Videos
|
Odisha

ମେଡ଼ିକାଲ କଲେଜରେ ପୁଣି ରାଗିଂ, ଜୁନିୟରଙ୍କୁ ପିଟିଲେ ସିନିୟର ଛାତ୍ର

Jitendra Dash
Browse all articles by Jitendra Dash
·2 years ago·1 min read
ମେଡ଼ିକାଲ କଲେଜରେ ପୁଣି ରାଗିଂ, ଜୁନିୟରଙ୍କୁ ପିଟିଲେ ସିନିୟର ଛାତ୍ର

ଅର୍ଗସ ବ୍ୟୁରୋ : ପୁଣି ଏମକେସିଜି ମେଡ଼ିକାଲରେ ରାଗିଂ ଅଭିଯୋଗ । କ୍ୟାମ୍ପସରେ ଏମବିବିଏସ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଦୁଇଜଣ ସିନିୟର ଛାତ୍ର ମାଡ ମାରିବା ସାଙ୍ଗକୁ  ସହ ରାଗିଂ କରିଥିବା ଅଭିଯୋଗ ହୋଇଛି । ଏନେଇ ଟୁଇଟ କରିଛନ୍ତି ଛାତ୍ରଙ୍କ ବାପା । ମେଡ଼ିକାଲ କଲେଜର ଏମବିବିଏସ ଦ୍ଵିତୀୟ ବର୍ଷ ଛାତ୍ର ରୁଦ୍ର ରାଉତ ନାମକ ଜଣେ ଛାତ୍ର ଶୁକ୍ରବାର ରାତିରେ କ୍ୟାମ୍ପସ ଭିତରେ ହେଉଥିବା ବ୍ୟାଣ୍ଡପାର୍ଟି ଅଭ୍ୟାସ କରିବାକୁ ଯାଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଅଭ୍ୟାସ ସରିବା ପରେ ୨ ଜଣ ସିନିୟର ଛାତ୍ରଙ୍କ ଅନୁରୋଧ ପ୍ରକାରେ ରୁଦ୍ର ଉଭୟଙ୍କୁ ନେଇ ପୋଲିସ ଫାଣ୍ଡି ନିକଟରେ ଛାଡିଥିଲେ । ହେଲେ କୌଣସି କାରଣରକୁ ନେଇ ଏମବିବିଏସ ଚତୁର୍ଥ ବର୍ଷରେ ପଢୁଥିବା ୨ ଜଣ ସିନିୟର ଛାତ୍ର ରୁଦ୍ରଙ୍କୁ ମାଡ ମାରିଥିଲେ । ଆକ୍ରମଣ ଯୋଗୁଁ ରୁଦ୍ର ଚେତାଶୂନ୍ୟ ହୋଇଯାଇଥିଲେ । ଘଟଣାକୁ ନେଇ ରୁଦ୍ର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିବା ଜଣା ପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Berhampur medical college issue | Argus News