Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହାରାଜା କଂସଙ୍କ ରାଜୁତିରେ ଥରହର ଲୋକେ

Odisha

ମହାରାଜା କଂସଙ୍କ ରାଜୁତିରେ ଥରହର ଲୋକେ

Jitendra Dash
Browse all articles by Jitendra Dash
·2 years ago
ମହାରାଜା କଂସଙ୍କ ରାଜୁତିରେ ଥରହର ଲୋକେ

ଅର୍ଗସ ବ୍ୟୁରୋ : କମ୍ପୁଛି ମଥୁରା ନଗରୀ । ମହାରାଜା କଂସଙ୍କ ରାଜୁତିରେ ଥରହର ଲୋକେ । ସେପଟେ ଗୋପପୁରରେ ଉତ୍ସବର ମାହୋଲ । ବରଗଡ଼ର ବିଶ୍ବପ୍ରସିଦ୍ଧ ମୁକ୍ତାକାଶ ରଂଗମଂଚର ତୃତୀୟ ଦିନରେ ନନ୍ଦରାଜା ଓ ନନ୍ଦରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇପଡିଛନ୍ତି  I ଏହା ସହ ଆୟୋଜନ କରିଛନ୍ତି ନନ୍ଦୋତ୍ସବ । ଏଥିରେ ସମସ୍ତ ଗୋପପୁରବାସୀ ସାମିଲ ହୋଇ ଆନନ୍ଦ ଉତ୍ସାହର ସହ ନାଚି ଗାଇ କୃଷ୍ଣଙ୍କୁ ଦୋଳି ଝୁଲାଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏପଟେ ମଥୁରାରେ ମହାରାଜା କଂସ ଦେବକୀଙ୍କ ଅଷ୍ଟମଗର୍ଭର ସନ୍ତାନକୁ ଦର୍ପଣ ଶୀଳାରେ ପ୍ରହାର କରିବାକୁ ଯିବାବେଳେ ଶୂନ୍ୟରେ ଆର୍ବିଭାବ ହୋଇ ବିଜୁଳକନ୍ୟାଙ୍କ ଶୂନ୍ୟବାଣୀ ଶୁଣାଇଛନ୍ତି  I ଫଳରେ ମହାରାଜ କଂସ ଅତ୍ୟନ୍ତ ବ୍ୟସ୍ତ ବିବ୍ରତ ହୋଇ କୃଷ୍ଣଙ୍କୁ ମାରିବା ପାଇଁ ଗୋପପୁରକୁ ପଠାଇଛନ୍ତି ଷଡ଼ମଲ୍ଲ ସହ ପୁତନା ରାକ୍ଷସୀଙ୍କୁ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
bargarh dhanu yatra 2024 | Argus News