ଏଣେତେଣ ଦୌଡିଲେ ବିଜେଡି ନେତା ଓ କର୍ମୀ
·2 years ago·1 min read

ଅର୍ଗସ ବ୍ୟୁରୋ : ବିଜେଡ଼ିରେ ରାଲିରେ ମହୁମାଛିଙ୍କ ଆକ୍ରମଣ । ହଟହଟା ହେଲେ ବିଜେଡିର ନେତା ଓ କର୍ମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଶୋଇ ଠାରେ । ବିଜେଡ଼ିର ଶହ ଶହ କର୍ମୀଙ୍କୁ ନେଇ ଡିଜେ ଧ୍ଵନୀର ତାଳେ ତାଳେ ରାଲିରେ ଚାଲିଥିବା ବେଳେ ଡିଜେର କାନଫଟା ଧ୍ଵନୀରେ ଥାନା ନିକଟ ବରଗଛରେ ବସାବାନ୍ଧିଥିବା ମହୁମାଛିର ଆକ୍ରମଣର ଶିକାର ହୋଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ହେଲେ ଖୋଲା ଗାଡ଼ିରେ ଅଭିବାଦନ ଗ୍ରହଣ କରୁଥିବା ସାଂସଦ ପ୍ରାର୍ଥୀ, ବିଧାୟକ ପ୍ରାର୍ଥୀ ତଥା ରାଲିରେ ଯୋଗଦେଇଥିବା କର୍ମୀ ମାନେ ଥିଲେ । ମହୁମାଛିର କାମୁଡାରୁ କେହି ବି ବର୍ତ୍ତି ପାରିନଥିଲେ । ରାଲି ଚାଲିଥିବା ମହିଳା ମାନେ ଏଣେତେଣେ ଦୌଡ଼ୁଥିବା ବେଳେ ଖୋଲା ଗାଡ଼ିରେ ଅଭିବାଦନ ଗ୍ରହଣ କରୁଥିବା ସାଂସଦ ପ୍ରାର୍ଥୀ, ବିଧାୟକ ପ୍ରାର୍ଥୀ ତଥା ଅନ୍ୟ ନେତା ଗଣ ଗାମୁଛା ହଲାଇ ମହୁମାଛିଙ୍କୁ ଘଉଡାଉଥିବା ବେଳେ ଆଉ କିଏ ଗାମୁଛାରେ ମୁଣ୍ଡକୁ ଢାଙ୍କୁ ଥିବାର ଦେଖାଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: