Videos
|
Odisha

Crime In Odisha / ବାରଙ୍ଗରେ ଚାଞ୍ଚଲ୍ୟ; ଦିନ ଦ୍ଵି-ପ୍ରହରରେ କାର୍ ସହ ଯୁବକଙ୍କୁ ଜାଳିଦେଲେ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବାରଙ୍ଗରେ ଚାଞ୍ଚଲ୍ୟ; ଦିନ ଦ୍ଵି-ପ୍ରହରରେ କାର୍ ସହ ଯୁବକଙ୍କୁ ଜାଳିଦେଲେ
Man burnt alive inside car in Barang

Key Points

ନିଛାଟିଆ ରାସ୍ତାରେ ହଠାତ୍ ହୁତୁହୁତୁ ହୋଇ ଜଳିଲା କାର୍ । କାର୍ ସହ ଜୀବନ୍ତଦଗ୍ଧ ହୋଇଗଲେ ଯୁବକ । ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ଅନ୍ତର୍ଗତ ବେଣ୍ଟୁଆ ଗାଁ ନିକଟରେ ଶୁକ୍ରବାର ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ।
ଭୁବନେଶ୍ଵର: ଦିନ ଦ୍ଵି-ପ୍ରହରର, ଟାଇଁ ଟାଇଁ ଖରା । ନିଛାଟିଆ ରାସ୍ତାରେ ହଠାତ୍ ହୁତୁହୁତୁ ହୋଇ ଜଳିଲା କାର୍ । କାର୍ ସହ ଜୀବନ୍ତଦଗ୍ଧ ହୋଇଗଲେ ଯୁବକ । ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ଅନ୍ତର୍ଗତ ବେଣ୍ଟୁଆ ଗାଁ ନିକଟରେ ଶୁକ୍ରବାର ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ।

ଦିନ ପ୍ରାୟ ଅଢ଼େଇଟା ସମୟରେ ଜଣେ ବ୍ୟକ୍ତି କାର୍ ସହ ଜଳି ଯାଇଛନ୍ତି । ନିଆଁରେ ପୋଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ତେବେ କାର୍‌ରେ କିଭଳି ଲାଗିଲା ନିଆଁ ? କିଏ ନିଆଁ ଲଗାଇଦେଲା ନା ଏହା ଏକ ଦୁର୍ଘଟଣା ? ସାଧାରଣ ଯାତାୟତ ରାସ୍ତା ହୋଇ ନଥିବା ବେଳେ କେଉଁ କାରଣରୁ ସେ ରାସ୍ତାରେ ଯାଉଥିଲେ କାର୍ ଚାଳକ ?

ଏଥିସହ ପଢ଼ନ୍ତୁ: ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ୍; ୧୦୦ ବର୍ଷକୁ ଆଖିରେ ରଖି ଯୋଜନା 

ଏଭଳି ଏକାଧିକ ପ୍ରଶ୍ନ ଉଠୁଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବାରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମଧ୍ୟ ତଦନ୍ତ କରୁଛି । ତେବେ ଦିନ ଦ୍ଵି-ପ୍ରହରରେ ହଠାତ୍ ନିଛାଟିଆ ରାସ୍ତାରେ କାର୍ ସହ ଯୁବକ ଜଳି ଦଗ୍ଧ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମିଳିଥିବା ସୂଚନା ଅନୁସାରେ, ମୃତକ ଜଣଙ୍କ କଲ୍ୟାଣନଗର ଅଞ୍ଚଳର ସନ୍ତୋଷ ସାହୁ । ସନ୍ତୋଷଙ୍କ ଶାଳକ କହିଛନ୍ତି, "ସନ୍ତୋଷ ସଫ୍ଟୱେର ଡେଭଲପର ଥିଲେ । ତାଙ୍କର କମ୍ପାନୀ ଥିଲା । ସେ ୟେ ଅଞ୍ଚଳକୁ କାହିଁକି ଆସିଥିଲେ ଜଣାନାହିଁ ।" ଅନ୍ୟ ଜଣେ ସମ୍ପର୍କୀୟ କହିଛନ୍ତି, "ଜଳି ଯାଇଥିବା କାର୍‌ଟି ସନ୍ତୋଷଙ୍କର । ସନ୍ତୋଷ ବାରଙ୍ଗ ଆଡ଼େ ଆସିଥିବା ଘରେ କହିଥିଲେ । କିନ୍ତୁ କାହିଁକି ଆସିଥିଲେ କିଛି କହି ନାହାନ୍ତି ।"

ତେବେ ପାରିପାର୍ଶ୍ଵିକ ଘଟଣାକୁ ଦେଖି ମୃତ ସନ୍ତୋଷଙ୍କ ସମ୍ପର୍କୀୟ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରିଛନ୍ତି । ସମ୍ପର୍କୀୟ କହିଛନ୍ତି, "କାହା ସହ ସନ୍ତୋଷଙ୍କ ଶତ୍ରୁତା ନଥିଲା । ସନ୍ତୋଷ ଜଣେ ଭଲ ଲୋକ ଥିଲେ । କିଏ ନିଆଁ ଲଗାଇଥିବା ଭଳି ଲାଗୁଛି ।"

ଏଥିସହ ପଢ଼ନ୍ତୁ: ମଣ୍ଡିରେ ନାହିଁ ଭିତ୍ତିଭୂମି; ଅଯଥା କିଣା ଯାଉଛି କୋଟି କୋଟି ଟଙ୍କାର ମେସିନ୍ 

ବାରଙ୍ଗ ଥାନା ଆଇଆଇସି ବିକାଶ କୁମାର ପଲେଇ କହିଛନ୍ତି, "ପ୍ରାଥମିକ ପର୍ଯ୍ୟାୟରେ ଅନୁମାନ କରାଯାଇ ପାରିନି କେଉଁ କାରଣରୁ ଏଭଳି ଅଘଟଣ ଘଟିଛି । ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ଯାଞ୍ଚ ହେଉଛି । ତଦନ୍ତ ଆଗକୁ ଗଲେ ଅଧିକ ତଥ୍ୟ ମିଳିପାରିବ ।"