Videos
|
Odisha

Kartika Purima / ଆସୁଛି ଡଙ୍ଗାଭସା; ବିନ୍ଦୁସାଗରରେ ଦିଶିବ ଅତୀତ ଗୌରବର ଝଲକ, ଭାସିବ ବିଶାଳ ଡଙ୍ଗା

Debashree Debasmita Sahoo
Browse all articles by Debashree Debasmita Sahoo
·22 mins ago·2 min read
ଆସୁଛି ଡଙ୍ଗାଭସା; ବିନ୍ଦୁସାଗରରେ ଦିଶିବ ଅତୀତ ଗୌରବର ଝଲକ, ଭାସିବ ବିଶାଳ ଡଙ୍ଗା
Boita Bandana at Bindusagar

Key Points

ଆଉ ଦିନକ ପରେ କାର୍ତ୍ତିକ ପୂର୍ଣ୍ଣିମା
ବିନ୍ଦୁସାଗରରେ ଭାସିବା ବିଶାଳ ଡଙ୍ଗା
ଜୋରସୋରରେ ଚାଲିଛି ନିର୍ମାଣ କାର୍ଯ୍ୟ
ଭୁବନେଶ୍ଵର: ଆସୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ରାଜଧାନୀର ବିଭିନ୍ନ ପୁଷ୍କରିଣୀ ଓ ନଦୀକୂଳରେ ଗୁଞ୍ଜିରତି ହେବ "ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ'ର.. ମାସକ ଧରମ ମୋ'ର…" । ଏଇ ଧାଡ଼ିଗୁଡ଼ିକ ଭିତରେ ରହିଛି ଓଡ଼ିଆ ଜାତିର ସୁବର୍ଣ୍ଣ ଇତିହାସର ଚିତ୍ର । ପୂର୍ଣ୍ଣିମାର ଏହି ବିଶେଷ ମୁହୂର୍ତ୍ତକୁ ଓଡ଼ିଆମାନେ ଚାହିଁ ରହିଥିବା ବେଳେ ବୋଇତ ବନ୍ଦାଣ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ୧୫ ଫୁଟ୍ ଲମ୍ବ ଓ ସାଢ଼େ ୮ ଫୁଟ୍ ଉଚ୍ଚତା ବିଶିଷ୍ଟ ବିଶାଳ ହଂସ ଡଙ୍ଗା, ଯାହାକି ବିନ୍ଦୁସାଗରରେ ଭାସିବ ।

ଚଳିତବର୍ଷ ଦେବୟୁଗ ପରିବାର ପକ୍ଷରୁ ମଧ୍ୟ ଆଉ ଏକ ମୟୂର ଆକୃତିର ଡଙ୍ଗା ନିର୍ମାଣ କରାଯାଉଛି । ଫଳରେ ଏଥର ବିନ୍ଦୁସାଗରରେ ଦୁଇଟି ବିଶାଳ ଓ ଆକର୍ଷଣୀୟ ଡଙ୍ଗା ଦେଖିବାକୁ ମିଳିବ । ନଳାମୁହଁ ସାହିର ହୃଷୀକେଶ ବେହେରା ଏହି ଡଙ୍ଗା ତିଆରି କରୁଛନ୍ତି । ତାଙ୍କୁ ସହଯୋଗ କରୁଛନ୍ତି କାରିଗର ସୌଦାମିନୀ ସାମଲ ।

  • ଡଙ୍ଗା ତିଆରି କରିବାକୁ ଲାଗିଲା କେତେ ଦିନ ?
ଅନ୍ୟପଟେ ଏହି ୧୫ ଫୁଟିଆ ବୋଇତ ତିଆରି କରିବାକୁ ତାଙ୍କୁ ପାଖାପାଖି ୧୫ ଦିନ ସମୟ ଲାଗିଥିବା ବେଳେ ମୟୂର ବୋଇତ ଚାରିପଟେ ରହିବେ ସାତଭାଇଙ୍କ ପ୍ରତିମା । ୨୦୦୫ ମସିହାରୁ ହୃଷୀକେଶ ବେହେରା ଏହି ବିଶାଳ ଡଙ୍ଗା ତିଆରି କରୁଥିବା ବେଳେ ପ୍ରତି ବର୍ଷା ଭିନ୍ନ ଭିନ୍ନ ଆକୃତିର ଡଙ୍ଗା ତିଆରି କରିଥାନ୍ତି । ପୂର୍ବରୁ ହଂସ ଏବଂ ଚିଲ ଆକୃତି ହୋଇଥିବା ବେଳେ ଚଳିତବର୍ଷ ସେ ମୟୂର ଆକୃତିର ବୋଇତ ତିଆରି ହୋଇଛି ।

  • ବୋଇତର ଦାମ କେତେ ?
ବାଉଁଶ, ହାଲୁକା କାଠ ଓ ସୋଲ, ରଙ୍ଗ, ଚୁମକି ଆଦି ବ୍ୟବହାର କରାଯାଇଛି । ୨୦ ଦିନ ଆଗରୁ ତାଙ୍କୁ ଡଙ୍ଗା ପାଇଁ ବରାଦ ଆସିଥାଏ । ବରାଦ ଆସିବାମାତ୍ରେ ସେ କାମ ଆରମ୍ଭ କରି ଦିଅନ୍ତି । ବର୍ତ୍ତମାନ ବୋଇତ ତିଆରି କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଏହି ବୋଇତର ଦାମ୍ ରହିଛି ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା । ତେବେ ଏଥର ବି କାର୍ତ୍ତିକ ପୂର୍ଣ୍ଣିମାରେ ପୁରାତନ ପରମ୍ପରା ଅନୁଯାୟୀ ସାଧବ ପୁଅଙ୍କ ସ୍ମୃତି ଚାରଣ କରି ସବୁ ସ୍ଥାନରେ ପାଳନ କରାଯିବ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ । 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସଜେଇ ହେଉଛି ବୋଇତ… ଡଙ୍ଗାରେ ନିଶାମୁକ୍ତି ଓ ପରିବେଶ ସୁରକ୍ଷାର ବାର୍ତ୍ତା

ତେବେ, କାର୍ତ୍ତିକ ପୂର୍ଣ୍ଣିମା ହେଉଛି ଓଡ଼ିଶାର ଏକ ପ୍ରମୁଖ ଓ ପବିତ୍ର ପର୍ବ, ଯାହା କାର୍ତ୍ତିକ ମାସର ଶେଷ ଦିନରେ ପାଳନ କରାଯାଏ । ଏହି ଦିନ ପ୍ରାତଃ କାଳରୁ ଲୋକମାନେ ନଦୀ ଓ ପୁଷ୍କରିଣୀରେ କଦଳୀ ପାଟୁଆରେ ତିଆରି ଡଙ୍ଗା ଭସାଇ ‘ଆ କା ମା ବୈ’ ଗାନ କରି ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଥାନ୍ତି । ଏହି ପବିତ୍ର ତିଥିରେ ଦେବାଳୟମାନଙ୍କରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଜମିବା ସହ ଧର୍ମୀୟ ଉତ୍ସାହ ଦେଖିବାକୁ ମିଳିଥାଏ ।