Funeral Row / ମଲା ପରେ ବି ପିଛା ଛାଡୁନି ବିବାଦ; ଶବ ସତ୍କାର ପାଇଁ ୨ ପତ୍ନୀଙ୍କ ହାଇଡ୍ରାମା
·2 months ago·2 min read

Key Points
ସିନ୍ଦୂରର ଅଧିକାର ନୁହେଁ ଶବସତ୍କାର ପାଇଁ କଳି
ଫ୍ରିଜରରେ ଥିଲା ମୃତଦେହ, ବାହାରେ ଦୁଇ ପତ୍ନୀଙ୍କ ହାଇଡ୍ରାମା
ପୋଷ୍ଟମର୍ଟମର ୨୪ ଘଣ୍ଟା ପରେ ହେଲା ଶବସତ୍କାର

ଭୁବନେଶ୍ଵର: ଫ୍ରିଜର୍ରେ ଥିଲା ସ୍ୱାମୀଙ୍କ ମୃତଦେହ । ଆଉ ବାହାରେ ମୃତଦେହ ନେବାକୁ ବାହାରେ ଚାଲିଥିଲା ଟଣା ଓଟରା । ଭୁବନେଶ୍ୱର ଗାଡ଼କଣ ସୁଶୀଲ ସିଂ ହତ୍ୟା ମାମଲାରେ ଶବ ବ୍ୟବଛେଦ ଗୃହ ନିକଟରେ ଦେଖିବାକୁ ମିଳିଛି ଏଭଳି କିଛି ଅଭାବନୀୟ ଦୃଶ୍ୟ ।
ଶେଷରେ ପୁଲିସ ଓ ସ୍ଥାନୀୟ କର୍ପୋରେଟରଙ୍କ ହସ୍ତକ୍ଷେପ ପରେ ପୋଷ୍ଟ ମର୍ଟମର ୨୪ ଘଣ୍ଟା ପରେ ସତ୍ୟନଗର ସ୍ମଶାନରେ ସୁଶୀଲଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରକୀୟା ପ୍ରୀତିରୁ ଶନିବାର ସୁଶୀଲଙ୍କୁ ହତ୍ୟା କରିଥିଲେ ପଡ଼ୋଶୀ ନୀଳକଣ୍ଠ ମହାନ୍ତି ।
ଶବ ପାଇଁ ଟଣା ଓଟରା
ଗାଡ଼କଣର ସୁଶୀଲ ସିଂଙ୍କୁ ହତ୍ୟା କରାଯାଥିବା ବେଳେ ତାଙ୍କର ୨ ଜଣ ପତ୍ନୀ ଥିବା ଅଛନ୍ତି । ଆଉ ରବିବାର ଶବ ବ୍ୟବଛେଦ ଗୃହ ନିକଟରେ ଦୁଇ ପତ୍ନୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ହାଇଡ୍ରାମା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଏକମାତ୍ର ପୁଅର ନିଶା ସେବନରେ ଅତିଷ୍ଠ ବାପାମାଆ, ଶେଷରେ ଘରେ ଝୁଲି ପଡ଼ିଲେ
କିଏ ନେବ ମୃତଦେହ ? ଶବ ନେବାକୁ ନେଇ ଆରମ୍ଭ ହୋଇଥିଲା ଟଣା ଓଟରା । ପ୍ରଥମ ପତ୍ନୀ ମୃତଦେହ ନେବାକୁ କହୁଥିବା ବେଳେ ଦ୍ୱିତୀୟ ପତ୍ନୀ ମଧ୍ୟ ମୃତଦେହ ନେବାକୁ ଅଡ଼ି ବସିଥିଲେ | ଯାହାକୁ ନେଇ ବିବାଦ ଉପୁଜିଥିଲା ।
ଶେଷରେ ଘଟଣାରେ ଏଣ୍ଟ୍ରି ମାରିଥିଲା ମଞ୍ଚେଶ୍ୱର ଥାନା ପୋଲିସ । ସ୍ଥାନୀୟ କର୍ପୋରେଟରଙ୍କ ହସ୍ତକ୍ଷେପ ପରେ ତୁଟିଥିଲା ବିବାଦ । ଉଭୟ ପତ୍ନୀ ଓ ପରିବାର ଲୋକଙ୍କ ସହମତିରେ ସତ୍ୟନଗର ଶ୍ମଶାନରେ ମୃତଦେହ ଦାହ କରାଯାଇଛି ।
ଶନିବାର ଗାଡ଼କଣ ସାଇ ବିହାର ବସ୍ତିରେ ପରକିୟା ପ୍ରୀତିକୁ ନେଇ ପଡ଼ୋଶୀ ନୀଳକଣ୍ଠ, ସୁଶୀଲଙ୍କୁ ହାଣି ହତ୍ୟା କରିଥିଲା । ମାମଲାରେ ଅଭିଯୁକ୍ତ ନୀଳକଣ୍ଠ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ତଦନ୍ତ କରୁଛି ପୋଲିସ ।
କେମିତି ଘଟିଲା ହତ୍ୟାକାଣ୍ଡ ?
ଶନିବାର ସକାଳ ପ୍ରାୟ ୧୧ଟା । ମଞ୍ଚେଶ୍ୱର ଗାଡ଼କଣ ସାଇ ବିହାର ବସ୍ତି କୁଞ୍ଜ ଦେଇ ମନ୍ଦିରରୁ ବାଇକ୍ରେ ଫେରୁଥିଲେ ବସ୍ତିର ପୂର୍ବତନ ସଭାପତି ସୁଶୀଲ ସିଂ । କେହି କିଛି ବୁଝିବା ପୂର୍ବରୁ ହଠାତ୍ ଅତର୍କିତ ଭାବେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପେଟ ଆଉ ବେକକୁ ଛୁରୀରେ ହାଣି ଚାଲିଲା ଅଭିଯୁକ୍ତ ।

ଏଥିସହ ପଢ଼ନ୍ତୁ: ଦିନ ଦ୍ୱି-ପ୍ରହରରେ ଗୋଡ଼ାଇ ଗୋଡ଼ାଇ ହତ୍ୟା; ବାଇକ୍ରେ ଯାଉଥିବା ବେଳେ କାଟିଦେଲା ତଣ୍ଟି
ପଡ଼ୋଶୀ, ପରକୀୟା ପ୍ରୀତି...
ଘଟଣାସ୍ଥଳରେ ହିଁ ସୁଶୀଲ ସିଂଙ୍କର ମୃତ୍ୟୁ ହୋଇଥିବା ବେଳେ ହତ୍ୟାକାରୀ ସାଜିଥିଲା ତାଙ୍କରି ପଡ଼ୋଶୀ ନୀଳକଣ୍ଠ ମହାନ୍ତି । ଏହି ହତ୍ୟାକାଣ୍ଡ ପଛରେ ପରକୀୟା ପ୍ରୀତିର କାହାଣୀ ଥିବା ନେଇ ଅଭିଯୁକ୍ତର ସ୍ତ୍ରୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।
୬ ମାସ ତଳେ ନୀଳକଣ୍ଠ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସମାଧାନ ପାଇଁ କଥା ପହଞ୍ଚିଥିଲା ବସ୍ତି ସଭାପତି ସୁଶୀଲ ସିଂଙ୍କ ପାଖରେ । ସୁଶୀଲ ସମାଧାନ କରିବା ବଦଳରେ ନୀଳକଣ୍ଠଙ୍କୁ ତାଙ୍କ ସ୍ତ୍ରୀକୁ ଘରୁ ବାହାର କରିଦେବାକୁ କହିଥିଲେ । ପରେ ସ୍ୱାମୀ-ସ୍ତ୍ରୀଙ୍କ କଳି ମହିଳା ଥାନାରେ ପହଞ୍ଚିଥିଲା ଏବଂ ନୀଳକଣ୍ଠ ଜେଲ୍ ଯାଇଥିଲେ ।

Related Topics
Explore more stories