New Kansa Maharaj / ୨୭ କଳାକାରଙ୍କୁ ପଛରେ ପକାଇ ବାଜିମାତ୍; ଗୋପାଳ ଚନ୍ଦ୍ର ଦାଶ ହେଲେ ନୂଆ କଂସ
·55 mins ago·2 min read

Key Points
ବରଗଡ଼ ଧନୁଯାତ୍ରାକୁ ମିଳିଲା ନୂଆ କଂସ
ଗୋପାଳ ଚନ୍ଦ୍ର ଦାଶ ହେଲେ ନୂଆ କଂସ
୨୭ କଳାକାରଙ୍କୁ ପଛରେ ପକାଇ ବାଜିମାତ୍
ଗୋପାଳ ଚନ୍ଦ୍ର ଦାଶ ହେଲେ ନୂଆ କଂସ
୨୭ କଳାକାରଙ୍କୁ ପଛରେ ପକାଇ ବାଜିମାତ୍
ବରଗଡ଼: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ୭୯ ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ନୂତନ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ ଗୋଲାପ ଚନ୍ଦ୍ର ଦାଶ । ମଥୁରା ନଗରୀର ସିଂହାସନ ଆରୋହଣ କରିବେ ସେ । ଆଜି ସକାଳୁ କଂସ ଚୟନ ପାଇଁ ଅଡିସନ୍ ପ୍ରକ୍ରିୟା ଚାଲିଥିଲା । ୨୭ ଜଣ କଳାକାରଙ୍କୁ ପଛରେ ପକାଇ ବାଜିମାତ୍ କରିଛନ୍ତି ଗୋଲାପ ଚନ୍ଦ୍ର ଦାଶ ।
ପଢନ୍ତୁ ଏହି ଖବର: ବରଗଡ଼ ଧନୁଯାତ୍ରା କଂସ ଭୂମିକାରୁ ଓହରିଗଲେ ସୁଶୀଲ ମେହେର; କିଏ ହେବ ନୂଆ କଂସ ?
- ମହାମନ୍ତ୍ରୀରୁ କଂସ ମହାରାଜ
- ଆବେଦନ କରିଥିଲେ ୪୪ କଳାକାର
ପଢନ୍ତୁ ଏହି ଖବର: ବରଗଡ଼ ଧନୁଯାତ୍ରା କଂସ ଭୂମିକାରୁ ଓହରିଗଲେ ସୁଶୀଲ ମେହେର; କିଏ ହେବ ନୂଆ କଂସ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଜାନୁଆରୀ ୧୨ରୁ ବରଗଡ଼ ଧନୁଯାତ୍ରା
ସୂଚନା ଥାଉ କି, ୨୦୨୫-୨୬ରେ ଧନୁଯାତ୍ରା ପାଇଁ ସୁଶୀଲ ମେହେରଙ୍କୁ କଂସ ଭାବେ ଚୟନ କରାଯାଇଥିଲା । ବରଗଡ଼ ଧନୁଯାତ୍ରାର ନିୟମ ଅନୁଯାୟୀ, ଜଣଙ୍କୁ ଥରେ କଂସ ଭାବେ ଚୟନ କରାଗଲେ ସେ ୩ ବର୍ଷ ପାଇଁ ଅଭିନୟ କରିପାରିବେ । କିନ୍ତୁ, ଗୋଟିଏ ଥର କଂସ ଭୂମିକାରେ ଅଭିନୟ ପରେ ସୁଶୀଲ ମେହେର ବିଦାୟ ନେଇଥିଲେ । ତାଙ୍କ ଅଭିନୟକୁ ନେଇ ବିବାଦ ଉପୁଜିଥିଲା ବୋଲି କୁହାଯାଇଥିଲା ।