October Cyclone Update / ଆସୁଛି କି ବାତ୍ୟା ? ଅକ୍ଟୋବର ଶେଷ ବେଳକୁ ବଦଳିବ କି ରାଜ୍ୟର ପାଣିପାଗ
·36 mins ago·2 min read

Key Points
ଅକ୍ଟୋବର ଶେଷ ସୁଦ୍ଧା ବାତ୍ୟା ହେବ କି ?
କଣ କହୁଛି ଭୁବନେଶ୍ଵର ପାଣିପାଗ ବିଭାଗ
କଣ କହୁଛି ଭୁବନେଶ୍ଵର ପାଣିପାଗ ବିଭାଗ
ଭୁବନେଶ୍ଵର: ମାସ ଶେଷ ବେଳକୁ ବଦଳିବ କି ରାଜ୍ୟର ପାଣିପାଗ । ଆସିବ କି ବାତ୍ୟା ? ଏବେଠୁ ସ୍ପଷ୍ଟ ଆକଳନ ହୋଇନଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ଆକଳନ ୨୧ ତାରିଖବେଳକୁ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ । ଆଗକୁ ଏହାର ତୀବ୍ରତା, ସମ୍ଭାବ୍ୟ ଗତିପଥ ନେଇ ପାଣିପାଗ ବିଭାଗ କିଛି ସ୍ପଷ୍ଟ କରିନଥିବା ବେଳେ ବିଭିନ୍ନ ମଡେଲର ବାତ୍ୟା ପୂର୍ବାନୁମାନ ଓ ଅକ୍ଟୋବର ସଂଯୋଗ ବଢ଼ାଇଛି ଡର ।
ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲର ତାଜା ପୂର୍ବାନୁମାନ ହେଲା, ବଙ୍ଗୋପସାଗରରେ ଚଳିତ ମାସ ଶେଷବେଳକୁ ଆସିପାରେ ବାତ୍ୟା । କିନ୍ତୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଯାଏଁ କୌଣସି ସୂଚନା ଦିଆଯାଇନାହିଁ । ପ୍ରତିବର୍ଷ ଅକ୍ଟୋବର ମାସରେ ବାତ୍ୟା ଭୟ ଉପକୂଳିଆ ଲୋକଙ୍କୁ ଡରାଇଥାଏ । ଏହାରି ଭିତରେ ଅନ୍ତର୍ଜାତୀୟ ପାଣିପାଗ ରିପୋର୍ଟ ଚିନ୍ତା ବଢାଉଛି । ମାତ୍ର ଯେପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ IMD ପକ୍ଷରୁ ସତର୍କ ନ କରାଯାଇଛି, ସେପର୍ଯ୍ୟନ୍ତ ଏନେଇ କିଛି କହିହେବ ନାହିଁ।
ପଢନ୍ତୁ ଏହି ଖବର: ଭିଜିବ କି ପାର୍ବଣ? ଦଶହରାରେ ବର୍ଷା ହେବ ନା ଶୁଖିଲା ରହିବ ପାଗ? ୨୨ରୁ ପୁଣି ଲଘୁଚାପ ସମ୍ଭାବନା...

- ଏହି ଜିଲ୍ଲାରେ ବର୍ଷା ହେବ
ପଢନ୍ତୁ ଏହି ଖବର: ଭିଜିବ କି ପାର୍ବଣ? ଦଶହରାରେ ବର୍ଷା ହେବ ନା ଶୁଖିଲା ରହିବ ପାଗ? ୨୨ରୁ ପୁଣି ଲଘୁଚାପ ସମ୍ଭାବନା...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୧୯ ତାରିଖଠାରୁ ପାଗ ଶୁଖିଲା
Related Topics
Explore more stories