Labour Department Rules / ଶ୍ରମ ବିଭାଗର ନିର୍ଦ୍ଦେଶକୁ ଫୁ’; ନିୟମ ଭାଙ୍ଗୁଛନ୍ତି ଠିକାଦାର, ପେଟ ବିକଳରେ ଝାଳ ବୁହାଉଛି ଶ୍ରମିକ
·1 hour ago·2 min read

Key Points
ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଶ୍ରମିକ କାର୍ଯ୍ୟ ବନ୍ଦ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ହେଲେ ବାରିପଦାର ଛଉପଡ଼ିଆ ନବୀକରଣ ଏବଂ ପୋଲିସ ପଡ଼ିଆ ପାଚେରୀ କାର୍ଯ୍ୟ ସ୍ଥଳରେ ଏହି ନିୟମ କେବଳ କାଗଜପତ୍ରରେ ସୀମିତ ଥିବା ଦେଖିବାକୁ ମିଳିଛି ।
ବାରିପଦା: ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅସହ୍ୟ ହୋଇ ପଡ଼ିଛି । ହେଲେ ବାରିପଦା ସହରରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି । ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଶ୍ରମ ବିଭାଗ ପକ୍ଷରୁ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଶ୍ରମିକ କାର୍ଯ୍ୟ ବନ୍ଦ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
ବାରିପଦାର ଛଉପଡ଼ିଆ ନବୀକରଣ ଏବଂ ପୋଲିସ ପଡ଼ିଆ ପାଚେରୀ କାର୍ଯ୍ୟ ସ୍ଥଳରେ ଏହି ନିୟମ କେବଳ କାଗଜପତ୍ରରେ ସୀମିତ ଥିବା ଦେଖିବାକୁ ମିଳିଛି ।
ସମୟ ମଧ୍ୟାହ୍ନ ୧୨ଟା ଉପରେ... ମୁଣ୍ଡଫଟା ଖରାରେ ଶ୍ରମିକମାନେ କଂକ୍ରିଟ୍ ଓ ସିମେଣ୍ଟ ଢାଳିବା କାମ କରୁଥିବା ଦେଖିବାକୁ ମିଳିଛି ।
ଏଥିସହ ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାକୁ ନାହିଁ ନିସ୍ତାର; ୩ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି
ପ୍ରଶାସନ ପକ୍ଷରୁ ସମସ୍ତ ଠିକାଦାରଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ ବାସ୍ତବ କ୍ଷେତ୍ରରେ ଠିକାଦାର କିମ୍ବା ନିର୍ମାଣ ସଂସ୍ଥା ଏହାକୁ ସାମାନ୍ୟ ବି ଖାତିର କରୁନାହାନ୍ତି । ନିର୍ମାଣ ସ୍ଥଳରେ ଶ୍ରମିକମାନଙ୍କ ପାଇଁ (ORS) କିମ୍ବା ପର୍ଯ୍ୟାପ୍ତ ପିଇବା ପାଣି ଭଳି ଜରୁରୀ ସୁବିଧା ମଧ୍ୟ ଉପଲବ୍ଧ ନଥିବା ଦେଖିବାକୁ ମିଳିଛି ।
ଏ ସଂକ୍ରାନ୍ତରେ ଜିଲ୍ଲା ଶ୍ରମ ଅଧିକାରୀ ନିରଞ୍ଜନ ନାଏକଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, "ବାରିପଦା ସହରର ସମସ୍ତ ଠିକାଦାର ଓ ନିର୍ମାଣ ସଂସ୍ଥାକୁ ଶ୍ରମ ବିଭାଗ ତରଫରୁ ଏନେଇ ସୂଚନା ଦିଆଯାଇଛି । ସକାଳ ୬ଟାରୁ ୧୧ଟା ଏବଂ ଅପରାହ୍ଣ ୩ଟା ପରେ ଶ୍ରମିକମାନେ କାମ କରିପାରିବେ ।"
ଯଦି କୌଣସି ଠିକାଦାର ଦିନ ୧୧ଟାରୁ ୩ଟା ମଧ୍ୟରେ ଶ୍ରମିକଙ୍କୁ ପ୍ରଚଣ୍ଡ ଖରାରେ କାମ କରାନ୍ତି, ତେବେ ଶ୍ରମିକମାନେ ସିଧାସଳଖ ଶ୍ରମ ବିଭାଗ ନିକଟରେ ଅଭିଯୋଗ କରିବାକୁ କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।
ଗରିବ ଶ୍ରମିକ ପାଇଁ ଭୋକ ଆଗ, ଜୀବନ ପଛ। କାମ ନାହିଁ ତ ଚୁଲି ବନ୍ଦ । ପ୍ରଶାସନ କ’ଣ କେବଳ ଚିଠି ଲେଖିବ ନା ନିୟମ ଉଲ୍ଲଂଘନକାରୀଙ୍କ ଉପରେ ପ୍ରକୃତରେ କାର୍ଯ୍ୟାନୁଷ୍ଠାନ ନେବ ? ତାହା ଦେଖିବାକୁ ବାକି ରହିଲା ।
ଏଥିସହ ପଢ଼ନ୍ତୁ: ପ୍ରବଳ ଖରାରେ କାମ କରିବେନି ଶ୍ରମିକ; ପୂର୍ତ୍ତ ବିଭାଗ ଦେଲା କଡ଼ା ନିର୍ଦ୍ଦେଶ
ପୂର୍ତ୍ତ ବିଭାଗର ପତ୍ର
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ସରକାର ସଜାଗ ଅଛନ୍ତି । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ପୂର୍ତ୍ତ ବିଭାଗର ଇଆଇସି ସମସ୍ତ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି । ବିଭାଗ ପକ୍ଷରୁ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗ୍ରୀଷ୍ମ ପ୍ରବାହ ପରିପ୍ରେକ୍ଷୀରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ଖରାରେ କାର୍ଯ୍ୟ କରାଇ ପାରିବେ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories