜେ ଭାଙ୍ଗି ଚମ୍ପଟ ମାରିଲେ ସନ୍ଦିଗ୍ଧ ବାଲାଂଦେଶୀ
ବେହେରାମପୁର ନିକଟରେ ସରକାରୀ ଜମି ମାଡ଼ି ବସିଥିବା ଘର ଭାଙ୍ଗିଲେ
ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ଚାଲିଛି ବାଲାଂଦେଶୀ ହଟାଓ ଅଭିଯାନ
ନିଜ ଘର ନିଜେ ଭାଙ୍ଗିଲେ ବାଂଲାଦେଶୀ । ଜଗତସିଂହପୁର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ବାଂଲାଦେଶୀ ହଟାଅ ଅଭିଯାନକୁ ଜୋରଦାର କରାଯାଇଛି । ବିଭିନ୍ନ ସ୍ଥାନରେ ବେଆଇନ ଭାବେ ସରକାରୀ ଜାଗାରେ ଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରକୁ ଭଙ୍ଗା ଯାଉଛି । ପ୍ରଶାସନର ଏହି ଅଭିଯାନକୁ ଦେଖି ଜଗତସିଂହପୁରର ବେହେରାମପୁର ନିକଟରେ ସରକାରୀ ଜାଗାକୁ ଜବର ଦଖଲ କରିଥିବା କିଛି ସନ୍ଦିଗ୍ଧ ବାଂଲାଦେଶୀ ନିଜ ଘର ନିଜେ ଭାଙ୍ଗି ବସ୍ତି ଛାଡ଼ି ଅନ୍ୟତ୍ର ଚାଲି ଯାଇଥିବା ଦେଖିବାକୁ ମିଳିଛି ।

ବେହେରାମପୁର ବସ୍ତିରେ ଭଡ଼ା ଘରେ ୩୦ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବାର ଖବର ପୋଲିସ୍‌ ପାଇଥିଲା । ଆଉ ଏହି ଖବର ମିଳିବା ପରେ ଗତ ସୋମବାର ପୋଲିସ୍‌ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣର କଟୁରୀ, ଖଣ୍ଡା, ଭୁଜାଲି, ବନ୍ଧୁକ ମିଳିଥିଲା । ଘଟଣାସ୍ଥଳରୁ ସିସିଟିଭି ହାର୍ଡ ଡିସ୍କ ନେଇ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଅଲ୍ଲୀ ସହ ୩୦ରୁ ଅଧିକ ବାଂଲାଦେଶୀ ଖସି ପଳାଇଥିଲେ ।

ଅଧିକ ପଢ଼ନ୍ତୁ: ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସୂଚନା ଅନୁସାରେ, ଜଗତସିଂହପୁରରେ ବାଂଲାଦେଶୀ ସିଣ୍ଡିକେଟ୍‌ର ମୁଖ୍ୟ ହେଉଛି ସିକନ୍ଦର ଅଲ୍ଲି । ସିକନ୍ଦର ମର୍ଚ୍ଚାଣ୍ଟ ନାଭିରେ କାମ କରୁଥିଲା । ଖବର ଅନୁସାରେ, ୫ଟି ଦେଶରୁ ଅର୍ଥ ରାଶି ଆଣି ଫଣ୍ଡିଂ କରି ମଦ୍ରାସା ଚଲାଉଥିଲା ସିକନ୍ଦର । ରବିବାର ରାତିରେ ସିକନ୍ଦର ଆସିଥିଲା, ସୋମବାର ପୋଲିସର ଚଢ଼ାଉ ପୂର୍ବରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା ।

ଜଗତସିଂହପୁରରେ ବାଂଲାଦେଶୀ ବାହାରିବା ପରେ ଆକ୍ସନ ମୋଡରେ ଓଡ଼ିଶା ପୋଲିସ । ଜଗତସିଂହପୁରରୁ ବାଂଲାଦେଶୀ ଧରାପଡିବା ପରେ କେନ୍ଦ୍ରାପଡାରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଆରମ୍ଭ ହୋଇଛି । କେନ୍ଦ୍ରାପଡା ଏସପି ଆରମ୍ଭ କରିଛନ୍ତି ବାଂଲାଦେଶୀ ଯାଞ୍ଚ ପ୍ରକ୍ରିୟା । ବିଭିନ୍ନ ସ୍ଥାନରେ ବ୍ଳକିଂ ଓ ଚେକିଂ କରି ଜୋରଦାର ଚଢାଉ କରାଯାଉଛି ।

ସେପଟେ ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେମାନଙ୍କ ବିରୁଦ୍ଧରେ ସରକାରଙ୍କ ଆଭିମୁଖ୍ୟ କଠୋର ରହିଛି । ସରକାର ଆସିବା ପରେ ଗୋଟିଏ ପର୍ଯ୍ୟାୟରେ ଏହି କାର୍ଯ୍ୟ କରାଯାଇଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ । ଆଇନ ମନ୍ତ୍ରୀଙ୍କ କହିବାନୁଯାୟୀ, ଯେଉଁଠି ଯେଉଁଠି ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ, ସେମାନଙ୍କ କାର୍ଯ୍ୟକୁ ତଦାରଖ କରାଯିବ ଏବଂ ସେମାନଙ୍କୁ ଦେଶରୁ ବାହାର କରିବା ପାଇଁ ନିଷ୍ପତ୍ତି ମଧ୍ୟ ହୋଇଛି । ଏନେଇ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିବେ ।

ଖାଲି ସେତିକି ନୁହେଁ, ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ କହିଥିଲେ ଯେ, ତଟବର୍ତ୍ତୀ ଅଞ୍ଚଳ ପୋଲିସକୁ ସଶକ୍ତ କରାଯାଇଛି ଏବଂ କୋଷ୍ଟ ଗାର୍ଡ ନିରୀକ୍ଷଣ କରୁଛି । ଓଡିଶାର ତଟ ସମ୍ପୂର୍ଣ୍ଣ ସୁରକ୍ଷିତ । ତେବେ ଯେଉଁମାନେ ଅନୁପ୍ରବେଶ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରିବା ପାଇଁ ସରକାର ସମସ୍ତ ବ୍ୟବସ୍ଥା ହାତକୁ ନେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bangladeshi Eviction Drive: ନିଜ ଘର ନିଜେ ଭାଙ୍ଗି ଚମ୍ପଟ ମାରିଲେ ବାଂଲାଦେଶୀ | Argus News