Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାହାରିନରେ ଦାଦନ ଖଟିବାକୁ ଯାଇ ଅକାଳରେ ଗଲା ଜୀବନ

Jitendra Dash
Browse all articles by Jitendra Dash
·2 years ago·1 min read
ବାହାରିନରେ ଦାଦନ ଖଟିବାକୁ ଯାଇ ଅକାଳରେ ଗଲା ଜୀବନ

ଅର୍ଗସ ବ୍ୟୁରୋ : ପୁଣି ଗଞ୍ଜାମରେ ଦାଦନ ଦୁଃଖ । ବାହାରିନକୁ ଦାଦନ ଖଟିବାକୁ ଯାଇ ଅକାଳରେ ଜୀବନ ଯାଇଛି । ଗଞ୍ଜାମ ଖଲ୍ଲିକୋଟ ବାଗଲପୁର ଗାଁରେ ଅଭାବନୀୟ ଘଟଣା । କିଛି ଦିନ ତଳେ ଗାଁର କାର୍ତ୍ତିକ ପ୍ରଧାନଙ୍କ ପୁଅ ସାଗର ପ୍ରଧାନ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ବାହାରିନ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟ ହୋଇଥିବା ଖବର ସାମ୍ନାକୁ ଆସିଛି । ସେପଟେ ଗୋଟିଏ ବୋଲି ପୁଅକୁ ହରାଇ ଦୁଃଖରେ ପରିବାର ଲୋକେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୁଅର ଶବକୁ ଫେରାଇ ଆଣିବା ପାଇଁ ଅପିଲ କରିଛନ୍ତି ପରିବାର ଲୋକେ । ଶବକୁ ଭିଟାମାଟିକୁ ଆଣିବା ସହ ସହାୟତା ଯୋଗାଇବା ପାଇଁ ପରିବାର ତରଫରୁ ଗଞ୍ଜାମ ଜିଲ୍ଲପାଳ, ଏସପି ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଦାଦନଙ୍କ ପାଇଁ ଓଡ଼ିଶା ସରକାର କିଛି କରୁନଥିବା ବେଳେ କାମ କରିବାକୁ ଯାଇ ବିଦେଶରେ ଅକାଳରେ ଯାଉଛି ଜୀବନ । ସେପଟେ ମୃତ ସାଗରଙ୍କ ବାପା କାର୍ତ୍ତିକ ପ୍ରଧାନ ମଧ୍ୟ ଦାଦନ ଖଟିବା ପାଇଁ ମାଳଦ୍ବୀପ ଯାଇଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
berhampur migrant death case | Argus News