Stray Dogs / କୁକୁରଙ୍କ ବନ୍ଧ୍ୟାକରଣ ଠପ୍; ଗାଡ଼ି ପଛରେ ଗୋଡ଼ାଇ ଘଟାଉଛନ୍ତି ଦୁର୍ଘଟଣା
·44 mins ago·2 min read

Key Points
ତ୍ରାହି ତ୍ରାହି ଡାକୁଛନ୍ତି ବାରିପଦା ସହରବାସୀ
ହୁ ହୁ ହୋଇ ବଢ଼ୁଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା
ଆକ୍ରମଣ କରି ଲୋକଙ୍କୁ ରକ୍ତାକ୍ତ କରୁଛନ୍ତି କୁକୁର

ବାରିପଦା (ମୟୂରଭଞ୍ଜ): ବୁଲା କୁକୁରଙ୍କ ଆତଙ୍କରେ ଏବେ ତ୍ରାହି ତ୍ରାହି ଡାକୁଛନ୍ତି ବାରିପଦା ସହରବାସୀ । ରାଜରାସ୍ତାରୁ ଆରମ୍ଭ କରି ଗଳିକନ୍ଦି, ସବୁଠି ଏବେ ବୁଲା କୁକୁରଙ୍କ ଅଘୋଷିତ ରାଜୁତି । କେତେବେଳେ କାହାକୁ ଆକ୍ରମଣ କରି ରକ୍ତାକ୍ତ କରୁଛନ୍ତି ତ ଆଉ କେତେବେଳେ ଗାଡ଼ି ପଛରେ ଗୋଡ଼ାଇ ଭୟାବହ ଦୁର୍ଘଟଣାର କାରଣ ସାଜୁଛନ୍ତି ।
ଗୋଟିଏ ପଟେ କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଅନ୍ୟପଟେ ଦୀର୍ଘ ଦିନ ହେବ ଠପ୍ ହୋଇ ପଡ଼ିଛି କୁକୁରଙ୍କ ବନ୍ଧ୍ୟାକରଣ ବା 'ଆନିମଲ ବାର୍ଥ କଣ୍ଟ୍ରୋଲ' କାର୍ଯ୍ୟକ୍ରମ । ପ୍ରଶାସନିକ ଅବହେଳା ଯୋଗୁଁ ସହରରେ କୁକୁରଙ୍କ ବଂଶବୃଦ୍ଧି ଅଣାୟତ୍ତ ହୋଇପଡ଼ିଛି ।
ଏଥିସହ ପଢ଼ନ୍ତୁ: ଏଥର ବଢ଼ିବ ଶୀତ; ୨ ଦିନ କୁହୁଡ଼ି ପାଇଁ ଆଲର୍ଟ
ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଦିନ ହେଉ କି ରାତି, ସହରର ପ୍ରମୁଖ ଛକଠାରୁ ଆରମ୍ଭ କରି ଆବାସିକ କଲୋନୀ ପର୍ଯ୍ୟନ୍ତ, ସବୁଠି ବୁଲା କୁକୁରଙ୍କ ପଲ । ଦଳ ଦଳ ହୋଇ ରାସ୍ତା ଅବରୋଧ କରିବା ସହ ପଥଚାରୀ ଓ ବାଇକ୍ ଆରୋହୀଙ୍କୁ ଗୋଡ଼ାଇ ଆକ୍ରମଣ କରୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରତିଦିନ କୁକୁର କାମୁଡ଼ାର ଶିକାର ହୋଇ ବହୁ ଆକ୍ରାନ୍ତ ଡାକ୍ତରଖାନାର ଦ୍ୱାରସ୍ଥ ହେଉଛନ୍ତି । ଫଳରେ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ସହରବାସୀ । ସହରବାସୀଙ୍କ ଦାବି, କୁକୁରଙ୍କ ବଂଶବୃଦ୍ଧି ରୋକିବା ସହ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳୀ ଓ ଖାଦ୍ୟର ବ୍ୟବସ୍ଥା କରାଯାଉ ।
ସହରରେ 'ଆନିମଲ ବାର୍ଥ କଣ୍ଟ୍ରୋଲ' ସ୍କିମ୍ ସମ୍ପୂର୍ଣ୍ଣ ବନ୍ଦ ରହିବା ହିଁ ଏହି ଭୟାବହ ସ୍ଥିତିର ମୁଖ୍ୟ କାରଣ ବୋଲି କହିଛନ୍ତି ପ୍ରାଣୀ ବିଶେଷଜ୍ଞ ଭାନୁମିତ୍ର ଆଚାର୍ଯ୍ୟ ।
ଏଥିସହ ପଢ଼ନ୍ତୁ: ଆସୁଛି ଡଙ୍ଗାଭସା; ବିନ୍ଦୁସାଗରରେ ଦିଶିବ ଅତୀତ ଗୌରବର ଝଲକ, ଭାସିବ ବିଶାଳ ଡଙ୍ଗା
ଅନ୍ୟପଟେ ସହରବାସୀଙ୍କ ବଢ଼ୁଥିବା ଅସନ୍ତୋଷ ଓ ବିପର୍ଯ୍ୟସ୍ତ ସ୍ଥିତିକୁ ନେଇ ମୁହଁ ଖୋଲିଛି ବାରିପଦା ପୌରପରିଷଦ । ଆଇନଗତ ଜଟିଳତା ଏବଂ କେନ୍ଦ୍ର ସରକାରଙ୍କ ନୂତନ ଏବିସି ଗାଇଡଲାଇନ୍ ଅନୁପାଳନ କାରଣରୁ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ସାମୟିକ ଭାବେ ବନ୍ଦ ରହିଥିବା ସ୍ୱୀକାର କରିଛନ୍ତି ପୌରାଧ୍ୟକ୍ଷ ।
କେବଳ ପ୍ରତିଶ୍ରୁତି ନୁହେଁ, ବରଂ ଯୁଦ୍ଧକାଳୀନ ଭିତ୍ତିରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଆଣ୍ଟି-ରେବିସ୍ ଟିକାକରଣ ଏବଂ ସହରବାସୀଙ୍କ ଧନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଏବେ ବାରିପଦା ପୌରପ୍ରଶାସନ ପାଇଁ ସବୁଠାରୁ ବଡ଼ ଆହ୍ଵାନ ।