October Cyclone Alert / ୨୧ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପ; ପୁଣି ଅକ୍ଟୋବରରେ ବାତ୍ୟା ଭୟ
·57 mins ago·2 min read

Key Points
ପୁଣି ଅକ୍ଟୋବରରେ ବାତ୍ୟା ଭୟ
ମାସ ଶେଷକୁ ବଦଳିବ କି ରାଜ୍ୟର ପାଣିପାଗ?
୨୧ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପ
ମାସ ଶେଷକୁ ବଦଳିବ କି ରାଜ୍ୟର ପାଣିପାଗ?
୨୧ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପ
ଭୁବନେଶ୍ଵର: ପୁଣି ଅକ୍ଟୋବରରେ ବାତ୍ୟା ଭୟ । ମାସ ଶେଷକୁ ବଦଳିପାରେ ରାଜ୍ୟର ପାଣିପାଗ । ଆସନ୍ତା ୨୧ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଆନ୍ତର୍ଜାତିକ ମଡେଲ୍ ଗୁଡ଼ିକର ଆକଳନ ଅନୁଯାୟୀ, ଚଳିତ ମାସ ଶେଷ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ପ୍ରଣାଳୀ ବାତ୍ୟାର ରୂପ ନେଇପାରେ ଏବଂ ଅକ୍ଟୋବର ୨୯ ତାରିଖ ବେଳକୁ ଓଡ଼ିଶାରେ କରିପାରେ ଲ୍ୟାଣ୍ଡଫଲ୍ । ପୁଣି ସେହି ଅକ୍ଟୋବର ୨୯...ଓଡ଼ିଶାବାସୀଙ୍କ ମନେ ପକାଇ ଦେଉଛି ୧୯୯୯ର କରାଳ ସ୍ମୃତି ।
ପଢନ୍ତୁ ଏହି ଖବର: ଆସୁଛି କି ବାତ୍ୟା ? ଅକ୍ଟୋବର ଶେଷ ବେଳକୁ ବଦଳିବ କି ରାଜ୍ୟର ପାଣିପାଗ
- IMDର ଆସିଲା ଫ୍ରେସ୍ ରିପୋର୍ଟ
- ଆଜି ରାଜ୍ୟରେ ପାଗ ଶୁଖିଲା
ପଢନ୍ତୁ ଏହି ଖବର: ଆସୁଛି କି ବାତ୍ୟା ? ଅକ୍ଟୋବର ଶେଷ ବେଳକୁ ବଦଳିବ କି ରାଜ୍ୟର ପାଣିପାଗ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯଦି ଦେଖିବା ବର୍ତ୍ତମାନ ଭୁବନେଶ୍ଵର ଓ କଟକରେ ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ ରହିଛି । ଆଜି ରାଜ୍ୟରେ ସକାଳୁ ସକାଳୁ ସାମାନ୍ୟ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
Related Topics
Explore more stories