|
logo
Live

Argus News - ଜମାକାରୀଙ୍କ ବ୍ୟାଙ୍କ ଖାତା ଜିରୋ, ଗୋଲ ହେଇଗଲା ଲକ୍ଷ ଲକ୍ଷ ଟଙ୍କା

Odisha

ଜମାକାରୀଙ୍କ ବ୍ୟାଙ୍କ ଖାତା ଜିରୋ, ଗୋଲ ହେଇଗଲା ଲକ୍ଷ ଲକ୍ଷ ଟଙ୍କା

Jitendra Dash
Browse all articles by Jitendra Dash
·2 years ago·1 min read
ଜମାକାରୀଙ୍କ ବ୍ୟାଙ୍କ ଖାତା ଜିରୋ, ଗୋଲ ହେଇଗଲା ଲକ୍ଷ ଲକ୍ଷ ଟଙ୍କା

ଅର୍ଗସ ବ୍ୟୁରୋ : ଜମାକାରୀଙ୍କ ଅଜାଣତରେ ସେମାନଙ୍କ ବ୍ୟାଙ୍କ ଖାତାରୁ ଉଠିଲା ଲକ୍ଷ ଲକ୍ଷ ଟଙ୍କା । ସେମାନଙ୍କ ଆକାଉଣ୍ଟରୁ ଉଠିଛି ୮୫ ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳିର ସିଙ୍ଗିରିବାଜ଼ର ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖାରେ । ୬ ଜଣ ଗ୍ରାହକଙ୍କ ୭ଟି ଆକାଉଣ୍ଟରୁ ୮୫ ଲକ୍ଷ ଟଙ୍କା ହଡ଼ପ ହୋଇଛି । ଟଙ୍କା ଉଠୁଥିଲା ବ୍ୟାଙ୍କ ଆକାଉଣ୍ଟରୁ, ହେଲେ ନା ଉପଭୋକ୍ତା ଜାଣିପାରିଲେ ନା ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିପାରିଲେ । ୬ ଜଣ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରୁ ୮୫ ଲକ୍ଷ ଟଙ୍କା ଉଠାଇ ହରଣଚାଳ କରିଥିବା ଅଭିଯୋଗ ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମିଳିଥିବା ସୂଚନା ଅନୁଯାୟୀ, ଆଳି ବନ୍ଧସାହି-ବିଲିକଣା ଗାଁର ସୁରେନ୍ଦ୍ର କୁମାର ନାୟକ, ଯିଏ ଦୁବାଇରେ ରୁହନ୍ତି । ଏହି ବ୍ୟାଙ୍କରେ ତାଙ୍କ ନାଁରେ ଦୁଇଟି ଆକାଉଣ୍ଟ ସହ ପତ୍ନୀ ଏବଂ ୨ ପୁଅଙ୍କ ନାଁରେ ମୋଟ୍ ୫ଟି ଆକାଉଣ୍ଟ ଖୋଲି ୭୦ଲକ୍ଷ ଟଙ୍କା ରଖିଥିଲେ । କିନ୍ତୁ ଏବେ ଆକାଉଣ୍ଟ ଖାଲି । ସେହିପରି ଗଲଫ କଣ୍ଟ୍ରିରେ ଥିବା ସିଙ୍ଗିରି ଗାଁର ଅଞ୍ଜନ ମହାଳିକଙ୍କ ଆକାଉଣ୍ଟରୁ ୧୧ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଆଳି ପୋଲିସ ବ୍ୟାଙ୍କର ପିଅନ, ବ୍ୟାଙ୍କଷ୍ଟାଫ ଓ ପୂର୍ବତନ ଶାଖା ପରିଚାଳକଙ୍କ ନାଁରେ ମାମଲା ରୁଜୁ କରିବା ସହିତ ପିଅନ ସତ୍ୟାନନ୍ଦ ଘଡାଇକୁ ଗିରଫ କରି କୋର୍ଟଚାଲାଣ କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଜମାକାରୀଙ୍କ ବ୍ୟାଙ୍କ ଖାତା ଜିରୋ, ଗୋଲ ହେଇଗଲା ଲକ୍ଷ ଲକ୍ଷ ଟଙ୍କା | Argus News