Crime In Odisha / ଦିନ ଦ୍ଵି-ପ୍ରହରରେ ଲୁଟିନେଲେ କୋଟିଏରୁ ଅଧିକ ଟଙ୍କାର ସୁନା; CCTVରେ କଏଦ ଲୁଟ୍ର ଚିତ୍ର
·Updated on: 29 Nov 2026, 20:36:23 IST·2 min read

Key Points
୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଓ ହୀରା ଅଳଙ୍କାର ସମେତ ପ୍ରାୟ ୧ରୁ ୨ ଲକ୍ଷ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଦିନ ଦ୍ଵି-ପ୍ରହରରେ ୬ ଦୁର୍ବୃତ୍ତ ସୁନା ଦୋକାନରେ ପଶିଲେ । ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଲେ ।
ବାରିପଦା (ମୟୂରଭଞ୍ଜ): ବାରିପଦାରେ ବନ୍ଧୁକ ମୁନରେ ସୁନା ଦୋକାନରୁ ଡକାୟତି । ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଓ ହୀରା ଅଳଙ୍କାର ସମେତ ପ୍ରାୟ ୧ରୁ ୨ ଲକ୍ଷ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଦିନ ଦ୍ଵି-ପ୍ରହରରେ ୬ ଦୁର୍ବୃତ୍ତ ସୁନା ଦୋକାନରେ ପଶିଲେ । ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଲେ । ବ୍ୟାଗରେ ସୁନା ଗହଣା ଭର୍ତ୍ତି କରି ପଳାଇଲେ । ସିସିଟିଭିରେ କଏଦ ହୋଇଛି ଲୁଟ୍ର ପୂରା ଚିତ୍ର ।
ବାରିପଦା ଥାନାଠାରୁ ମାତ୍ର ୪୦୦ ମିଟର ଦୂରରେ ଦିନ ଦ୍ୱି-ପ୍ରହରରେ ବନ୍ଧୁକ ମୁନରେ ସୁନା ଦୋକାନରୁ ଲୁଟ୍ ହୋଇଛି । ବାରିପଦା ଟାଉନ ଥାନା ନିକଟରେ ଥିବା ଏକ ସୋ’ରୁମ୍କୁ ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ଡକାୟତ । ରବିବାର ଦିନ ପ୍ରାୟ ଗୋଟାଏ ୧୨ ମିନିଟ୍ ସମୟରେ ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ଦୋକାନ ଭିତରକୁ ପଶିଥିଲେ ।
ଏଥିସହ ପଢ଼ନ୍ତୁ: ପୋଖରୀରେ ଜଗିଥିଲା ଯମ; ୩ ନାବାଳିକା ଓ ଜଣେ ନାବାଳକଙ୍କୁ ନୂଆ ଜୀବନ ଦେଇ ଆଖି ବୁଜିଲେ
ଗ୍ରାହକ ଓ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ରିଭଲଭର ଲଗାଇ ମାଡ଼ ମାରିଥିଲେ ଦୁର୍ବୃତ୍ତ । ଏହାପରେ ଦୁର୍ବୃତ୍ତମାନେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଓ ହୀରା ଅଳଙ୍କାର ସମେତ ପ୍ରାୟ ୧ରୁ ୨ ଲକ୍ଷ ନଗଦ ଟଙ୍କା ଲୁଟି ନେଇ ଫେରାର ହେବାକୁ ଉଦ୍ୟମ କରିଥିଲେ ।
୪ ଦୁର୍ବୃତ୍ତ କାବୁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଦୋକାନ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସାହସିକତା ଯୋଗୁଁ ଘଟଣାସ୍ଥଳରୁ ୪ ଜଣ ଲୁଟେରାଙ୍କୁ କାବୁ କରି ପୋଲିସ ଜିମା ଦିଆଯାଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୨ ଜଣ ଫେରାର ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ ସହ ଜୋରଦାର ଛାନଭିନ ଆରମ୍ଭ କରିଛି ।
ଏଥିସହ ପଢ଼ନ୍ତୁ: କୋଡ୍ୱାର୍ଡରେ ଚାଲିଥିଲା ବ୍ରାଉନସୁଗାର କାରବାର, ମାଡ଼ିବସିଲା ଅବକାରୀ ବିଭାଗ
ଲୁଟ୍ ପୂର୍ବରୁ ରେକି
ଲୁଟ୍ ପୂର୍ବରୁ ଦୁର୍ବୃତ୍ତମାନେ ଦୁଇ ଦିନ ଧରି ଦୋକାନକୁ ଆସି ରେକି କରିଥିବା ସିସିଟିଭି ଫୁଟେଜ୍ ଯାଞ୍ଚରୁ ଜଣାପଡ଼ିଥିବା ବେଳେ ଥାନା ନିକଟରେ ଏଭଳି ସଶସ୍ତ୍ର ଡକାୟତି ସହରର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୁନା ଦୋକାନୀ ମାଲିକ ନବନିତ ଖଣ୍ଡଲୱାଲ କହିଛନ୍ତି, "ଲୁଟ୍ ପୂର୍ବରୁ ଉକ୍ତ ଗ୍ୟାଙ୍ଗର ଜଣେ ଶନିବାର ଆସି ଏକ ମୁଦି କିଣିଥିଲେ । ସେ ଦୁଇଦିନ ହେଲା ରେକି କରୁଥିଲେ । ଆଜି ସେମାନେ ଲୁଟ୍ କରିବା ପରେ ଆମେ ୪ ଜଣଙ୍କୁ ଧରିଛୁ । ସମସ୍ତେ ୬ ଜଣଙ୍କ ପାଖରେ ବନ୍ଧୁକ ଥିଲା । ପୋଲିସ ତଦନ୍ତ କରୁଛି ।"

Related Topics
Explore more stories