Videos
|
Odisha

Odisha News / ପୋଖରୀରେ ଜଗିଥିଲା ଯମ; ୩ ନାବାଳିକା ଓ ଜଣେ ନାବାଳକଙ୍କୁ ନୂଆ ଜୀବନ ଦେଇ ଆଖି ବୁଜିଲେ

Sushanta Sahoo
Browse all articles by Sushanta Sahoo
·Published on: 29 Nov 2026, 19:01:58 IST·2 min read
ପୋଖରୀରେ ଜଗିଥିଲା ଯମ; ୩ ନାବାଳିକା ଓ ଜଣେ ନାବାଳକଙ୍କୁ ନୂଆ ଜୀବନ ଦେଇ ଆଖି ବୁଜିଲେ
Woman Saves Four Children from Pond

Key Points

ତିନି ନାବାଳିକା ଓ ଜଣେ ନାବାଳକଙ୍କୁ ଉଦ୍ଧାର କରି ଆସମତି ଯାନୀ ନାମକ ମହିଳା ଆଖି ବୁଜି ଦେଇଛନ୍ତି । ରବିବାର ପାପଡ଼ାହାଣ୍ଡି ବ୍ଲକ ତୁମ୍ବର୍ଲ ପଞ୍ଚାୟତ ରୋଜାମାଟୁ ଗାାଁରେ ଏହି ଘଟଣା ଶୋକର ଛାୟା ଖେଳାଇ ଦେଇଛି ।
ନବରଙ୍ଗପୁର: ତିନି ତିନି ଜଣଙ୍କୁ ପାଣିରୁ ଉଦ୍ଧାର କଲେ, ହେଲେ ନିଜେ ବୁଡ଼ିଗଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବଲ୍କର ତୁମ୍ବର୍ଲ ପଞ୍ଚାୟତର ରୋଜାମାଟୁ ଗାଁରେ । ତିନି ନାବାଳିକା ଓ ଜଣେ ନାବାଳକଙ୍କୁ ଉଦ୍ଧାର କରି ଆସମତି ଯାନୀ ନାମକ ମହିଳା ଆଖି ବୁଜି ଦେଇଛନ୍ତି ।

ରବିବାର ପାପଡ଼ାହାଣ୍ଡି ବ୍ଲକ ତୁମ୍ବର୍ଲ ପଞ୍ଚାୟତ ରୋଜାମାଟୁ ଗାାଁରେ ଏହି ଘଟଣା ଶୋକର ଛାୟା ଖେଳାଇ ଦେଇଛି । ଆସମତିଙ୍କର ଅଦମ୍ୟ ସାହସ ଓ ଅସୀମ ଧୈର୍ଯ୍ୟ ତିନି ନାବଳିକା ସହ ଜଣେ ନାବାଳକଙ୍କ ଜୀବନ ବଞ୍ଚାଇ ଦେଇଛି । ଆଉ ଏବେ ଆସମତିଙ୍କ ସଭିଁଙ୍କ ମୁହଁରେ ଆସମତିଙ୍କ ପ୍ରଶଂସା ଚାଲିଥିବା ବେଳେ ତାହା ଦେଖିବାକୁ ସେ ନାହାନ୍ତି ।

ଏଥିସହ ପଢ଼ନ୍ତୁ: ଶୀତରେ ଲାଗିବ କୁହୁଡ଼ି ବ୍ରେକ୍; ୨ ଦିନ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 

ପୋଖରୀରେ ଜଗିଥିଲା ଯମ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରୋଜାମାଟୁ ଗାଁର ତିନି ଜଣ ନାବାଳିକା ଗେଲୁମଣି ଯାନୀ (୧୦), ଜ୍ୟୋତି ଯାନୀ (୧୦), ସୋନାଲି ଯାନୀ (୧୦) ଓ ନାବାଳକ ଗୁଡ଼ୁ ଯାନୀ (୭) ରବିବାର ସକାଳ ସମୟରେ ଗାଁ ଠାକୁରାଣୀ ମନ୍ଦିର ନିକଟରେ ପୋଖରୀକୁ ଗାଧେଇବାକୁ ଯାଇଥିଲେ ।

ଗାଧେଇବା ସମୟରେ ଅସାବଧାନତା ଯୋଗୁଁ ଗଭୀର ପାଣିରେ ତିନି ଜଣ ନାବାଳିକା ଓ ଜଣେ ନାବାଳକ ପାଣି ବୁଡ଼ି ଯାଇଥିଲେ । ସେହି ସମୟରେ ଆସମତି ଯାନୀ ୪ ଜଣ ଛୁଆ ବୁଡ଼ିଯିବା ଦେଖି ଦେବଦୂତ ସାଜି ଉଦ୍ଧାର କରିଥିଲେ । ତିନି ନାବାଳିକା ଓ ଜଣେ ନାବାଳକଙ୍କୁ ଉଦ୍ଧାର କରି ନିଜେ ସେହି ପାଣିରେ ବୁଡ଼ି ଅଚେତ ହୋଇ ପଡ଼ିଥିଲେ ଆସମତି ।

ଏଥିସହ ପଢ଼ନ୍ତୁ: କଟକ ବାଲିଯାତ୍ରାରେ ସ୍ୱାସ୍ଥ୍ୟ ବିଭାଗ ଓ CMCର ମିଳିତ ରେଡ୍ 

ଗ୍ରାମବାସୀ ଦେଖିବା ପରେ ତୁରନ୍ତ ଆସମତିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଆସମତିଙ୍କୁ ମୃତ ଘୋଷଣା କରିଛନ୍ତି ।