Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରାକ୍ଟର ତଳେ ଚାପି ହୋଇଗଲେ ବସନ୍ତ

Jitendra Dash
Browse all articles by Jitendra Dash
·2 years ago
ଟ୍ରାକ୍ଟର ତଳେ ଚାପି ହୋଇଗଲେ ବସନ୍ତ

ଅର୍ଗସ ବ୍ୟୁରୋ : ଅନୁଗୋଳ ଜିଲ୍ଲାରେ ଅଘଟଣ । ବାଗଡିଆ ଥାନା ଶିମିଳିପାଳ ପଞ୍ଚାୟତରେ ଟ୍ରାକ୍ଟର ଓଲଟି ଜଣେ ଯୁବକଙ୍କର ମୃତ୍ୟୁ । ମୃତକ ଜଣଙ୍କ ହେଲେ ଘଡ ଗ୍ରାମର ବସନ୍ତ ପେଣ୍ଠଈ l ସୂଚନା ଅନୁସାରେ, ଘଡ ଗ୍ରାମର ବସନ୍ତ ଏକ ଟ୍ରାକ୍ଟରରେ ଚାଳକ ଭାବେ କାମ କରନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶୁକ୍ରବାର ବସନ୍ତ ଟ୍ରାକ୍ଟର ନେଇ ଚରାକାନୀ ଗ୍ରାମରେ ଏକ ବଗିଚାରେ ହଳ କରୁଥିବା ବେଳେ ଟ୍ରାକ୍ଟରଟି ବିଲ ଭିତରେ ଥିବା ଏକ ଖାଲରେ ଓଲଟି ପଡିଥିଲା l ଫଳରେ ଘଟଣା ସ୍ଥଳରେ ଟ୍ରାକ୍ଟର ଚାଳକ ବସନ୍ତଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବାଗଡିଆ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମନେ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Basant died after being crushed under the tractor | Argus News