ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ଗଣେଶ ସାଥୁଆ ସୂଚନା ଦେଲେ ବରଗଡ଼ ଏସଡିପିଓ

ଅର୍ଗସ ବ୍ୟୁରୋ : ବରଗଡ଼ ଭାରତ ଫାଇନାନ୍ସ ଲୁଟ୍ ମାମଲା । ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ଗଣେଶ ସାଥୁଆ ସୂଚନା ଦେଲେ ବରଗଡ଼ ଏସଡିପିଓ । ଅର୍ଗସରେ ଖବର ପ୍ରସାରଣ ପରେ ପୋଲିସର ଭାଙ୍ଗିଲା ନିଦ । ଶତାଧିକ ମହିଳାଙ୍କ ଫିଙ୍ଗରପ୍ରିଣ୍ଟ ନେଇ ଅଢ଼େଇ କୋଟିରୁ ଅଧିକ ଟଙ୍କା ଲୁଟ କରିଛନ୍ତି ଗଣେଶ ସାଥୁଆ ଓ ଭାରତ ଫାଇନାନ୍ସର କର୍ମଚାରୀ । ମାମଲା ରୁଜୁ ପରେ ମଧ୍ୟ ଆକ୍ସନ ନେଉ ନଥିଲା ପୋଲିସ । ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଗଣେଶକୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ, ସାଧାରଣ ଗରିବ ଲୋକଙ୍କଠାରୁ ଛଳନା ପୂର୍ବକ ଦସ୍ତଖତ ଓ ଫିଙ୍ଗରପ୍ରିଣ୍ଟ ନେଇ ତାଙ୍କ ନାଁରେ ଉଠାଯାଇଛି ଲକ୍ଷ ଲକ୍ଷ ଟଙ୍କାର ଲୋନ । ଖୋଦ କମ୍ପାନୀ କର୍ମଚାରୀ ମଧ୍ୟ ଠକେଇ ହୋଇଥିବା ମାନୁଛନ୍ତି । ସେଠାକାର ଲେକ ମାନେ ଭାରତ ଫାଇନାନ୍ସ ନାମକ ସଂସ୍ଥାରୁ ଲୋନ କରିନାହାଁନ୍ତି, ତଥାପି କାହା ନାଁରେ ଲକ୍ଷେ ତ ଆଉ କାହା ନାଁରେ ଉଠିଛି ୬୦-୭୦ ହଜାର ଟଙ୍କାର ଋଣ । ଏହିପରି ଲୁଟ୍ ହୋଇଛି ମୋଟ୍ ୨କୋଟି ୪୯ ଲକ୍ଷ ୩୭ ହଜାରରୁ ଅଧିକ ଟଙ୍କା । ଭେଡେନ ବ୍ଲକର ରେମଣ୍ଡା, ଧରେଇଟିକ୍ରା, ବାଘପାଲି ଆଦି ଅନେକ ଗାଁରେ ମହିଳାଙ୍କ ନାଁରେ ତାଙ୍କ ଅଜାଣତରେ କରାଯାଇଛି ଅନେକ ଋଣ । ଯାହାଫଳରେ ଅନ୍ୟ କୌଣସି ସଂସ୍ଥାରୁ ଋଣ ପାଇବାକୁ ଏବେ ଏମାନେ ଅଯୋଗ୍ୟ । ବରଗଡ଼ର ଭେଡେନ ଠାରେ ଥିବା ଏହି ଭାରତ ଫାଇନାନ୍ସ ନାମକ ସଂସ୍ଥା ନକଲି ଲୋନ୍ ଆକାଉଣ୍ଟ ପ୍ରସ୍ତୁତ କରି ପଖାପାଖି ଅଢେଇ କୋଟି ଟଙ୍କା ଉଠାଇଛି ।
ଭେଡେନ ବ୍ଲକ ରେମଣ୍ଡା ଗାଁର ଗଣେଶ ସାଥୁଆ ନାମକ ବ୍ୟକ୍ତି ନେଇଥିଲା ଏମାନଙ୍କ ଦସ୍ତଖତ ଓ ଫିଙ୍ଗରପ୍ରିଣ୍ଟ । ସରକାର ଲୋନ ଦେଉଛନ୍ତି ଆଉ ଏଥିପାଇଁ ଫିଙ୍ଗରପ୍ରିଣ୍ଟର ଆବଶ୍ୟକ ଥିବା କହି ବାର ବାର୍ ଏମାନଙ୍କ ଘରକୁ ଆସିଥିଲା ଗଣେଶ । ମହିଳାମାନେ ମନା କରିବାରୁ ଆଉ କେବେ ଲୋନ ମିଳିବ ନାହିଁ ବୋଲି କହି ସାଧାରଣ ଗରିବ ମହିଳାଙ୍କ ମନରେ ଭୟ ଜନ୍ମାଇଥିଲା ଠକ ଗଣେଶ । ଆଉ ଶେଷରେ ଗଣେଷର ଜାଲରେ ପଡି ଫିଙ୍ଗରପ୍ରିଣ୍ଟ ଦେଇଥିଲେ ଏହି ମହିଳା ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର
ସବୁଠାରୁ ବଡ଼ କଥା ଠକାମି କରି ଟଙ୍କା ଲୁଟ୍ କଥା ନିଜେ ସ୍ବୀକାର କରୁଛି ଠକ ଗଣେଶ । ଏହାସହ ରେମଣ୍ଡା ଗାଁର ସୁରଜ ପ୍ରଧାନ, ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ଗାଁର କମଲ କୁମାର ବାଦୀ ଓ ସୁଶାନ୍ତ ମହାକୁଡ ମୁଖ୍ୟ ଲୁଟେରା ବୋଲି କହିଛି ଗଣେଶ ସାଥୁଆ । ଏପଟେ ପୋଲିସର ଭୂମିକା ନେଇ ମଧ୍ୟ ବଢ଼ୁଛି ସନ୍ଦେହ। ଠକାମିର ଶିକାର ହୋଇଥିବା ମହିଳାଙ୍କ ଏତଲା ସତ୍ବେ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ତାକୁ ନେଇ ଉଠୁଛି ପ୍ରଶ୍ନ ।