Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଞ୍ଜରା ଗ୍ୟାଙ୍ଗ କବଳରେ ବାଲେଶ୍ୱର; ପାଟ୍ରୋଲିଂ କଡ଼ାକଡ଼ି କଲା ପୋଲିସ

Odisha

Banjara Gang / ବଞ୍ଜରା ଗ୍ୟାଙ୍ଗ କବଳରେ ବାଲେଶ୍ୱର; ପାଟ୍ରୋଲିଂ କଡ଼ାକଡ଼ି କଲା ପୋଲିସ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ବଞ୍ଜରା ଗ୍ୟାଙ୍ଗ କବଳରେ ବାଲେଶ୍ୱର; ପାଟ୍ରୋଲିଂ କଡ଼ାକଡ଼ି କଲା ପୋଲିସ
Theft Fears Grow in Balasore

Key Points

ରାତି ହେଲେ ବଢ଼ୁଛି ଚୋରି ଭୟ, ଆତଙ୍କରେ ଦିନ କାଟୁଛନ୍ତି ସାଧାରଣ ଲୋକ । ବିଭିନ୍ନ ଅଞ୍ଚଳରେ ସନ୍ଦେହ ଜନକ ଲୋକଙ୍କ ଚଳପ୍ରଚଳକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତା ଦ୍ଵିଗୁଣିତ ହୋଇଛି ।
ବାଲେଶ୍ୱର: ସହରରେ ଏବେ ମାଳ ମାଳ ବଞ୍ଜରା ଗ୍ୟାଙ୍ଗଙ୍କ ଉପଦ୍ରବ । ରାତି ହେଲେ ବଢ଼ୁଛି ଚୋରି ଭୟ, ଆତଙ୍କରେ ଦିନ କାଟୁଛନ୍ତି ସାଧାରଣ ଲୋକ । ବିଭିନ୍ନ ଅଞ୍ଚଳରେ ସନ୍ଦେହ ଜନକ ଲୋକଙ୍କ ଚଳପ୍ରଚଳକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତା ଦ୍ଵିଗୁଣିତ ହୋଇଛି । ଏହି ଗ୍ୟାଙ୍ଗ ଛୋଟ ଛୋଟ ଶିଶୁମାନଙ୍କୁ ଚୋରି କାର୍ଯ୍ୟରେ ବ୍ୟବହାର କରିବା ସହ ଘରେ ପଶି ଚୋରି ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।

ଏଥିସହ ପଢ଼ନ୍ତୁ: ତାମିଲନାଡ଼ୁ ଗ୍ୟାସ୍‌ ଲିକ୍‌ ମୃତକଙ୍କ ମଧ୍ୟରେ ୨ ଓଡ଼ିଆ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ 

ବାଲେଶ୍ୱରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବଞ୍ଜରା ଗ୍ୟାଙ୍ଗ ଆତଙ୍କ । ଦିନ ସମୟରେ ବିଭିନ୍ନ ଜିନିଷ ବିକ୍ରି କରିବା କିମ୍ବା ଭିକ ମାଗିବା ଆଳରେ ଏହି ଗ୍ୟାଙ୍ଗର ସଦସ୍ୟମାନେ ସହରର ବିଭିନ୍ନ ଘର ଓ ଅଞ୍ଚଳ ରେକି କରୁଛନ୍ତି । କେବଳ ସେତିକି ନୁହେଁ, ନିଜର ଅପରାଧିକ ସାମ୍ରାଜ୍ୟ ବିସ୍ତାର ପାଇଁ ଏମାନେ ଛୋଟ ପିଲାଙ୍କୁ ମଧ୍ୟ ଚୋରି ଏବଂ ଅପରାଧିକ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ।

ରାତି ଅନ୍ଧାରର ସୁଯୋଗ ନେଇ ଘରେ ପଶି ଚୋରି ଉଦ୍ୟମ କରିବା ସହ ରାସ୍ତାଘାଟରେ ଲୋକଙ୍କୁ ଜୋରଜବରଦସ୍ତି ଟଙ୍କା ମାଗୁଥିବା ଅଭିଯୋଗ ହେଉଛି। ଏହି ଘଟଣା ପରେ ବାଲେଶ୍ୱର ସହରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।

ଏଥିସହ ପଢ଼ନ୍ତୁ: ମଲା ପରେ ବି ପିଛା ଛାଡୁନି ବିବାଦ; ଶବ ସତ୍କାର ପାଇଁ ୨ ପତ୍ନୀଙ୍କ ହାଇଡ୍ରାମା 

ବଞ୍ଜରା ଗ୍ୟାଙ୍ଗଙ୍କ ଉପଦ୍ରବ ଯୋଗୁଁ ସହରବାସୀଙ୍କ ଜୀବନ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ଏବେ ଏହାର ସମାଧାନର ବାଟ ଖୋଜୁଛି ପୋଲିସ । ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ଅଟକ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି ।

ବଞ୍ଜରା ଗ୍ୟାଙ୍ଗଙ୍କ ଏଭଳି ଆତଙ୍କ ସହରବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ ପୋଲିସ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନ ହିଁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଆଣିପାରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored