Road Accident / ଦୁଇ ଛୁଆଙ୍କ ଆଖି ଆଗରେ ଚାଲିଗଲା ବାପା, ମାଆଙ୍କ ପ୍ରାଣ; ସ୍କୁଟିରେ ଯିବାବେଳେ ଅଘଟଣ

Key Points
ଆଖି ଆଗରେ ଚାଲିଗଲା ଜନ୍ମଦାତା, ଜନ୍ମଦାତ୍ରୀଙ୍କ ପ୍ରାଣ । ଦୁନିଆ କ'ଣ ଜାଣିବା ଆଗରୁ ଦୁଇ ଛୁଆଙ୍କ ଠାରୁ ଦଇବ ଦୁର୍ଘଟଣାରେ ସେମାନଙ୍କ ବାପାମାଆଙ୍କୁ ଛଡ଼ାଇ ନେଇଛି । ଛୁଆଙ୍କ ଆଖି ଆଗରେ ହାଇୱା ଚକା ତଳେ ଆଖି ବୁଜିଛନ୍ତି ବାପାମାଆ ।
ବରଗଡ଼: ହାଇୱା କରିଦେଲା ବାପାମାଆ ଛେଉଣ୍ଡ । ଆଖି ଆଗରେ ଚାଲିଗଲା ଜନ୍ମଦାତା, ଜନ୍ମଦାତ୍ରୀଙ୍କ ପ୍ରାଣ । ଦୁନିଆ କ'ଣ ଜାଣିବା ଆଗରୁ ଦୁଇ ଛୁଆଙ୍କ ଠାରୁ ଦଇବ ଦୁର୍ଘଟଣାରେ ସେମାନଙ୍କ ବାପାମାଆଙ୍କୁ ଛଡ଼ାଇ ନେଇଛି । ଛୁଆଙ୍କ ଆଖି ଆଗରେ ହାଇୱା ଚକା ତଳେ ଆଖି ବୁଜିଛନ୍ତି ବାପାମାଆ । ଏଭଳି ଦୁର୍ଘଟଣା ଘଟିଛି ବରଗଡ଼ର ଦୁରୁଦ୍ଵାର ଛକରେ ।
ଏଥିସହ ପଢ଼ନ୍ତୁ: ପଛକୁ ପଛ ପିଟିହେଲା ୩ ବସ୍; ମଝିରେ ଚାପି ହୋଇଗଲା ବାଇକ୍, ଜଣେ ମୃତ
ସୂଚନା ଅନୁସାରେ, ଗଙ୍ଗେଇ ଗାଁର ଦମ୍ପତି ଦୁଇ ଛୁଆଙ୍କୁ ନେଇ ସ୍କୁଟିରେ ଯାଉଥିଲେ । ଆଉ ସେହି ସମୟରେ ଯମଦୂତ ହୋଇ ମାଡ଼ି ଆସିଥିଲା ହଳଦିଆ ଧୂଷର ରଙ୍ଗର ହାଇୱା । ଆଉ ଆଖି ପିଛୁଳାକେ ହାଇୱାର ଆଗ ଚକ ସ୍କୁଟି ଉପରେ ଚଢ଼ି ଯାଇଥିଲା । କ୍ଷଣିକରେ ସ୍କୁଟିରୁ ୨ ଛୁଆ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିବା ବେଳେ ଚକା ତଳେ ଚାପି ହୋଇ ଯାଇଥିଲେ ଦମ୍ପତି ।
📱 Get Argus News App
✨
ଛୁଆଙ୍କ ଆଖି ଆଗରେ ହାଇୱା ଚକା ତଳେ ଛଟପଟ ହୋଇ ଚାଲି ଯାଇଛି ବାପାମାଆଙ୍କ ଜୀବନ । ମୃତ ଦମ୍ପତି ଅମ୍ବାଭନା ଥାନା ଅନ୍ତର୍ଗତ ଗଙ୍ଗେଇ ଗାଁର ରାମକୃଷ୍ଣ ଡୁଙ୍ଗୁରି ଓ ଶକୁନ୍ତଳା ଡୁଙ୍ଗୁରି ବୋଲି ଜଣାପଡ଼ିଛି । ଗୁରୁତର ଆହତ ହୋଇଥିବା ୨ ଛୁଆଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ସ୍କୁଟିରେ ଦମ୍ପତି ୨ ଛୁଆଙ୍କୁ ନେଇ ରେଲୱେ ଷ୍ଟେସନ ଆଡ଼କୁ ଯାଉଥିବା ବେଳେ ହାଇୱାଟି ପଛୁ ଆସି ଧକ୍କା ଦେଇଥିବା ସୂଚନା ମିଳିଛି ।
ଏଥିସହ ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ ନେଇ ଆସିଲା ବଡ଼ ସୂଚନା, ECI କହିଲେ...
ଘଟଣାସ୍ଥଳରେ ହିଁ ଦମ୍ପତିଙ୍କ ମୃତ୍ୟୁକୁ ନେଇ ଗୁରୁଦ୍ଵାର ଛକରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଜନଗହଳିପୂର୍ଣ୍ଣ ରାସ୍ତାରେ ହାଇୱା ଚଢ଼ାଇ ଦେବାରୁ ୨ ଜଣଙ୍କ ମୃତ୍ୟୁକୁ ନେଇ ତାତି ଥିଲେ ସ୍ଥାନୀୟ ଲୋକ । ହାଇୱା ଗାଡ଼ିକୁ ଉତ୍ୟକ୍ତ ଲୋକେ ଭଙ୍ଗାରୁଜା କରିବା ସହ ଡ୍ରାଇଭରକୁ ଧରି ମାଡ଼ ମାରିଥିଲେ । ପରେ ପୋଲିସ ପହଞ୍ଚି ଲୋକଙ୍କ କବଳରୁ ଡ୍ରାଇଭରକୁ ହେପାଜତକୁ ନେଇଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ପୋଲିସ ତଦନ୍ତ କରୁଛି ।
Related Topics
Explore more stories