ପାହାଡ, ଜଙ୍ଗଲ ଓ ଝରଣାରେ ମନଖୋଲା ବୁଲା

ଅର୍ଗସ ବ୍ୟୁରୋ : ଥଣ୍ଡା ଥଣ୍ଡା ପାଗରେ ମନଖୋଲା ବୁଲା । ବଣଭୋଜି ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜ୍ଜା । ପରିବାର, ସାଙ୍ଗ ମାନଙ୍କ ସହ କିଛି ଅଭୁଲା ସ୍ମୃତି । ପର୍ଯ୍ୟଟକଙ୍କୁ ନିଜ ଆଡକୁ ଟାଣି ଆଣୁଛି ପ୍ରସିଦ୍ଧ ଦୈବୀ ପୀଠ ମା' ନାରାୟଣୀ ପୀଠ । ଯାହାକି ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ସୀମାରେ ଥିବା ଭାଲେରୀ ପାହାଡ ଉପରେ ଅବସ୍ଥିତ । ଭାଲେରୀ ବାସିନୀ ମା'ଙ୍କୁ ନାରାୟଣୀ ଭାବେ ଲୋକେ ଜାଣନ୍ତି । ଏହା ଏକ ତନ୍ତ୍ର ପୀଠ ଭାବେ ପରିଚିତ ।
ଗୋଟିଏ ସ୍ଥାନରେ ଶିବ ଓ ଶକ୍ତି ପୂଜା ପାଉଛନ୍ତି । ପାହାଡ, ଜଙ୍ଗଲ ଓ ଝରଣା ପରି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମାଆ ନାରାୟଣୀଙ୍କ ପୀଠ । ବର୍ଷସାରା ରାଜ୍ୟ ଓ ରାଜ୍ୟ ବାହାରୁ ଲୋକଙ୍କ ଭିଡ ଜମୁଥିବାବେଳେ ଶୀତଦିନେ ଅଧିକ ଗହଳି ଲାଗେ । ଏହି ମନ୍ଦିରକୁ ଖଲ୍ଲିକୋଟ ମର୍ଦ୍ଦରାଜ ରାଜବଂଶ ଦ୍ବାରା ନିର୍ମାଣ କରାଯାଇଥିଲା । ଏହି ମନ୍ଦିର ଗୋଟିଏ ପଥରରେ ନିର୍ମିତ । ପୀଠକୁ ଆସିବା ପାଇଁ ଗମନାଗମନର ସୁଵିଧା ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ବଣଭୋଜି ପାଇଁ ବହୁ ସୁବିଧା ସହ ଗାଡି ପାର୍କିଂ, ରୋଷେଇ ସ୍ଥାନ, ପାନୀୟ ଜଳର ସୁବିଧା ରହିଛି । ଗାଧେଇବା ପାଇଁ ଝରଣା ଜଳ ସଂଗୃହିତ କୁଣ୍ଡ ରହିଛି । ବୁଲିବା ପାଇଁ ଇକୋପାର୍କ, ଶୈଚାଳୟ ଓ ଜଙ୍ଗଲ ବିଭାଗର ଅତିଥି ଗୃହ ରହିଛି । ପର୍ଯ୍ୟଟକମାନେ ନିଜ ସାଙ୍ଗରେ ଆସିଥିବା ଗ୍ରୁପ ସହ ଅଲଗା ଅଲଗା ସ୍ଥାନରେ ରୋଷେଇ କରିବା ସହ ଭୋଜିଭାତ କରି ନାଚଗୀତରେ ଉପଭୋଗ ପାଇଁ ଏହି ସ୍ଥାନ ସୁହାଇ ଥାଏ । ବିଶେଷ ଭାବେ ଡିସେମ୍ବର ଓ ଜାନୁଆରୀ ମାସରେ ଏହି ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ଭିଡ ଜମିଥାଏ ।