926 Families Homeless / ଭାଙ୍ଗିଗଲା ୯୨୬ ପରିବାରର ସ୍ୱପ୍ନ; ବିଶ୍ଵାସରେ ବିଷ ଦେଲେ ଦଲାଲ, ପ୍ରଶାସନ ବୁଲାଇଲା ବୁଲଡୋଜର୍
·1 hour ago·2 min read

Key Points
ଉଚ୍ଛେଦ ପରେ ଏବେ ବେସାହାରା ହୋଇ ପଡ଼ିଛନ୍ତି ଶହ ଶହ ଗରିବ ଗୁରୁବା । ଦଲାଲଙ୍କ ମିଠା ମିଠା କଥାରେ ବିଶ୍ୱାସ କରି ନିଜ ଜୀବନର ସମସ୍ତ ସଞ୍ଚିତ ପୁଞ୍ଜିକୁ ଲଗାଇ ଘର କରିଥିବା ଲୋକେ ଆଜି ଖୋଲା ଆକାଶ ତଳେ ।
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରର ଶ୍ୟାମପୁର ଏବେ ଜବରଦଖଲ ମୁକ୍ତ । କିନ୍ତୁ ଏହି ଉଚ୍ଛେଦ ପରେ ଏବେ ବେସାହାରା ହୋଇ ପଡ଼ିଛନ୍ତି ଶହ ଶହ ଗରିବ ଗୁରୁବା । ଦଲାଲଙ୍କ ମିଠା ମିଠା କଥାରେ ବିଶ୍ୱାସ କରି ନିଜ ଜୀବନର ସମସ୍ତ ସଞ୍ଚିତ ପୁଞ୍ଜିକୁ ଲଗାଇ ଘର କରିଥିବା ଲୋକେ ଆଜି ଖୋଲା ଆକାଶ ତଳେ ।
କିଏ ସେହି ଦଲାଲ ଯିଏ ସରକାରୀ ଜମିକୁ ନିଜର କହି ବିକ୍ରି କଲା ? ଆଉ କାହା ସାହସରେ ରାଜଧାନୀ ଛାତି ଉପରେ ଚାଲିଥିଲା ଏହି ବଡ଼ ଧରଣର ଜମି ଦଲାଲି ? ଶ୍ୟାମପୁର ମୌଜୋରେ ଚାରିଆଡ଼େ ଏବେ କେବଳ ଭଙ୍ଗାଇଟା ଓ ସିମେଣ୍ଟର ସ୍ତୂପ । ବିଡିଏ ପକ୍ଷରୁ ଚାଲିଥିବା 'ଅପରେସନ ଜବରଦଖଲ' ଏଠାରେ ସରିଛି ସତ, କିନ୍ତୁ ପଛରେ ଛାଡ଼ି ଯାଇଛି ଅନେକ କରୁଣ କାହାଣୀ ।
ଏଥିସହ ପଢ଼ନ୍ତୁ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ଏହି ଜିଲ୍ଲାରେ ଶିଶୁବାଟିକାରୁ କଲେଜ ସବୁ ବନ୍ଦ
କିଏ ସରକାରଙ୍କୁ ଦୋଷ ଦେଉଛି ତ କିଏ ନିଜ ଭାଗ୍ୟକୁ । ୭ ବର୍ଷର କୁନି ଝିଅ ଲିଜାର ମାଆ ହସ୍ପିଟାଲ ବେଡ୍ରେ... ଏପଟେ ମୁଣ୍ଡ ଉପରୁ ଛାତ ଚାଲି ଯାଇଛି । କାଲିଠୁ ଭୋକ ଉପାସରେ ପଡ଼ି ରହିଥିବା ଏହି କୁନି ଝିଅଟି କ'ଣ କରିବ କିଛି ଭାବି ପାରୁନି ।
ଦୁଇ ଦିନର ଏହି ଉଚ୍ଛେଦ ଅଭିଯାନରେ ମୋଟ ୯୨୬ଟି ଘରକୁ ମାଟିରେ ମିଶାଇ ଦିଆଯାଇଛି । ଶ୍ୟାମପୁର ପଣ୍ଡାକୁଦିଆ ଅଞ୍ଚଳରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଡିଏକୁ ୬୮ ଏକର ଜମି ଦିଆଯାଇଥିଲା । ଏଠାରେ ଗରିବଙ୍କ ପାଇଁ 'ସୁଲଭ ଘର' ନିର୍ମାଣ ହେବାର ଥିଲା ।
ଏଥିସହ ପଢ଼ନ୍ତୁ: ଫଲକ୍ନାମାରୁ ୩୪ ସଂଖ୍ୟାଲଘୁ ନାବାଳକ ଉଦ୍ଧାର,ବିହାର ଓ ପଶ୍ଚିମବଙ୍ଗରୁ ଯାଉଥିଲେ ହାଇଦ୍ରାବାଦ.....ବଢୁଛି ସନ୍ଦେହ
ହେଲେ ଏହି ସରକାରୀ ଜମିକୁ ମାଡ଼ି ବସିଥିଲେ ଜମି ଦଲାଲ । ବିଲ୍ଡରଙ୍କ ଭଳି ପ୍ଲଟିଂ କରି ଜଣକୁ ୨ରୁ ୩ ଲକ୍ଷ ଟଙ୍କାରେ ଜମି ବିକ୍ରି କରି ଚାଲିଥିଲେ । ପ୍ରଥମ ଦିନରେ ୧୮୭ ଏବଂ ଦ୍ୱିତୀୟ ଦିନରେ ୧୨ଟି ଜେସିବି ସାହାଯ୍ୟରେ ୭୩୯ଟି ଘର ଭଙ୍ଗାଯାଇଛି ।
ସରକାରୀ ଜାଗାରେ ଥିବା ଘର ଭାଙ୍ଗିଛି, ଜମି ମଧ୍ୟ ଜବରଦଖଲ ମୁକ୍ ହୋଇଛି । କିନ୍ତୁ ପ୍ରଶ୍ନ ଉଠୁଛି, ଯେତେବେଳେ ୬୮ ଏକର ସରକାରୀ ଜମିରେ ବେଧଡ଼କ ପ୍ଲଟିଂ ଚାଲିଥିଲା, ସେତେବେଳେ ପ୍ରଶାସନ କ’ଣ କରୁଥିଲା ? କିଏ ସେହି ପ୍ରଭାବଶାଳୀ ଦଲାଲ, ଯାହାର ସାହସରେ ୯୦୦ରୁ ଅଧିକ ପରିବାର ଠକାମିର ଶିକାର ହେଲେ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories