Videos
|
Odisha

ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, କଂସଙ୍କ କୋପରେ କମ୍ପିବ ମଥୁରାନଗରୀ

Jitendra Dash
Browse all articles by Jitendra Dash
·2 years ago·1 min read
ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, କଂସଙ୍କ କୋପରେ କମ୍ପିବ ମଥୁରାନଗରୀ

ଅର୍ଗସ ବ୍ୟୁରୋ : ଆରମ୍ଭ ହୋଇଛି ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ମହୋତ୍ସବ ପାଇଁ ବାହାରିଲା ସାଂସ୍କୃତିକ ଶୋଭାଯାତ୍ରା । ଅପରାହ୍ନ ୨ଟା ୩୦ରେ ଗାନ୍ଧି ଛକରୁ ବାହାରି ସମଲେଶ୍ବରୀ ମନ୍ଦିରରେ ପହଞ୍ଚିଥିଲା ସାଂସ୍କୃତିକ ଶୋଭାଯାତ୍ରା । ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ତରଫରୁ ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରାକୁ ବରଗଡ଼ ଗାନ୍ଧି ଛକରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ମନୀଷା ବାନାର୍ଜୀ ।   

ଏହି ବିରାଟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର କଳାକାର । ଘଣ୍ଟ, ଶଙ୍ଖ, ଦୂଲଦୁଲି,ସମ୍ପ୍ରଦା, ଆଦିବାସୀ ନୃତ୍ୟ,କରମସାନି ଅନେକ ପ୍ରକାର କଳାକାର ଏଥିରେ ସାମିଲ ହୋଇଥିଲେ । ସଂଧ୍ୟା ୫ଟା ୩୦ରେ ସମଲେଶ୍ବରୀ ମନ୍ଦିରରୁ ପୁଣି ଶୋଭାଯାତ୍ରା ବାହାରି ହାଟପଦାସ୍ଥିତ ରାଜଦରବାରରେ ପହଞ୍ଚିଲା । ବିଶ୍ବର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶନ ପାଇଁ କଳାକାରମାନେ ଆଜିଠୁ ପ୍ରଦର୍ଶନ କରିବେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରଥମ ଦିନରେ ତଳିପଡ଼ାସ୍ଥିତ ରାମଜୀ ମନ୍ଦିରରେ ହେବ ଦେବକୀ-ବସୁଦେବଙ୍କ ବିବାହ । ତାପରେ କୃଷ୍ଣ ଜନ୍ମ ଓ କଂସ ବଧ ଦୈବ ବାଣୀ ହେବ। ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମଥୁରା ସିଂହାସନ ଆରୋହଣ କରିବେ ରାଜା କଂସ । ଭଉଣୀ ଭିଣୋଇ ଦେବକୀ ଓ ବସୁଦେବଙ୍କୁ କାରାଗାରକୁ ପଠାଇବେ । ଜାନୁଆରୀ ୧୫ରୁ ୨୫ ତାରିଖ ଯାଏଁ ୧୧ ଦିନ ଯାଏଁ ଚାଲିବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
baragada dhanu yatra | Argus News