|
logo
Live

Argus News - ଆସନ୍ତା ୨୦୨୪ ଜାନୁୟାରୀ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବରଗଡ଼ ଧନୁଯାତ୍ରା

Odisha

ଆସନ୍ତା ୨୦୨୪ ଜାନୁୟାରୀ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବରଗଡ଼ ଧନୁଯାତ୍ରା

Jitendra Dash
Browse all articles by Jitendra Dash
·2 years ago·1 min read
ଆସନ୍ତା ୨୦୨୪ ଜାନୁୟାରୀ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବରଗଡ଼ ଧନୁଯାତ୍ରା

ଅର୍ଗସ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପୂର୍ବରୁ ଭାଷାକୁ ନେଇ ଉଠିଲା ବିବାଦ । ସମ୍ବଲପୁରୀ ଭାଷାରେ ଧନୁଯାତ୍ରା କରାଯାଉ ବୋଲି କୋଶଲ କ୍ରାନ୍ତି ସେନା ଦାବି କରୁଥିବା ବେଳେ ଚଳିତ ବର୍ଷ ଧନୁଯାତ୍ରାକୁ ସମ୍ବଲପୁରୀ ଭାଷାରେ ହୋଇପାରିବ ନାହିଁ ବୋଲି ଧନୁଯାତ୍ରା କମିଟି ଗତକାଲି ନିଷ୍ପତ୍ତି ନେଇଛି । ୨୦୨୪ ନୂତନ ବର୍ଷ ଜାନୁୟାରୀ ୧୫ରୁ ୨୫ତାରିଖ ଯାଏ ବରଗଡ଼ରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ । 

୭୬ତମ ଧନୁଯାତ୍ରା ମହୋତ୍ସବ ପାଇଁ ଆସନ୍ତା ଡିସେମ୍ବର ୨୨ ତାରିଖରେ ବରଗଡ଼ ହାଟପଡ଼ା ସ୍ଥିତ ସଂଚାର ମଣ୍ଡଳୀରେ ଶୁଭସ୍ତମ୍ଭ ସ୍ଥାପନ କରାଯିବ । ଏହା ପୂର୍ବରୁ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରି ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିବ । ଏହି ଶୋଭାଯାତ୍ରା ବରଗଡ଼ ସହର ପରିକ୍ରମା କରିବା ପବରଗଡ଼ ହାଟପଡ଼ା ସ୍ଥିତ ସଂଚାର ମଣ୍ଡଳୀରେ ପହଞ୍ଚିବ । ଏହାପରେ ଶୁଭଲଗ୍ନ ଅନୁସାରେ ଶୁଭସ୍ତମ୍ଭ ସ୍ଥାପନ କରାଯିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତି ସଭାପତି ତଥା ବରଗଡ଼ ଜିଲ୍ଳାପାଳ ମୋନିଷା ବାନାର୍ଜୀ କହିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସନ୍ତା ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀରେ ମହାରାଜା କଂସଙ୍କ ରଙ୍ଗମହଲ, ରାଜ ଦରବାର ଓ ଗୋପପୁର ନନ୍ଦ ଦରବାରକୁ ନୂଆଁ ଡିଜାଇନରେ ଅଧିକ ଆକର୍ଷଣ କରାଯିବା ସହିତ ଜାତୀୟ, ଆନ୍ତର୍ଜାତୀୟ ସ୍ତରର କଳାକାରଙ୍କୁ ଧନୁଯାତ୍ରାରେ ସାମିଲ କରାଯିବ ବୋଲି ସୋମବାର ବରଗଡ଼ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଧନୁଯାତ୍ରା ମହୋତ୍ସବ ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଧନୁଯାତ୍ରା କମିଟି ଦେଇଥିବା ନିଜର ଲିଖିତ ପ୍ରତିଶୃତି ଭୁଲି ଯାଇ କୋଶଲ କ୍ରାନ୍ତି ସେନାକୁ ବୈଠକକୁ ଡକାଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ସମ୍ବଲପୁରୀ ଭାଷାରେ ଧନୁଯାତ୍ରା କରିବାକୁ ଦାବି କରିଛନ୍ତି କୋଶଲ କ୍ରାନ୍ତି ସେନାର ସଦସ୍ୟ । 

Sponsored
ଆସନ୍ତା ୨୦୨୪ ଜାନୁୟାରୀ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବରଗଡ଼ ଧନୁଯାତ୍ରା | Argus News