Videos
|
Odisha

Cyclone Arnab / ପୁରୀଠୁ ୫୪୦ କିମି ଦୂରରେ ବାତ୍ୟା 'ଅର୍ଣ୍ଣବ'; ସ୍ଥଳଭାଗ ଛୁଇଁବା ପରେ ବଦଳାଇପାରେ ଗତିପଥ

Sushanta Sahoo
Browse all articles by Sushanta Sahoo
·59 mins ago·3 min read
ପୁରୀଠୁ ୫୪୦ କିମି ଦୂରରେ ବାତ୍ୟା 'ଅର୍ଣ୍ଣବ'; ସ୍ଥଳଭାଗ ଛୁଇଁବା ପରେ ବଦଳାଇପାରେ ଗତିପଥ
Red Alert for Odisha Districts, Heavy Rain Forecast

Key Points

ବାତ୍ୟା 'ଅର୍ଣ୍ଣବ' ଧିରେ ଧିରେ ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୩ କିଲୋମିଟରେ ବଗରେ ଗତି କରୁଛି । ଏବେ ବାତ୍ୟା 'ଅର୍ଣ୍ଣବ' ଆନ୍ଧ୍ରପ୍ରଦେଶର କଳିଙ୍ଗପାଟଣମ ଠାରୁ ଦକ୍ଷିଣପୂର୍ବରୁ ୫୪୦ କିଲୋମିଟର ଦୂରରେ ରହିଛି । 
ଭୁବନେଶ୍ଵର: ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ସାମୁଦ୍ରିକ ଝଡ଼ 'ଅର୍ଣ୍ଣବ' ପାଇଁ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା ଉପକୂଳ ରେଡ୍ ଆଲର୍ଟରେ ରହିଛି । ଏବେ ବାତ୍ୟା 'ଅର୍ଣ୍ଣବ' ଧିରେ ଧିରେ ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୩ କିଲୋମିଟରେ ବଗରେ ଗତି କରୁଛି ।

ଏବେ ବାତ୍ୟା 'ଅର୍ଣ୍ଣବ' ଆନ୍ଧ୍ରପ୍ରଦେଶର କଳିଙ୍ଗପାଟଣମ ଠାରୁ ଦକ୍ଷିଣପୂର୍ବରୁ ୫୪୦ କିଲୋମିଟର ଦୂରରେ ରହିଛି । ସେହିଭଳି ଓଡ଼ିଶାର ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୫୪୦ କିମି, ଗୋପାଳପୁର ଠାରୁ ଦକ୍ଷିଣ-ପୂର୍ବରେ ୫୫୦ କିମି, ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୫୬୦ କିମି ଓ କୋକୋ ଦ୍ଵୀପରୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ୫୮୦ କିଲୋମିଟର ଦୂରରେ ରହିଛି ।

ଏଥିସହ ପଢ଼ନ୍ତୁ: ମାଡ଼ି ଆସୁଛି ବାତ୍ୟା: ସମୁଦ୍ରକୂଳକୁ ଯାଇପାରିବେନି ପର୍ଯ୍ୟଟକ... 

ଆଣ୍ଡାମାନର ଶ୍ରୀ ବିଜୟ ପୂରମ ଠାରୁ ବାତ୍ୟା 'ଅର୍ଣ୍ଣବ' ୬୫୦ କିମି ଦୂରରେ ରହିଥିବା ବେଳେ ବିଶାଖାପାଟଣମ ଠାରୁ ପୂର୍ବ-ଦକ୍ଷିଣପୂର୍ବରେ ୫୮୦ କିଲୋମିଟର ଦୂରରେ ରହିଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବ ।



୨୬ ତାରିଖ (ସୋମବାର) ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ 'ଅର୍ଣ୍ଣବ' ଭୀଷଣ ବାତ୍ୟାରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ପରିଣତ ହେବ । ସମାନ ଅଞ୍ଚଳରେ 'ଅର୍ଣ୍ଣବ' ୨୭ ତାରିଖରେ ଅତି ଭୀଷଣ ବାତ୍ୟାର ରୂପ ନେପାଇରେ । ଏହା ପରେ 'ଅର୍ଣ୍ଣବ' ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳର ବାପଟଲା ଏବଂ ବିଶାଖାପାଟଣମ୍ ମଧ୍ୟରେ ୟାନାମ୍ ପାଖା ପାଖି ଅତି ଭୀଷଣ ବାତ୍ୟା ଭାବେ ଅତିକ୍ରମ କରିବ ।

ଲ୍ୟାଣ୍ଡଫଲ୍ ବେଳେ କେତେ ପବନ ?

ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ୨୮ ତାରିଖ ପୂର୍ବାହ୍ଣରେ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁବ । ବାତ୍ୟ 'ଅର୍ଣ୍ଣବ' ଉପକୂଳ ଅତିକ୍ରମ କରିବା ବେଳେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୧୫ରୁ ୧୨୫ କିଲୋମିଟର ଏବଂ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ୨୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୁରୀ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି ।

୨୮ରେ ରେଡ୍ ୱାର୍ଣ୍ଣିଂ

ଅକ୍ଟୋବର ୨୮ରେ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳୁ ଅତ୍ୟନ୍ତ ପ୍ରବଳ ବର୍ଷା ନେ ରେଡ୍ ଆଲର୍ଟ ଦିଆଯାଇଛି । ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି ।

ଏଥିସହ ପଢ଼ନ୍ତୁ: ସୃଷ୍ଟି ହେଲା ବାତ୍ୟା “ଅର୍ଣ୍ଣବ”…ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ 

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ବାତ୍ୟା 'ଅର୍ଣ୍ଣବ' ପାଇଁ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ପ୍ରବେଶ ବାରଣ କରାଯାଇଛି । ଓଡ଼ିଶାର ପାରାଦୀପ ଓ ଧାମରା ବନ୍ଦରରେ ଦୂରବର୍ତ୍ତୀ ସତର୍କ ସୂଚନା ସଂକେତ ନଂ-୨ ଦିଆଯାଇଥିବା ବେଳେ ପୁରୀ ଓ ଗୋପାଳପୁରରେ ସ୍ଥାନୀୟ ସତର୍କ ସୂଚନା ସଂକେତ ନଂ-୪ ଦିଆଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: