Videos
|
Weather-calamities

Odisha Weather / ଏଥର ବଢ଼ିବ ଶୀତ; ୨ ଦିନ କୁହୁଡ଼ି ପାଇଁ ଆଲର୍ଟ

Sushanta Sahoo
Browse all articles by Sushanta Sahoo
·14 mins ago·2 min read
ଏଥର ବଢ଼ିବ ଶୀତ; ୨ ଦିନ କୁହୁଡ଼ି ପାଇଁ ଆଲର୍ଟ
Yellow Warning for 3 Districts

Key Points

୨ ଦିନ ପାଇଁ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟେଲୋ ଆଲର୍ଟ ଦିଆଯାଇଛି । ସେହିଭଳି ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବା ନେଇ ପୂର୍ବାନୁମାନ କରାଯାଇଛି ।
ଭୁବନେଶ୍ଵର: ବାତ୍ୟା ପ୍ରଭାବରେ ବାୟୁ ମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ବୃଦ୍ଧି ପାଇଛି । ଏବେ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ବୃଦ୍ଧି ସମ୍ଭାବନା ରହିଛି । ଫଳରେ ଆଗାମୀ ୪ ଦିନ ମଧ୍ୟରେ ରାତି ତାପମାତ୍ରାରେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସହ ଶୀତ ବୃଦ୍ଧି ସମ୍ଭାବନା ରହିଛି ।

ଏବେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ସକାଳ ସମୟରେ କୁହୁଡ଼ି ଦେଖିବାକୁ ମିଳିଛି । ରବିବାର ରାଜଧାନୀ ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ସର୍ବନିମ୍ନ ଦୃଶ୍ୟମାନ ଦୂରତା ୧୦୦ ମିଟର ରହିଥିଲା । ଗୋପାଳପୁର ଓ ଝାରସୁଗୁ଼ଡ଼ା ଜିଲ୍ଲାରେ ଘନ କୁହୁଡ଼ି ଦେଖା ଯାଇଥିବା ବେଳେ ଉତ୍ତର ଓଡ଼ିଶାର କେନ୍ଦୁଝରର ସ୍ଵଳ୍ପ କୁହୁଡ଼ି ଦେଖିବାକୁ ମିଳିଛି ।

ଏଥିସହ ପଢ଼ନ୍ତୁ: ରାଜ୍ୟକୁ ମାଡ଼ିଆସିଲା ଘନ କୁହୁଡ଼ି, ବିଭିନ୍ନ ଅଞ୍ଚଳରେ ହ୍ରାସ ପାଇଲା ଦୃଶ୍ୟମାନ ଦୂରତା 

ବିଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ପ୍ରାୟ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଖସିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ଵାଭାବିକ ଠାରୁ ୫ରୁ ୮ ଡିଗ୍ରୀ ଅଧିକ ରହିଛି । ଉପକୂଳ ଓଡ଼ିଶାରେ ପାରଦ ସ୍ଵାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିଥିବା ରେକର୍ଡ କରାଯାଇଛି ।


କୁହୁଡ଼ି ପାଇଁ ଅରେଞ୍ଜ ୱାର୍ଣ୍ଣିଂ

ଆଞ୍ଚଳିକ ପାଣିପାଗ ବିଜ୍ଞା କେନ୍ଦ୍ର ଘନ କୁହୁଡ଼ି ନେଇ ଆଲର୍ଟ ଜାରି କରିଛି । ୨ ଦିନ ପାଇଁ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟେଲୋ ଆଲର୍ଟ ଦିଆଯାଇଛି । ସେହିଭଳି ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବା ନେଇ ପୂର୍ବାନୁମାନ କରାଯାଇଛି ।

ଏଥିସହ ପଢ଼ନ୍ତୁ: ବର୍ଷା ନ ସରୁଣୁ ପୁଣି ବଢ଼ିଲା ବର୍ଷା ଟେନସନ, ସମୁଦ୍ରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ 

ଖସିବ ରାତି ତାପମାତ୍ରା

ଏବେ ରାଜ୍ୟରେ ପାଗ ଶୁଖିଲା ରହିଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ । ଆଗାମୀ ୪ ଦିନ ମଧ୍ୟରେ ରାତି ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: