Videos
|
Odisha

Dhanu Yatra / ବରଗଡ଼ ଧନୁଯାତ୍ରା କଂସ ଭୂମିକାରୁ ଓହରିଗଲେ ସୁଶୀଲ ମେହେର; କିଏ ହେବ ନୂଆ କଂସ ?

Sushanta Sahoo
Browse all articles by Sushanta Sahoo
·58 mins ago·2 min read
ବରଗଡ଼ ଧନୁଯାତ୍ରା କଂସ ଭୂମିକାରୁ ଓହରିଗଲେ ସୁଶୀଲ ମେହେର; କିଏ ହେବ ନୂଆ କଂସ ?
Sushil Meher Quits Kansa Role Ahead of Bargarh Dhanu Yatra 2027

Key Points

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା କଂସ ଭୂମିକାରୁ ଓହରିଗଲେ ସୁଶୀଲ ମେହେର
୨୦୨୫-୨୬ ଗୋଟିଏ ବର୍ଷ କଂସ ଭୂମିକା ତୁଲାଇବା ପରେ ଅବ୍ୟାହତି
ଥରେ କଂସ ଚୟନ ହେଲେ ୩ ବର୍ଷ ଅଭିନୟ କରିବାର ଅଛି ନିୟମ
କଂସ ଭୂମିକାରୁ ଓହରିବା ନେଇ ବରଗଡ଼ ଜିଲ୍ଲାପାଳଙ୍କୁ କଲେ ଅବଗତ
ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ନେଇ ବଡ଼ ଖବର । ଆଗାମୀ ଧନୁଯାତ୍ରୀ କଂସ ଭୂମିକାରେ ନଜର ଆସିବେନି ସୁଶୀଲ ମେହେର । ସୁଶୀଲ ଧନୁଯାତ୍ରାର କଂସ ଭୂମିକାରୁ ଓହରି ଯାଇଥିବା ନେଇ ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ।

୨୦୨୫-୨୬ରେ ଧନୁଯାତ୍ରା ପାଇଁ ସୁଶୀଲ ମେହେରଙ୍କୁ କଂସ ଭାବେ ଚୟନ କରାଯାଇଥିଲା । ବରଗଡ଼ ଧନୁଯାତ୍ରାର ନିୟମ ଅନୁଯାୟୀ, ଜଣଙ୍କୁ ଥରେ କଂସ ଭାବେ ଚୟନ କରାଗଲେ ସେ ୩ ବର୍ଷ ପାଇଁ ଅଭିନୟ କରିପାରିବେ । କିନ୍ତୁ, ଗୋଟିଏ ଥର କଂସ ଭୂମିକାରେ ଅଭିନୟ ପରେ ସୁଶୀଲ ମେହେର ବିଦାୟ ନେଇଛନ୍ତି ।

ଏଥିସହ ପଢ଼ନ୍ତୁ: ପୁରୀଠୁ ୫୪୦ କିମି ଦୂରରେ ବାତ୍ୟା 'ଅର୍ଣ୍ଣବ'; ସ୍ଥଳଭାଗ ଛୁଇଁବା ପରେ ବଦଳାଇପାରେ ଗତିପଥ 

କାହିଁକି ଓହରିଗଲେ ସୁଶୀଲ ମେହେର ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ଗତବର୍ଷ ଧନୁଯାତ୍ରାରେ ସୁଶୀଲ ମେହେର କଂସ ଭୂମିକା ତୁଲାଇଥିଲେ । ହେଲେ ତାଙ୍କ ଅଭିନୟକୁ ନେଇ ବିବାଦ ଉଠିଥିଲା । କିଛିଦିନ ତଳେ ହୋଇଥିବା ଧନୁଯାତ୍ରା ମହୋତ୍ସବ ସମିତି ପ୍ରଥମ ବୈଠକରେ ସୁଶୀଲ ମେହେରଙ୍କ ସ୍ଥାନରେ ଅନ୍ୟରେ ଅନ୍ୟ କାହାରିକୁ କଂସ ଭୂମିକା ଦେବାକୁ ଦାବି କରିଥିଲେ ବିଭିନ୍ନ କମିଟି ।

ଯାହା ପରେ ୧୫ ଦିନର ମଧ୍ୟରେ ନିଷ୍ପତ୍ତି ଜଣାଇବାକୁ ଧନୁଯାତ୍ରା ସମିତି ପକ୍ଷରୁ କୁହା ଯାଇଥିଲା । ଯାହା ପରେ ସୁଶୀଲ ମେହେର ନିଜ ଆଡ଼ୁ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର କଂସ ଭୂମିକାରୁ ଓହରି ଯାଇଛନ୍ତି । ଏନେଇ ସୁଶୀଲ ମେହେର ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲଙ୍କୁ ପତ୍ର ଲେଖିଛନ୍ତି ।

କଂସ ଭୂମିକାରୁ ଓହରିବା ନେଇ ନିଷ୍ପତ୍ତି ନେବା ପରେ ସୁଶୀଲ ମେହେର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଭବିଷ୍ୟତରେ ଧନୁଯାତ୍ରା ମହୋତ୍ସବ ସମିତି ମୋତେ ସୁଯୋଗ ଦେଲେ ପୁଣି ମଇଦାନକୁ ଓହ୍ଲାଇବି । କିଛି ନ୍ଯସ୍ତ ସ୍ଵାର୍ଥ ବ୍ୟକ୍ତିମାନଙ୍କ ପାଇଁ ବିବାଦ ମୋତେ ମାନସିକ ଅଶାନ୍ତ ଦେଇଛି । ତେଣୁ ଓହରିବାକୁ ନିଷ୍ପତ୍ତି ନେଲି ।"

ଏଥିସହ ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ; ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ଗୁରୁତ୍ଵ 

ସୁଶୀଲଙ୍କ ପରେ କିଏ ହେବେ କଂସ ?

୨୦୨୭ ଜାନୁଆରୀ ୧୨ ତାରିଖରୁ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଧନୁଯାତ୍ରା । ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଏବେ କମ୍ ସମୟ ଥିବାରୁ କାହାକୁ କରାଯିବ କଂସ ? ତାହା ଉପରେ ସମସ୍ତଙ୍କ ନଜର ରହିଛି । ପୁଣି ଥରେ କଂସ ଚୟନ କରାଯିବ ନା ଗତ ବର୍ଷ ଶ୍ରେଷ୍ଠ ୫ରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ବଛାଯିବ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ।