Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କଳାରାହଙ୍ଗରେ ବୁଲିଲା ବୁଲଡୋଜର; କଟୁରୀ-ପନିକି ଧରି ଅଧିକାରୀଙ୍କୁ ଗୋଡ଼ାଇଲେ ମହିଳା

Odisha

Bulldozer Action / କଳାରାହଙ୍ଗରେ ବୁଲିଲା ବୁଲଡୋଜର; କଟୁରୀ-ପନିକି ଧରି ଅଧିକାରୀଙ୍କୁ ଗୋଡ଼ାଇଲେ ମହିଳା

Sushanta Sahoo
Browse all articles by Sushanta Sahoo
·1 day ago·2 min read
କଳାରାହଙ୍ଗରେ ବୁଲିଲା ବୁଲଡୋଜର; କଟୁରୀ-ପନିକି ଧରି ଅଧିକାରୀଙ୍କୁ ଗୋଡ଼ାଇଲେ ମହିଳା
High Drama During BDA Bulldozer Operation

Key Points

ବାରମ୍ବାର ନୋଟିସ୍ ପରେ ବି ଶୁଣିଲେନି
ଶେଷରେ ଆକ୍ସନ ମୋଡ୍‌ରେ ବିଡିଏ
୩୦ରୁ ଅଧିକ ବେଆଇନ ଦୋକାନ ମାଟିରେ ମିଶିଲା
ଭୁବନେଶ୍ଵର: ରାଜଧାନୀରେ ବିଡିଏର ବଡ଼ ଆକ୍ସନ । ଭାଙ୍ଗିଲା ଘର, ଉଜୁଡ଼ିଲା ସଂସାର । ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ କଳାରାହଙ୍ଗ ଅଞ୍ଚଳରେ ବିଡିଏ ବୁଲଡୋଜର ବୁଲାଇଛି । ପ୍ରାୟ ୩୦ରୁ ଅଧିକ ବେଆଇନ ଦୋକାନ ଗୃହକୁ ମାଟିରେ ମିଶାଇ ଦେଇଛି ପ୍ରଶାସନ । ଏହି ଉଚ୍ଛେଦ ସମୟରେ ଦେଖିବାକୁ ମିଳିଛି ହାଇଡ୍ରାମା । ହାତରେ ପନିକି ଓ କଟୁରୀ ଧରି ଅଧିକାରୀଙ୍କୁ ଗୋଡ଼ାଇଛନ୍ତି ବସ୍ତି ବାସିନ୍ଦା ।

ଭୁବନେଶ୍ୱର ପଟିଆ ଅଞ୍ଚଳ କଳାରାହଙ୍ଗରେ ରାସ୍ତା ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ବେଳେ ଦେଖା ଦେଇଛି ଜୋରଦାର ଉତ୍ତେଜନା॥ ଆଜି ୩୦ରୁ ଅଧିକ ବେଆଇନ ଦୋକାନ ଘର ଉପରେ ଚାଲିଛି ବିଡିଏର ବୁଲଡୋଜର । ଦୀର୍ଘ ବର୍ଷ ଧରି ରାସ୍ତା କଡ଼ରେ ଥିବା ଦୋକାନ ଭଙ୍ଗା ଯାଇଛି ।

ଏଥିସହ ପଢ଼ନ୍ତୁ: ସୌମ୍ୟ ହତ୍ୟା ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ; ରଣପୁର ଜଙ୍ଗଲରେ ଲୁଚିଥିବା ଆଉ ୨ ଜଣ ଗିରଫ 

ନିଜ ପେଟ ପାଟଣା ସହ ସବୁକିଛି ମାଟିରେ ମିଶି ଚୁରମାର ହେବା ପରେ ବିକଳରେ କାନ୍ଦୁଛନ୍ତି ବସ୍ତି ବାସିନ୍ଦା । କିଏ ପ୍ରତିବାଦ କରୁଛି ତ ପୁଣି କିଏ ହାତରେ ବ୍ୟାଙ୍କ ଲୋନ୍ କାଗଜ ଧରି ନେହୁରା ହେଉଛି । କିଛି ମହିଳାଙ୍କ ହାତରେ ଠେଙ୍ଗା ସହ ପନିକି ଥିବାବେଳେ ସେମାନେ ଅଧିକାରୀଙ୍କୁ ଗୋଡ଼ାଇଛନ୍ତି ।

କଳାରାହଙ୍ଗ ଅଞ୍ଚଳରେ ରାସ୍ତା ଚଉଡ଼ା ହେବାକୁ ନେଇ ବହୁବାର ପ୍ରଶାସନ ତରଫରୁ ନୋଟିସ୍ ଦିଆଯାଇଥିଲେ ବି ବସ୍ତି ବାସିନ୍ଦା ଏହାକୁ କର୍ଣ୍ଣପାତ କରୁନଥିଲେ । ସରକାରୀ ଜାଗାକୁ ମାଡ଼ି ବସି ଦୋକାନ ବଜାର କରିଥିବାରୁ ଏଠାରେ ରାସ୍ତା ସଂକୀର୍ଣ୍ଣ ହୋଇ ଗମନାଗମନରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଥିଲା ।

ଦୈନିକ ଟ୍ରାଫିକ୍ ଜାମ୍ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ । ଆଉ ସେଥିପାଇଁ ଆଜି ପୂରା ଆକ୍ସନ ମୋଡ୍‌ରେ ନଜର ଆସିଥିଲା ବିଡିଏ । ଜନହିତ ପାଇଁ ପ୍ରଶାସନ ଆକ୍ସନ ଜାରି ରହିଥିବା ବେଳେ ବେଘର ହୋଇଥିବା ଗରିବ ଲୋକଙ୍କ ସାମ୍ନାରେ ଏବେ ପେଟ ପାଟଣାର ବଡ଼ ଚିନ୍ତା ।

ଏଥିସହ ପଢ଼ନ୍ତୁ: ଭାଙ୍ଗିଗଲା ୯୨୬ ପରିବାରର ସ୍ୱପ୍ନ; ବିଶ୍ଵାସରେ ବିଷ ଦେଲେ ଦଲାଲ, ପ୍ରଶାସନ ବୁଲାଇଲା ବୁଲଡୋଜର୍ 

ଶ୍ୟାମପୁରରେ ୯୨୬ଟି ଘର ଉଚ୍ଛେଦ

ଏହା ପୂର୍ବରୁ ଏପ୍ରିଲ୍ ମାସରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା । ଦୁଇ ଦିନର ଏହି ଉଚ୍ଛେଦ ଅଭିଯାନରେ ମୋଟ ୯୨୬ଟି ଘରକୁ ମାଟିରେ ମିଶାଇ ଦିଆଯାଇଛି । ଶ୍ୟାମପୁର ପଣ୍ଡାକୁଦିଆ ଅଞ୍ଚଳରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଡିଏକୁ ୬୮ ଏକର ଜମି ଦିଆଯାଇଥିଲା । ଏଠାରେ ଗରିବଙ୍କ ପାଇଁ 'ସୁଲଭ ଘର' ନିର୍ମାଣ ହେବାର ଥିଲା ।

ହେଲେ ଏହି ସରକାରୀ ଜମିକୁ ମାଡ଼ି ବସିଥିଲେ ଜମି ଦଲାଲ । ବିଲ୍ଡରଙ୍କ ଭଳି ପ୍ଲଟିଂ କରି ଜଣକୁ ୨ରୁ ୩ ଲକ୍ଷ ଟଙ୍କାରେ ଜମି ବିକ୍ରି କରି ଚାଲିଥିଲେ । ପ୍ରଥମ ଦିନରେ ୧୮୭ ଏବଂ ଦ୍ୱିତୀୟ ଦିନରେ ୧୨ଟି ଜେସିବି ସାହାଯ୍ୟରେ ୭୩୯ଟି ଘର ଭଙ୍ଗାଯାଇଛି ।

ସରକାରୀ ଜାଗାରେ ଥିବା ଘର ଭାଙ୍ଗିଛି, ଜମି ମଧ୍ୟ ଜବରଦଖଲ ମୁକ୍ତ ହୋଇଛି । କିନ୍ତୁ ପ୍ରଶ୍ନ ଉଠୁଛି, ଯେତେବେଳେ ୬୮ ଏକର ସରକାରୀ ଜମିରେ ବେଧଡ଼କ ପ୍ଲଟିଂ ଚାଲିଥିଲା, ସେତେବେଳେ ପ୍ରଶାସନ କ’ଣ କରୁଥିଲା ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BDA Bulldozer Action in Kalarahanga: 30 Illegal Shops Demolished | Argus News | Argus News