Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଙ୍ଗଲ ଦେଇ ଯାଉଥିବା ସମୟରେ ଯୁବକଙ୍କୁ ଦଳିଦେଲା ଦନ୍ତା

Jitendra Dash
Browse all articles by Jitendra Dash
·2 years ago·1 min read
ଜଙ୍ଗଲ ଦେଇ ଯାଉଥିବା ସମୟରେ ଯୁବକଙ୍କୁ ଦଳିଦେଲା ଦନ୍ତା

ଅର୍ଗସ ବ୍ୟୁରୋ : କାଜୁ ଜଙ୍ଗଲରେ ଯୁବକଙ୍କୁ ଦଳିଦେଲା ଦନ୍ତା । ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ । ସୂଚନା ଅନୁସାରେ ବାଙ୍କୀ ଥାନା ଅନ୍ତର୍ଗତ ବାଁଆରା ପଞ୍ଚାୟତ କୂଅମଡ଼ା କାଜୁ ଜଙ୍ଗଲ ବାଟ ଦେଇ ୩ ଜଣ ଯୁବକ ଚନ୍ଦକା ଯାଉଥିବା ସମୟରେ ହଠାତ ଏକ ଦନ୍ତା ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା । ଦୁଇଜଣ ଯୁବକ ହାତୀ କବଳରୁ ଖସି ପଳାଉ ଯାଇଥିବା ବେଳେ ଜଣେ ଯୁବକ ସାମ୍ନାରେ ପଡି ଯାଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ମୃତ ଯୁବକ ଜଣକ ଚନ୍ଦକା ନିକଟ ଫିରିକିନାଳୀ ଗାଁର କେଦାର ଚାଟର ବୋଲି ପରିଚୟ ମିଳିଛି । ଘଟଣା ସ୍ଥଳରେ ବାଙ୍କୀ ପୋଲିସ ଓ ଡମପଡା ବନ ଅଧିକାରୀ ପଂହଁଚି ତଦନ୍ତ ଜାରି ରଖିଛନ୍ତି । ତେବେ କାଜୁ ଗୋଟାଇବାକୁ ଆସିଥିବା ସମୟରେ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି ମୃତଙ୍କ ସମ୍ପର୍କୀୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
banki elephant attack | Argus News