Videos
|
Odisha

ପୋଲିସ ହାତରେ ସୁନା ଚୋର, ୫ଟି ସୁନା ଚେନ୍ ସହ ଜଣେ ଗିରଫ

Jitendra Dash
Browse all articles by Jitendra Dash
·2 years ago·1 min read
ପୋଲିସ ହାତରେ ସୁନା ଚୋର, ୫ଟି ସୁନା ଚେନ୍ ସହ ଜଣେ ଗିରଫ

ଅର୍ଗସ ବ୍ୟୁରୋ : ବାସୁଦେବପୁର ବଜାରରେ ଥିବା ପିକେ ଜୁଏଲର୍ସରୁ ଲୁଟ ଘଟଣାର ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ବାସୁଦେବପୁର ପୋଲିସ । ଏଥି ସହ ତାର ନିକଟରୁ ୫ଟି ସୁନା ଚେନ ଜବଦ କରିଥିବା ନେଇ ଆଜି ସୂଚନା ଦେଇଛି ପୋଲିସ ।  ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଗତ କିଛି ଦିନ ତଳେ ବାସୁଦେବପୁର ବଜାରରେ ଥିବା ପିକେ ଜୁଏଲାର୍ସରୁ ଦିନ ଦିପ୍ରହରରେ ଲୁଟେରା ୧୨ଟି ସୁନା ଚେନ ଲୁଟି ନେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏ ଖବର ପାଇବା ପରେ ପୋଲିସ ସିସି ଟିଭି ଆଧାରରେ ବିଭିନ ସ୍ଥାନରେ ଚଢ଼ାଉ କରିଥିଲା । ଶେଷରେ ନୂଆପଡା ଅଞ୍ଚଳକୁ ଲୁଟେରାକୁ କାବୁ କରିଥିଲା । ତେବେ ଜଣେ ଗିରଫ ହେଇଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ପୋଲିସ ସୂଚନା ଦେଇଛି ।   ଗିରଫ ହେଇଥିବା ଲୁଟେରା ନୂଆପଡା ଅଂଚଳର ମୁସଲିମ ବାଘର ଜାଫ୍ରି ବୋଲି ଜଣାପଦିଛି । ତେବେ ଗିରଫ ପରେ ତାର ନିକଟରୁ ୫ଟି ସୁନା ଚେନକୁ ପୋଲିସ ସିଜ କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
basudevpur gold theft case | Argus News