ଜାନୁଆରୀ ୧୫ରୁ ବରଗଡ ଧନୁଯାତ୍ରା, ପୁଣି ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ

ଅର୍ଗସ ବ୍ୟୁରୋ : ଜାନୁଆରୀ ୧୫ରୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା । ପୁଣି ଦୁଲୁକିବ ମଞ୍ଚ, ଦୁଲୁକିବ ରାଜଦରବାର । ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ମଥୁରା ନଗରୀ । ବରଗଡ଼ର ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାକୁ ଚଳିତ ବର୍ଷ ୭୬ ବର୍ଷରେ ପଦାର୍ପଣ କରିବ । ଯାହାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ରହିଥିବା ବେଳେ ଆଜି ଧନୁଯାତ୍ରା କମିଟିର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏଥିରେ ଧନୁଯାତ୍ରା ମହୋତ୍ସବ କମିଟିର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଯୋଗଦେଇଥିଲେ । ଏଥର ବରଗଡ଼ ଧନୁଯାତ୍ରାକୁ ଧୂମଧାମରେ ପାଳନ ହେବ । ଚଳିତ ବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ଲକ୍ଷ୍ୟ ଦିଆଯାଇଛି । ବିଶେଷ ଭାବେ କଳାକାରଙ୍କ ଅଭିନୟ ଦକ୍ଷତାକୁ ରୁଦ୍ଧିମନ୍ତ କରାଯିବ, ଉଦଘାଟନୀ ଉତ୍ସବକୁ ଅଧିକ ଆକର୍ଷଣୀୟ କରାଯିବାକୁ ଜାତୀୟ ସ୍ତରୀୟ କଳାକାରଙ୍କୁ ନିମନ୍ତ୍ରଣ, ଆକର୍ଷଣୀୟ ତୋରଣ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।
୧୧ ଦିନ ଧରି ଚାଲୁଥିବା ଏହି ଯାତ୍ରାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୁଏ । ଏଣୁ ବରଗଡ଼ ସହର ତଥା ଅମ୍ବାପାଲି ଠାରେ ଗାଡି ମଟର ପାର୍କିଙ୍ଗ ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡି କରାଯିବା, ସହରର ମୁଖ୍ୟ ଛକ ମାନଙ୍କରେ ସିସିଟିଭି ଲଗାଯିବା ସହ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯିବ ବୋଲି ବୈଠକରେ କୁହାଯାଇଛି । ଏହାସହ ସହର ସାରା ରଙ୍ଗୀନ ଆଲୋକରେ ସଜ୍ଜିତ କରାଯିବାର ନିଷ୍ପତ୍ତି ହୋଇଛି ।
📱 Get Argus News App
✨୧୯୪୭ ମସିହାରୁ ବରଗଡ଼ ସହରରେ ଧନୁଯାତ୍ରା ପାଳିତ ହୋଇ ଆସୁଛି । ୧୯୪୭ ମସିହାରେ ଇଂରେଜମାନଙ୍କୁ ହଟାଇ ଭାରତୀୟମାନେ ସ୍ୱାଧୀନତା ହାସଲ କରିଥିଲେ । ବରଗଡ଼ ସହରର କିଛି କୁଲି କାମ କରୁଥିବା ଲୋକେ ଏହି ବିଜୟ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଧନୁଯାତ୍ରାର ଆରମ୍ଭ କରିଥିଲେ ।