Videos
|
Odisha

ଏଟିଏମ ଲୁଟ ଉଦ୍ୟମ ପଣ୍ଡ, ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

Jitendra Dash
Browse all articles by Jitendra Dash
·2 years ago
ଏଟିଏମ ଲୁଟ ଉଦ୍ୟମ ପଣ୍ଡ, ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଅର୍ଗସ ବ୍ୟୁରୋ : ଏଟିଏମ ଲୁଟ ଉଦ୍ୟମ ପଣ୍ଡ । ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ବାସୁଦେବପୁର ପୋଲିସ । ଗିରଫ ହେଇଥିବା ବ୍ୟକ୍ତି ବାଲେଶ୍ୱର ଜିଲା ଖାଇରା ଥାନା ଅଂଚଳର ପାର୍ଥ କିଶୋର ପରିଡା । ବିଳମ୍ବିତ ରାତିରେ ବାସୁଦେବପୁର ଥାନା ପଢ଼ୁଆଁ ଠାରେ ଥିବା ଏସବିଆଇ ଏଟିଏମ କାଉଣ୍ଟରରେ ଗ୍ୟାସ କଟର ସାହାଯ୍ୟରେ କାଟି ଲୁଟ ଉଦ୍ୟମ କରୁଥିବା ବେଳେ ଘଟଣା ସ୍ଥଳରେ ବାସୁଦେବପୁର ପୋଲିସ ପହଞ୍ଚିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୋଲିସକୁ ଦେଖି ୪ଜଣ ଫେରାର ହେଇଯାଇଥିବା ବେଳେ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ୪ଜଣ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ତେବେ ତାଙ୍କ ନିକଟରୁ ବିଭିନ ମାରଣାସ୍ତ୍ର, ବିଭିନ ରେଂଚି ସହିତ ଗ୍ୟାସ କଟର, ସିଲିଣ୍ଡର ସହ ବ୍ୟବହୃତ କରିଥିବା ବୋଲେରୋ ଗାଡିକୁ ଜବଦ କରିଛି ପୋଲିସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
basudevpur atm loot case | Argus News