Videos
|
Odisha

Bhadrak School Closed / କାଲି ଭଦ୍ରକର ୨୦୫ ସ୍କୁଲ ଛୁଟି, ବନ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
କାଲି ଭଦ୍ରକର ୨୦୫ ସ୍କୁଲ ଛୁଟି, ବନ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି
School Closed

Key Points

ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ୪ଟି ବ୍ଲକର ୨୦୫ଟି ସ୍କୁଲ ବନ୍ଦ
ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଦୃଷ୍ଟିରୁ ଜିଲ୍ଲାପାଳଙ୍କ ନିଷ୍ପତ୍ତି
ଭଦ୍ରକ, ତିହିଡି, ଧାମନଗର, ଚାନ୍ଦବାଲିଟି ବ୍ଲକର ୨୦୫ଟି ସ୍କୁଲ ବନ୍ଦ

ପାଣି କମିଛି, ହେଲେ ବଢ଼ିଛି ଦୁର୍ଦ୍ଦଶା । ଭଦ୍ରକରେ ବନ୍ୟା ସ୍ଥିତିରେ ସୁଧାର ଆସିଥିଲେ ବି ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ଆଖୁଆପଦା ଓ ରାଜଘାଟ ଠାରେ ବୈତରଣୀ ଓ ସାଳନ୍ଦୀ ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ସାଳନ୍ଦୀ ନଦୀର ବନ୍ୟା ବିଶେଷ କରି ନଦୀ କୂଳିଆ ଲୋକ ମାନଙ୍କ ଚାଷ ଓ ବାସକୁ ଉଜାଡ଼ି ଦେଇଛି । ସେପଟେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ୨୦୫ଟି ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଭଦ୍ରକ, ତିହିଡି, ଧାମନଗର, ଚାନ୍ଦବାଲି ବ୍ଲକର ୨୦୫ଟି ସ୍କୁଲ ଆସନ୍ତାକାଲି ବନ୍ଦ ରହିବ ।

ସେପଟେ ରାଜ୍ୟରେ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା । ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା ବେଳେ ବନ୍ୟାଜଳ ସମ୍ପୂର୍ଣ୍ଣ ଛାଡ଼ିବାକୁ ଆଉ ୩ ଦିନ ସମୟ ଲାଗିବ ବୋଲି କହିଛନ୍ତି । ୬ଟି ଜିଲ୍ଲାର ୩୪ଟି ବ୍ଲକ୍, ୭୪୩ଟି ଗାଁ ଓ ପାଖାପାଖି ୧୨ ଲକ୍ଷ ୮୭ ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: MMDR ବିଲ୍‌: ମିଛ କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରନ୍ତୁ ନାହିଁ, ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍


ବାଲେଶ୍ୱର ଜିଲ୍ଲାର ୫୫ଟି ପଞ୍ଚୟତରେ ୨୮ ହଜାର ଲୋକ ଅଧିକ ପ୍ରଭାବିତ । ଭଦ୍ରକ ୩୬ ପଞ୍ଚାୟତର ୧ ଲକ୍ଷ ୯୦ ହଜାର, ଯାଜପୁରରେ ୩୧ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୬ ଲକ୍ଷ ଲୋକ ପାଣି ଘେରରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୮୪ ହଜାର ୬୬୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସ୍ଥାନାନ୍ତର କରାଯାଇଛି । ୧୮୫ଟି ରିଲିଫ୍ ସେଣ୍ଟର ମାଧ୍ୟମରେ ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି । ୯୪୦ ମେଟ୍ରିକ ଟନ୍ ଗୋ-ଖାଦ୍ୟ ଯୋଗାଇ ଦିଆଯାଇଛି ।

ଯାଜପୁର ଓ ଭଦ୍ରକରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଜଳସ୍ତର ଆହୁରି ହ୍ରାସ ପାଇବ । ତେବେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବୈତରଣୀ ଓ ସାଳନ୍ଦୀ ନଦୀରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନର କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: