Videos
|
Odisha

Cyclone Arnab / ଉପମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ; ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ଗୁରୁତ୍ଵ

Sushanta Sahoo
Browse all articles by Sushanta Sahoo
·47 mins ago·2 min read
ଉପମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ; ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ଗୁରୁତ୍ଵ
Deputy CM Reviews Power Department Preparedness

Key Points

ବିଦ୍ୟୁତ୍ ଗ୍ରୀଡ୍‌ର ସୁରକ୍ଷା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ବାତ୍ୟା ସମୟରେ ପ୍ରତ୍ୟକ୍ଷ ଭାବେ ପରିଚାଳନା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜେ କୋରାପୁଟଠାରେ ଉପସ୍ଥିତ ରହିବେ ।
ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'ର ମୁକାବିଲା ପାଇଁ ସମୀକ୍ଷା ବୈଠକ । ଶକ୍ତି ବିଭାଗର ପ୍ରସ୍ତୁତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବାତ୍ୟା ସମୟରେ ମନ୍ତ୍ରୀ ନିଜେ ଆସନ୍ତାକାଲି ଠାରୁ କୋରାପୁଟରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିବେ ।

ଏହି ପରିପ୍ରେକ୍ଷୀରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଶକ୍ତି ବିଭାଗର ବିପର୍ଯ୍ୟୟ ପ୍ରଶମନ ଓ କାର୍ଯ୍ୟକ୍ଷମ ପ୍ରସ୍ତୁତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି ।

ଏଥିସହ ପଢ଼ନ୍ତୁ: ପୁରୀଠୁ ୫୪୦ କିମି ଦୂରରେ ବାତ୍ୟା 'ଅର୍ଣ୍ଣବ'; ସ୍ଥଳଭାଗ ଛୁଇଁବା ପରେ ବଦଳାଇପାରେ ଗତିପଥ 

ବୈଠକରେ ଅକ୍ଟୋବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଜରୁରୀକାଳୀନ ସମୟକୁ ଗୁରତ୍ଵ ଦିଆଯାଇଛି । ଏହି ସମୟରେ ବିଦ୍ୟୁତ୍ ଗ୍ରୀଡ୍‌ର ସୁରକ୍ଷା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାତ୍ୟା ସମୟରେ ପ୍ରତ୍ୟକ୍ଷ ଭାବେ ପରିଚାଳନା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜେ କୋରାପୁଟଠାରେ ଉପସ୍ଥିତ ରହିବେ । ବାତ୍ୟାର ପ୍ରଭାବ ଉପରେ ନଜର ରଖିବା ସହ ଦକ୍ଷିଣ ଓଡ଼ିଶାରେ ଜରୁରୀକାଳୀନ କାର୍ଯ୍ୟର ନେତୃତ୍ଵ ନେବେ ।

ଅବ୍ୟାହତ ବିଦ୍ୟୁତ୍ ଯୋଗାଣକୁ ଫୋକସ୍

ବିଦ୍ୟୁତ୍ ସେବା ଅବ୍ୟାହତ ରଖିବା ଓ ତୁରନ୍ତ ପୁନରୁଦ୍ଧାର ପାଇଁ ଓପିଟିସିଏଲ ପକ୍ଷରୁ ଏକ ବହୁସ୍ତରୀୟ କମାଣ୍ଡ ନେଟୱାର୍କ ସ୍ଥାପନ କରାଯାଇଛି । STAMC ଚନ୍ଦକାଠାରେ ୨୪x୭ ଜରୁରୀକାଳୀନ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରୀ କରାଯାଇଛି ।

ଏଥିସହ ନରେନ୍ଦ୍ରପୁରଠାରେ ଜୋନାଲ କଣ୍ଟ୍ରୋଲ୍ ରୁମ୍ ଏବଂ ନରେନ୍ଦ୍ରପୁର, ଛତ୍ରପୁର, ଭଞ୍ଜନଗର, ଜୟନଗର, ମାଲକାନଗିରି, ଥେରୁବାଲି, କେସିଙ୍ଗା, ସମଙ୍ଗରା, ପାରାଦୀପ, ଭଦ୍ରକ ଓ ବାଲେଶ୍ୱର ଭଳି ୧୧ଟି ସମ୍ବେଦନଶୀଳ ସ୍ଥାନରେ ଫିଲ୍ଡ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି ।

ସମସ୍ତ କମାଣ୍ଡ ୟୁନିଟ୍‌ରେ ଜରୁରୀକାଳୀନ ଡ୍ୟୁଟି ରୋଷ୍ଟର, ଯୋଗାଯୋଗ ବ୍ୟବସ୍ଥା, ବ୍ୟାକଅପ୍ ଡିଜେଲ ଜେନେରେଟର ଏବଂ ଡିସି ପାୱାର ସିଷ୍ଟମ୍ ପ୍ରସ୍ତୁତ ରଖାଯିବା ସହ ୮୩ ସେଟ୍ (୧୩୨ କେଭି, ୨୨୦ କେଭି ଓ ୪୦୦ କେଭି) ଜରୁରୀକାଳୀନ ଟାୱାର, ୧,୧୧୫ କିଲୋମିଟର ଦୀର୍ଘ କଣ୍ଡକ୍ଟର ଏବଂ ୯,୧୫୭ଟି ହାର୍ଡୱେର୍ ଫିଟିଂ ସେଟ୍ ବିଭିନ୍ନ ଡିପୋରେ ଆଗୁଆ ମହଜୁଦ ରଖାଯାଇଛି ।

ପାଣିପାଗରେ ସୁଧାର ଆସିବା ମାତ୍ରେ ଶକ୍ତି ଭିତ୍ତିଭୂମିର ତୁରନ୍ତ ପୁନରୁଦ୍ଧାର କରାଯିବ । ହସ୍ପିଟାଲ, ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳୀ ଭଳି ଜରୁରୀକାଳୀନ ସେବାକୁ ପ୍ରାଥମିକତା ଦିଆଯିବ । ଗ୍ରାହକମାନଙ୍କୁ ବିଦ୍ୟୁତ୍ ସେବା ସ୍ଵାଭାବିକ ହେବାର ଆକଳନ ସମୟ ସମ୍ପର୍କରେ ସ୍ଵୟଂଚାଳିତ ଏସଏମଏସ (SMS) ମାଧ୍ୟମରେ ଜଣାଯିବ ।

ଏଥିସହ ପଢ଼ନ୍ତୁ: ମାଡ଼ି ଆସୁଛି ବାତ୍ୟା: ସମୁଦ୍ରକୂଳକୁ ଯାଇପାରିବେନି ପର୍ଯ୍ୟଟକ... 

କେଉଁଠି କରିବେ ଅଭିଯୋଗ ?

ଟିପିସିଓଡିଏଲ୍ ପାଇଁ ବ୍ରହ୍ମପୁର, ଆମ୍ବଗଡ଼ଠାରେ କେନ୍ଦ୍ରୀୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି । ଗ୍ରାହକମାନେ 9124293314 କିମ୍ବା ଟୋଲ୍ ଫ୍ରି ନମ୍ବର 1912/18002026ରେ ସମସ୍ୟା ନେଇ ସମ୍ପର୍କ କରିପାରିବେ ।

ରାଜ୍ୟର 'ଜୀବନରେଖା' ଭାବେ ବିଦ୍ୟୁତ୍ ଯୋଗାଣ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସମୀକ୍ଷା ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଓପିଟିସିଏଲ, ଟାଟା ପାୱାର ଏବଂ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।