|
logo
Live

Argus News - ସାଲେପାଲି ଚାଷୀ ହତ୍ୟାକାରୀକୁ ସୁରକ୍ଷା ଦେଉଛି କି ପୋଲିସ ?

Odisha

ସାଲେପାଲି ଚାଷୀ ହତ୍ୟାକାରୀକୁ ସୁରକ୍ଷା ଦେଉଛି କି ପୋଲିସ ?

Jitendra Dash
Browse all articles by Jitendra Dash
·2 years ago·1 min read
ସାଲେପାଲି ଚାଷୀ ହତ୍ୟାକାରୀକୁ ସୁରକ୍ଷା ଦେଉଛି କି ପୋଲିସ ?

ଅର୍ଗସ ବ୍ୟୁରୋ : ବରଗଡ଼ ଜିଲ୍ଲା ଭେଡେନ ଥାନା ସାଲେପାଲି ଚାଷୀ ସାଧୁ ସାହୁ ହତ୍ୟା ମାମଲା । ଅଭିଯୁକ୍ତ ବିଜେଡି ନେତା ସୁନାଧର ସାଥୁଆକୁ ବଞ୍ଚାଇବାକୁ ଚାହୁଁଛି କି ପୋଲିସ । ପ୍ରଥମେ ଅଭିଯୁକ୍ତ ବିରୋଧରେ ୩୦୨ ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ଗିରଫଦାରି ପରେ ଏହାକୁ ପୋଲିସ ବଦଳାଇ ଦେଇଛି । ଏବେ ୩୦୬ ଦଫାରେ ରୁଜୁ ହୋଇଛି ମାମଲା । ଏନେଇ ସୂଚନା ଦେଇଛନ୍ତି ଖୋଦ ଭେଡେନ ଥାନା ଆଇଆଇସି ପ୍ରେମଜିତ୍ ଦାସ । 

ପ୍ରଥମେ ହତ୍ୟା ଅଭିଯୋଗ ନେଇ ୩୦୨ ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ଏବେ ଦଫା ବଦଳାଇ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ୩୦୬ ଦଫା ଲଗାଇଛି ପୋଲିସ । ଯାହାକୁ ନେଇ ଉଠିଛି ଅନେକ ପ୍ରଶ୍ନ । କେଉଁ ଆଧାରରେ ଦଫା ବଦଳାଇଲା ପୋଲିସ । ମୃତ ଚାଷୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବା ବେଳେ କାହିଁକି ବଦଳିଲା ଅଭୁଯୁକ୍ତ ଉପରେ ଲାଗିଥିବା ଦଫା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଭିଯୁକ୍ତକୁ ବଞ୍ଚାଇବାକୁ ଚାହୁଁଛି କି ପୋଲିସ ?  ପୋଲିସ ଉପରେ ପଡୁଛି କି ରାଜନୈତିକ ଚାପ ? ହତ୍ୟା ମାମଲାରେ ଥିବା ଅଭିଯୁକ୍ତ ବିଜେଡି ନେତାକୁ ପୋଲିସ ଯୋଗାଉଛି କି ସୁରକ୍ଷା ? ଏମିତି ନାନା ଦିଗକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ସବୁଠୁ ବଡ଼ କଥା ହେଉଛି ଦଫା ବଦଳିବା ନେଇ ପୂର୍ବରୁ ଆଶଙ୍କା କରିଥିଲେ ମୃତ ଚାଷୀଙ୍କ ପରିବାର ଲୋକେ । 

Sponsored
ସାଲେପାଲି ଚାଷୀ ହତ୍ୟାକାରୀକୁ ସୁରକ୍ଷା ଦେଉଛି କି ପୋଲିସ ? | Argus News