Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୂର୍ବ ଶତ୍ରୁତାକୁ ନେଇ ଥାନା ପରିସରରେ ଯୁବକଙ୍କୁ ମାଡ଼

Odisha

ପୂର୍ବ ଶତ୍ରୁତାକୁ ନେଇ ଥାନା ପରିସରରେ ଯୁବକଙ୍କୁ ମାଡ଼

Jitendra Dash
Browse all articles by Jitendra Dash
·2 years ago·1 min read
ପୂର୍ବ ଶତ୍ରୁତାକୁ ନେଇ ଥାନା ପରିସରରେ ଯୁବକଙ୍କୁ ମାଡ଼

ଅର୍ଗସ ବ୍ୟୁରୋ : ପୋଲିସଙ୍କୁ ଦୁର୍ବୁତ୍ତଙ୍କ ଖୋଲା ଚ୍ୟାଲେଞ୍ଜ । ପୂର୍ବ ଶତ୍ରୁତାକୁ ନେଇ ଥାନା ପରିସରରେ ଯୁବକଙ୍କୁ ମାଡ଼ । ଯୁବକଙ୍କୁ ଥାନା ଭିତରେ କଲେ ମରଣାତ୍ମକ ଆକ୍ରମଣ । ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ଥାନା ପରିସରରେ । ଶନିବାର ରାତ୍ରି ପ୍ରାୟ ୧୦ଟା ରେ ମୁଦୁଲି ସାହିର ଚିତ୍ତ ରଞ୍ଜନ ମୁଦୁଲି ଘରକୁ ଫେରୁଥିଲେ । ଏହି ସମୟରେ ୩ ଜଣ ଯୁବକ ପୂର୍ବ ଶତୃତାରୁ ଚିତ୍ତ ରଞ୍ଜନଙ୍କୁ ଥାନା ନିକଟରେ ମାଡ଼ ମାରିଥିଲେ । 

ଚିତ୍ତ ରଞ୍ଜନ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରି ଥାନା ପରିସରକୁ ଦୌଡ଼ି ଆସିଥିଲେ । ମାତ୍ର ଥାନା ପରିସରରେ ତିନି ଜଣ ଯୁବକ ମାଡ ମାରି ଲହୁଲୁହାଣ କରିବା ସହ ଏକ ଇଟାରେ ଚିତ୍ତରଞ୍ଜନଙ୍କ ମୁହଁକୁ ଛେଚି ଦେଇଥିଲେ । ତେବେ ପୋଲିସ୍ ୨ ଜଣ ଯୁବକଙ୍କୁ କାବୁ କରିବା ପରେ ଥାନାରେ ଅଟକ ରଖିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଖସି ଯାଇଛି । ଏନେଇ ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟ ନାରାୟଣ ପାଢ଼ୀ କୁହଛନ୍ତି, କେହି କାହାକୁ ଚିହ୍ନି ନାହଁନ୍ତି । ସମସ୍ତେ ନିଶାସକ୍ତ ଅବସ୍ଥାରେ ରହିଥିଲେ । ତେଣୁ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଏହି ସମୟରେ ଥାନାର ଉପରିସ୍ଥ ଅଧିକାରୀ କେଉଁଠି ଥିଲେ । ଥାନା ଭିତରେ ପସି ମାଡ଼ ମାରିବାକୁ ସାହସ ଦେଉଛି କିଏ । 

Education Next Season 5
Sponsored
Beat up the youth in the police station | Argus News