Videos
|
Odisha

ଦାବି ଗୁଡିକ ଯଦି ପୂରଣ ନହୁଏ ତେବେ ବିକ୍ଷୋଭ ପଦର୍ଶନ କରିବ ଅଙ୍ଗନବାଡ଼ି ୱାକର୍ସ ଆସୋସିଏସନ୍

Jitendra Dash
Browse all articles by Jitendra Dash
·2 years ago·1 min read
ଦାବି ଗୁଡିକ ଯଦି ପୂରଣ ନହୁଏ ତେବେ ବିକ୍ଷୋଭ ପଦର୍ଶନ କରିବ ଅଙ୍ଗନବାଡ଼ି ୱାକର୍ସ ଆସୋସିଏସନ୍

ଅର୍ଗସ ବ୍ୟୁରୋ : ପୁଣି ନିଜ ନାର୍ଯ୍ୟ ଦାବିକୁ ନେଇ ରାଜଧାନୀରେ ଗର୍ଜିବେ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡ଼ିଜ ୱାକର୍ସ ଆସୋସିଏସନ୍ । ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାକର୍ସ ଆସୋସିଏସନ ପକ୍ଷରୁ ୮ ଦଫା ଦାବି ନେଇ ଏକ ପ୍ରେସମିଟ୍ ଅନୁଷ୍ଠିତ ହୋଇଯାଇଛି । 

ଦାବି ଗୁଡିକ ମଧ୍ୟରେ ରହିଛି ୨୦୧୮ ମସିହାରେ ଆନ୍ଦାଳନ ସମୟରେ ବହିଷ୍କୃତ ହୋଇଥିବା ୪ ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃନିଯୁକ୍ତି, ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ ମାନ୍ୟତା, ମିନି ଅଙ୍ଗନୱାଡି ଉଚ୍ଛେଦ କରି ଅଙ୍ଗନୱାଡିର ମାନ୍ୟତା ଦେବା, ମିନି ଅଙ୍ଗନୱାଡି କର୍ମୀ, ଅଙ୍ଗନୱାଡି କର୍ମୀ ଓ ସହାୟକଙ୍କୁ ଅବସରକାଳୀନ ୫ ଲକ୍ଷ ଓ ପେନସନ୍ ମାସିକ ୫୦୦୦ ଇତ୍ୟାଦି ୮ ଗୋଟି ଦାବି ରହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ଦାବି ଗୁଡିକ ଯଦି ଆସନ୍ତା ୨୮ ତାରିଖ ସୁଦ୍ଧା ପୂରଣ ନହୁଏ, ଆସନ୍ତା ୨୯ ତାରିଖ ଦିନ ଭୁବନେଶ୍ୱର ଲୋଏର ପିଏମଜି ଠାରେ ଏକ ବିଶାଳ ସଭା ସହିତ ବିକ୍ଷୋଭ ପଦର୍ଶନ କରାଯିବ ବୋଲି ଦୃଢ଼ ଚେତାବନୀ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Berhampur Anganwadi Workers protest | Argus News