Odisha Heatwave / ପ୍ରବଳ ଖରାରେ କାମ କରିବେନି ଶ୍ରମିକ; ପୂର୍ତ୍ତ ବିଭାଗ ଦେଲା କଡ଼ା ନିର୍ଦ୍ଦେଶ
·1 hour ago·2 min read

Key Points
ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ବିଭିନ୍ନ ଜିଲ୍ଲାରେ ପାରଦ ୪୪ ଡିଗ୍ରୀ ଉପରେ ରହୁଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ସରକାର ସଜାଗ ଅଛନ୍ତି । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରିଛି ।
ଭୁବନେଶ୍ଵର: ଅସହ୍ୟ ଖରା, ହନ୍ତସନ୍ତ ଲୋକେ । ବଢ଼ୁଛି ପାରଦ, ଥମୁନି ତାତି । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ବିଭିନ୍ନ ଜିଲ୍ଲାରେ ପାରଦ ୪୪ ଡିଗ୍ରୀ ଉପରେ ରହୁଛି । ରାଜ୍ୟରେ ଅଂଶୁଘାତ ଜନିତ ୩ ଜଣଙ୍କ ମୃତ୍ୟୁ ବି ହୋଇଛି ।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ସରକାର ସଜାଗ ଅଛନ୍ତି । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଏଥିସହ ପଢ଼ନ୍ତୁ: ଆଉ ୫ ଦିନ ପ୍ରଚଣ୍ଡ ତାତି; ଖରାରେ ଗଲାଣି ୩ ଜଣଙ୍କ ଜୀବନ
ପୂର୍ତ୍ତ ବିଭାଗର ଇଆଇସି ସମସ୍ତ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି । ବିଭାଗ ପକ୍ଷରୁ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗ୍ରୀଷ୍ମ ପ୍ରବାହ ପରିପ୍ରେକ୍ଷୀରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ଖରାରେ କାର୍ଯ୍ୟ କରାଇ ପାରିବେ ନାହିଁ ।
କିଛି ସ୍ଥାନରେ ପ୍ରବଳ ଖରା ସମୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଗଣମାଧ୍ୟମ ସୂତ୍ରରୁ ସରକାରଙ୍କ ଦୃଷ୍ଟିକୁ ଆସିଛି । ଏଣୁ ଠିକା ସଂସ୍ଥାମାନେ ପ୍ରତିବନ୍ଧିତ ସମୟରେ କାର୍ଯ୍ୟ ବନ୍ଦ କରିବା ସହ ଶ୍ରମିକମାନଙ୍କ ପାଇଁ ଛାୟାର ବ୍ୟବସ୍ଥା (ରେଷ୍ଟ ସେଡ୍) ସହ ପାନୀୟ ଜଳ ଓ ଫାଷ୍ଟ ଏଡ୍ ଉପଲବ୍ଧ କରିବାକୁୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ସହ କ୍ଷେତ୍ର କର୍ମଚାରୀମାନେ ଏଥି ପ୍ରତି ସଜାଗ ରହିବା ସହ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟି କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ସୂର୍ଯ୍ୟଙ୍କ ତତଲା କଡ଼େଇରେ ଭାଜି ହେଉଛି ସାରା ରାଜ୍ୟ । ଫୁଟୁଛି ପଶ୍ଚିମ ଓଡ଼ିଶା । ରବିବାର ପଶ୍ଚିମ ଓଡ଼ିଶାର ୯ ସ୍ଥାନରେ ପାରଦ ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୬ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ରହିଛି ।
ଏଥିସହ ପଢ଼ନ୍ତୁ: ୪୫ ଡିଗ୍ରୀ ଉପରେ ୬ ସହର; ୨୮ରୁ କାଚିବ, ଉଡ଼େଇବ
ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୫.୮ ଡିଗ୍ରୀ ରେକର୍ଡ କରାଯାଇଛି । ବୌଦ୍ଧରେ ସର୍ବାଧିକ ପାରଦ ୪୫.୬ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୪୫.୪ ଡିଗ୍ରୀ, ସମ୍ବଲପୁରରେ ୪୫.୩ ଡିଗ୍ରୀ, ସୋନପୁରରେ ୪୫.୨ ଡିଗ୍ରୀ ଓ ବଲାଙ୍ଗିରରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ ହୋଇଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ୨୮ ତାରିଖ ପର୍ଯ୍ୟନ୍ତ ଏଭଳି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ୨୮ ତାରିଖ ପରେ ତାତିରୁ ଆଶ୍ଵସ୍ତି ଆଣିବ କାଳବୈଶାଖୀ ବର୍ଷା । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବାଧିକ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇ ନପାରେ । ଏହାପରେ ପାରଦ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories