ବରଗଡ ଚାଷୀଙ୍କ ଗର୍ଜନ

ଅର୍ଗସ ବ୍ୟୁରୋ : ଆଜି ରାଜ୍ୟ ସରକାରଙ୍କୁ ଘେରିଲେ ବରଗଡ ଅଞ୍ଚଳର ଚାଷୀ । ଆଉ ସରକାରଙ୍କୁ ମାଗିଛନ୍ତି ଜବାବ । ଜିଲ୍ଲାରୁ ଆଜି ହଜାର ହଜାର ଚାଷୀ ଏକତ୍ରିତ ହୋଇ ପଦଯାତ୍ରା କରିବା ସହ ସରକାରଙ୍କୁ ମାଗିଛନ୍ତି ଜବାବ । ଚାଷୀଙ୍କ ଅଭିଯୋଗ ଚାଷୀଙ୍କୁ ଉଚିତ ପ୍ରାପ୍ୟ ମିଳୁନାହିଁ । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସରକାର । ପଦ୍ମପୁର ରାଜ ବୋଡ଼ାସମ୍ବର କୃଷକ ସଂଗଠନ ଆହ୍ୱାନରେ ଆଜି ଗର୍ଜିଥିଲେ ଚାଷୀ । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ହେଲା ସଙ୍ଗଠନ କରୁଛନ୍ତି ଆନ୍ଦୋଳନ । ହେଲେ ସେମାନଙ୍କ ଦାବି ପ୍ରତି ସରକାର ଦୃଷ୍ଟି ଦେଉନଥିବା କଥା କୃଷକ ମାନେ ଅଭିଯୋଗ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଇନପୁଟ ସବସିଡି, କୃଷି ବୀମା, ସ୍ଥାୟୀ ଜଳସେଚନ ବ୍ୟବସ୍ଥା, ବିଦ୍ୟୁତ୍ ବିଲ୍ ଛାଡ଼, ମଣ୍ଡି ସମସ୍ୟା ସମେତ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଆଦି ୧୪ ଦଫା ଦାବି ନେଇ କୃଷକ ମାନେ ଆନ୍ଦୋଳନ କରିଛନ୍ତି । ଆଉ ରାଜ୍ୟ ସରକାର କୃଷକଙ୍କୁ ଲଲିପପ୍ ଦେଉଛନ୍ତି । ଆଉ ସରକାର ସବୁବେଳେ ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।
📱 Get Argus News App
✨ଚାଷୀ ପାଉନାହିଁ ଉଚିତ ମୂଲ୍ୟ, ଚାଲିଛି କଟନୀଛଟନୀ, ମିଲର ମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି । ଆଉ ଏହାକୁ ନେଇ ବରଗଡର ସୋହେଲା ସମାବେଶରେ ଚାଷୀଙ୍କୁ ବୋନସ ମିଳିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ସରକାରଙ୍କ ଗଳାରେ ଚାଷୀ ଆନ୍ଦୋଳନର କଣ୍ଟା । ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ନକଲେ ଆଗକୁ ବଡଧରଣର ଆନ୍ଦୋଳନର ଚେତାବନୀ ଦେଇଛନ୍ତି କୃଷକ ସଙ୍ଗଠନ ।