Videos
|
Odisha

ଚୋରା କାଠ ସହ ଗୋଟିଏ ବାଇକ ବି ଜବତ କରିଛି ବନଭିଭାଗ

Jitendra Dash
Browse all articles by Jitendra Dash
·2 years ago·1 min read
ଚୋରା କାଠ ସହ ଗୋଟିଏ ବାଇକ ବି ଜବତ କରିଛି ବନଭିଭାଗ

ଅର୍ଗସ ବ୍ୟୁରୋ : ପଦ୍ମପୁର ସବ ଡ଼ିଭିଜନ ଅନ୍ତର୍ଗତ ଗାଇସିଲେଟ ଥାନା କଠୋଉମାଲ ଅଞ୍ଚଳରୁ ମୁଲ୍ୟବାନ କାଠ ଜବତ କରିଛି ପଦ୍ମପୁର ବନଭିଭାଗ । ତେବେ ଏହି ଅଞ୍ଚଳରୁ ବହୁ ପରିମାଣରେ ଖଇର କାଠ ଛତିଶଗଡ ଏବଂ ବଲାଙ୍ଗିର ଅଞ୍ଚଳକୁ ଚାଲାଣ କରା ଯାଉଥିବା ବେଳେ ଆଜି ବିଶେଷ ସୁତ୍ରରୁ ଖବର ପାଇଁ କଠୋଉମାଲ ଠାରେ ଚଢାଉ କରିଥିଲା ବନ ଭିଭାଗ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ସମୟରେ ଚାଲାଣ ପାଇଁ ପିକଅଫରେ ଲୋଡ ହୋଇଥିବା ପ୍ରାୟ ୨ ଟନ ଓଜନର ଖଇର କାଠ ଯାହାର ଆନୁମାନିକ ମୁଲ୍ୟ ପାଖା ପାଖି ୪ଲକ୍ଷ ଟଙ୍କା ହେବ । ଏହା ସହ ବନ କର୍ମଚାରୀଙ୍କୁ ଦେଖି ଗାଡି ଓ କାଠ ଛାଡି ସମସ୍ତେ ଫେରାର ହୋଇଥିବା ବେଳେ ଏକ ବାଇକ ମଧ୍ୟ ଜବତ କରିଛି ବନ ବିଭାଗ । ଏହା ସହ ଅଞ୍ଚଳର କିଛି ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ ଚାଲାଣକାରୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ପଦ୍ମପୁର ରେଞ୍ଜର ସୁଦାମ ଜଗଦଲା ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bargarh wood size | Argus News