ବାଇକକୁ ଧକ୍କା ଦେଲା ପୋଲିସ ଭ୍ୟାନ, ଜଣେ ମୃତ ଜଣେ ଗୁରୁତର
·2 years ago

ଅର୍ଗସ ବ୍ୟୁରୋ : ପୋଲିସ ଭ୍ୟାନ୍ ଧକ୍କାରେ ଜଣେ ମୃତ ଜଣେ ଗୁରୁତର । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଧୋବାଡ଼ିପାଟପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଇକରେ ୨ ଯୁବକ କଲେଜରୁ ଘରକୁ ଫେରୁଥିବାବେଳେ ଧକ୍କା ଦେଇଥିଲା ପୋଲିସ ଭ୍ୟାନ । ଦୁର୍ଘଟଣାସ୍ଥଳରେ ପହଞ୍ଚି ହିଞ୍ଜିଳି ପୋଲିସ ଗୁରୁତର ଅବସ୍ଥାରେ ୨ ଯୁବକଙ୍କୁ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୋଲିସ ଭ୍ୟାନଟି ହିଞ୍ଜିଳିକାଟୁ ଦେଇ ଛତ୍ରପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହ ଧକ୍କା ହୋଇଥିଲା । ଗୁରୁତର ଯୁବକଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟିଥିବା ପୋଲିସ ଭ୍ୟାନର ପତ୍ତା ମିଳିନଥୁବା ବେଳେ ପୋଲିସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
