Restoration Work / ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ବ୍ରହ୍ମପୁରକୁ ଆଉ ୫ ଜଣ ଯନ୍ତ୍ରୀ ନିୟୋଜିତ
·2 hours ago·2 min read

Key Points
ବନ୍ୟା ପରେ ଗଞ୍ଜାମରେ ପୁନରୁଦ୍ଧାର ଜୋରଦାର
ବ୍ରହ୍ମପୁରକୁ ଆଉ ୫ ଜଣ ଯନ୍ତ୍ରୀ ନିୟୋଜିତ
ଅଧିକ ଗତିଶୀଳ ହେବ ତୃଣମୂଳ ସ୍ତରର କାମ
ବ୍ରହ୍ମପୁରକୁ ଆଉ ୫ ଜଣ ଯନ୍ତ୍ରୀ ନିୟୋଜିତ
ଅଧିକ ଗତିଶୀଳ ହେବ ତୃଣମୂଳ ସ୍ତରର କାମ
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ ଏବଂ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB)ରୁ ଆଉ ୫ ଜଣ ଯନ୍ତ୍ରୀଙ୍କୁ ବ୍ରହ୍ମପୁର ମହାନଗର ନିଗମରେ ନିୟୋଜିତ କରାଯାଇଛି ।
ବ୍ରହ୍ମପୁରରେ ପୂର୍ବରୁ ଚାଲିଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଅଧିକ ବୈଷୟିକ ସହାୟତା ଯୋଗାଇଦେବା ସହ ତୃଣମୂଳ ସ୍ତରରେ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ଏହି ଅତିରିକ୍ତ ନିୟୋଜନର ଉଦ୍ଦେଶ୍ୟ ରହିଛି । ଏହି ଯନ୍ତ୍ରୀମାନଙ୍କ ସେବା ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କ ଅଧୀନରେ ନ୍ୟସ୍ତ କରାଯାଇଛି । ସେମାନେ ୧ ନଭେମ୍ବର ୨୦୨୬ ଅପରାହ୍ନଠାରୁ ନିଜ ନିଜର ବର୍ତ୍ତମାନର ଦାୟିତ୍ୱରୁ କେନ୍ଦ୍ରୀୟ ଭାବେ ଅବ୍ୟାହତ ହୋଇ ନୂତନ ଦାୟିତ୍ୱରେ ଯୋଗଦେବେ ।
ପଢନ୍ତୁ ଏହି ଖବର: ଗାଁ ଧୋଇନେଲା ଭୂସ୍ଖଳନ; ପ୍ରଳୟର ମୂକ ସାକ୍ଷୀ ସାଜିଛି ଏହି ଗୋଟିଏ ଘର

- କିଏ ସେହି ୫ ଯନ୍ତ୍ରୀ ?
- ଶେରଗଡ଼ରେ ବନ୍ୟା ବିଭୀଷିକାର ବିକଳ ଚିତ୍ର
- ବ୍ରହ୍ମପୁରରେ ଜଳଯୋଗାଣ ସ୍ୱାଭାବିକ କରିବାକୁ ପଦକ୍ଷେପ
ପଢନ୍ତୁ ଏହି ଖବର: ଗାଁ ଧୋଇନେଲା ଭୂସ୍ଖଳନ; ପ୍ରଳୟର ମୂକ ସାକ୍ଷୀ ସାଜିଛି ଏହି ଗୋଟିଏ ଘର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାତ୍ୟା ପରବର୍ତ୍ତୀ ସମୟରେ ନିରାପଦ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଜଳ ବିଶୋଧନାଗାରଗୁଡ଼ିକରେ ଅଧିକ ମାତ୍ରାରେ କ୍ଲୋରିନେସନ୍ କରାଯାଉଛି। ପ୍ରି-କ୍ଲୋରିନେସନ୍ ୪ ପିପିଏମ୍ ଏବଂ ପୋଷ୍ଟ-କ୍ଲୋରିନେସନ୍ ୧୦ ପିପିଏମ୍ ମାତ୍ରାରେ କରାଯାଉଥିବାବେଳେ ବିତରଣ ବ୍ୟବସ୍ଥାର ଶେଷଭାଗରେ ୨ ପିପିଏମ୍ କ୍ଲୋରିନେସନ୍ ସୁନିଶ୍ଚିତ କରାଯାଉଛି। ଅନ୍ୟପକ୍ଷରେ, ହିଞ୍ଜିଳିକାଟୁ ଏବଂ ଗୋପାଳପୁରରେ ଜଳଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି।
Related Topics
Explore more stories