Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବନମାଳି ଜୁଏଲର୍ସରେ ଜିଏସଟି ଫାଙ୍କୁଥିବା ଅଭିଯୋଗରେ ଚଢ଼ାଉ

Odisha

ବନମାଳି ଜୁଏଲର୍ସରେ ଜିଏସଟି ଫାଙ୍କୁଥିବା ଅଭିଯୋଗରେ ଚଢ଼ାଉ

Swayangprajna Mishra
Browse all articles by Swayangprajna Mishra
·2 years ago
ବନମାଳି ଜୁଏଲର୍ସରେ ଜିଏସଟି ଫାଙ୍କୁଥିବା ଅଭିଯୋଗରେ ଚଢ଼ାଉ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡେଲି ମାର୍କେଟ ସ୍ଥିତ ବନମାଲି ଜୁଏଲର୍ସରେ  ଆଜି ଜିଏସଟି ଫାଙ୍କୁଥିବା ଅଭିଯୋଗରେ ଚଢ଼ାଉ କରାଯାଇଛି ।  ବଲାଙ୍ଗିର ଜିଏସଟି ଡେପୁଟି କମିଶନର କିଶୋର ଚନ୍ଦ୍ର ମେହେରଙ୍କ ନେତୃତ୍ୱରେ ଜିଏସଟି ବିଭାଗର ୯ ଜଣିଆ ଟିମ ଚଢ଼ାଉ କରି ଯାଞ୍ଚ କରୁଛନ୍ତି।  ଏଥିରେ ବଲାଙ୍ଗୀର ଓ ନୂଆପଡା ର ଅଧିକାରୀ ମାନେ ସାମିଲ ଅଛନ୍ତି । 

ଅଧିକ ପଢନ୍ତୁ ଓଡିଶା ଖବର 

ଦୋକାନରେ ଚଢ଼ଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିବା ବେଳେ ବିଭିନ୍ନ କାଗଜପତ୍ରକୁ ଜବତ କରିଛି । ଜିଏସଟି ଫାଙ୍କୁଥିବା ଅଭିଯୋଗରେ ଏହି ଜିଏସଟି ଚଢଉ କରାଯାଇଛି l  ଦୋକାନ ମାଲିକ ବିନୋଦ କୁମାର ଜୈନ ଓ ସୁନୀଲ କୁମାର ଜୈନ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ପୋଲିସ ମଧ୍ୟ ମୁତୟନ ଥିବା ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Banmali Jewelers accused of evading GST | Argus News