Videos
|
Odisha

Barabati Ticket Black Marketing / କାଉଣ୍ଟର ଭିତରେ ପଶିଲେ, ଟିକେଟ୍‌ ବଣ୍ଡଲ ଧରି ଛୁ' ମାରିଲେ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
କାଉଣ୍ଟର ଭିତରେ ପଶିଲେ, ଟିକେଟ୍‌ ବଣ୍ଡଲ ଧରି ଛୁ' ମାରିଲେ
Match Tickets

Key Points

କାଉଣ୍ଟର ଭିତରୁ କଳାବଜାରୀ ହେଉଛି ଟିକେଟ
ଅର୍ଗସ କ୍ୟାମେରାରେ କଏଦ ହେଲା ଦୃଶ୍ୟ
କାଉଣ୍ଟର ଭିତରେ ପଶି ଟିକେଟ ବଣ୍ଡଲ ନେଇଗଲେ କିଛି କର୍ମଚାରୀ
ବାରବାଟୀ ଟି-୨୦ ପାଇଁ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଟିକେଟ୍‌ ଖଣ୍ଡେ ପାଇବା ପାଇଁ ପୂର୍ବ ରାତିରୁ ଆସି ଲାଇନ୍‌ରେ ଠିଆ ହୋଇଛନ୍ତି । ଷ୍ଟାଡିୟମ ଭିତରେ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବା ପାଇଁ ଶୀତ ରାତିରେ ଲମ୍ବା ଲାଇନ୍‌ରେ ଠିଆ ହୋଇଛନ୍ତି କ୍ରିକେଟ୍‌ ପ୍ରେମୀ । କିନ୍ତୁ କାଉଣ୍ଟରରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର ।

ଅଧିକ ପଢ଼ନ୍ତୁ: 'ଟିକେଟ୍‌ ପାଇଁ ଆସିଛି...କିନ୍ତୁ ଏ ଭିଡ଼ ଦେଖି ମୁଣ୍ଡ ବୁଲାଇଲାଣି'



ଟିକେଟ କାଉଣ୍ଟର ଭିତରୁ କଳାବଜାରୀ ହେଉଛି କ୍ରିକେଟ୍‌ ଟିକେଟ । ଯାହାର ଲାଇଭ ଦୃଶ୍ୟ ଅର୍ଗସ କ୍ୟାମେରାରେ କଏଦ ହୋଇଛି । ବାହାରେ ହଜାର ହଜାର ସଂଖ୍ୟାରେ କ୍ରିକେଟ୍‌ ପ୍ରେମୀ ଟିକେଟ କିଣିବା ପାଇଁ ଗତ ରାତିରୁ ଲମ୍ବା ଲାଇନ ଲଗେଇଛନ୍ତି । ଆଉ ଏତିକି ବେଳେ ଗଳା ବାଟ ଦେଇ କିଛି କର୍ମଚାରୀ କାଉଣ୍ଟର ଭିତରେ ପଶିଲେ ଆଉ ଟିକେଟ୍‌ ବଣ୍ଡଲ ନେଇ ଛୁ ମାରିଲେ । ଯାହାକୁ ନେଇ ବାହାରେ ଟିକେଟ୍‌ ଅପେକ୍ଷାରେ ଥିବା ଜନ ସାଧାରଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଡିସେମ୍ବର ୧ ତାରିଖରେ ଅନଲାଇନ୍‌ରେ ଟିକେଟ୍‌ ବିକ୍ରି ହୋଇଥିଲା । ଆଉ ଆଜି ଅର୍ଥାତ ଡିସେମ୍ବର ୫ରେ ଅଫଲାଇନ୍‌ରେ ଦର୍ଶକଙ୍କ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକେଟ୍‌ ବିକ୍ରି ହେବ ।

କିନ୍ତୁ କାଉଣ୍ଟରରୁ ଖଣ୍ଡେ ଟିକେଟ୍‌ ପାଇବା ପାଇଁ ଗତକାଲି ସନ୍ଧ୍ୟାରେ କ୍ରିକେଟ୍‌ ପ୍ରେମୀ ଭିଡ଼ ଲଗାଇଛନ୍ତି । ଏମିତିକି ପୋଲିସ୍‌ର ବାରଣ ସତ୍ତ୍ବେ ଗୁରୁବାର ସନ୍ଧ୍ୟାରେ ହଠାତ୍‌ ହଜାର ହଜାର ଲୋକ ବାରବାଟୀ ଷ୍ଟାଡିୟମ ଆଡ଼କୁ ମାଡ଼ି ଆସିଥିଲେ । ପୋଲିସ୍ ଯେତେ ଘଉଡ଼ାଇଲେ ବି ସେମାନେ ସେଠାରୁ ଯାଇନଥିଲେ । ଟିକେଟ୍‌ ପାଇଁ ଲାଇନ୍‌ରେ ଠିଆ ହେବାକୁ ଠେଲାପେଲା ଓ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା । ସାରା ରାତି ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ୍‌ ନାକେଦମ୍ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଗତକାଲି ସନ୍ଧ୍ୟାରୁ ଲାଇନ୍‌ରେ ଠିଆ ହେବା ପରେ ମଧ୍ୟ କିଛି ଦର୍ଶକ ଟିକେଟ୍‌ ନପାଇ ନିରାଶ ହୋଇଛନ୍ତି । ଜଣେ କ୍ରିକେଟ୍ ପ୍ରେମୀ କହିଛନ୍ତି, କାଲି ସନ୍ଧ୍ୟା ୭ଟାରୁ ଆସିଛି । ଲୋକ ଗତକାଲି ୨ଟାରୁ ଆସିଛନ୍ତି । ଏତେ ଲମ୍ବା ଲାଇନ୍‌ ଓ ଭିଡ଼ ଦେଖି ଆମେ ହାରିଗଲୁ ଆଜ୍ଞା । ଆମେ ଟିକେଟ୍‌ ନପାଇ ହତାଶ ହୋଇଗଲୁ । ବହୁତ ଆଶା ଥିଲା ଟିମ୍‌ ଇଣ୍ଡିଆକୁ ଚିୟର୍‌ କରିବାକୁ । କିନ୍ତୁ ମୋ ଆଶା ଆଶାରେ ରହିଗଲା ।

Related Topics

Explore more stories