Videos
|
Odisha

ବିଜେଡି ଛାଡ଼ି ବିଜେପିରେ ମିଶିଲେ ବୋଲି ହିଂସାତ୍ମକ ହେଲେ ବିଜେଡି କର୍ମୀ

Jitendra Dash
Browse all articles by Jitendra Dash
·2 years ago·1 min read
ବିଜେଡି ଛାଡ଼ି ବିଜେପିରେ ମିଶିଲେ ବୋଲି ହିଂସାତ୍ମକ ହେଲେ ବିଜେଡି କର୍ମୀ

ଅର୍ଗସ ବ୍ୟୁରୋ : ବେଙ୍ଗଲ ମୁହାଁ ଓଡ଼ିଶା ରାଜନୀତି । ଭଦ୍ରକରେ ସୀମା ଟପିଲା ବିଜେଡିର ବର୍ବରତା । ଯାହା ଇତିହାସରେ ବର୍ଣ୍ଣିତ ମଧ୍ୟଯୁଗୀୟ ବର୍ବରତାର ସ୍ମରଣ କରାଇଛି । ଭଦ୍ରକ ଜିଲ୍ଲା ପିରହାଟ ଥାନା ସାଲପୁରରେ ଗାଁରେ ଦେଖିବାକୁ ମିଳିଛି ଏପରି ତାଲିବାନୀ ମାନସିକତା । ପିଲରରେ ବନ୍ଧା ହୋଇଥିବା ବାଇଧର ମାଝିଙ୍କର ଭୁଲ ଏଇଆ ଯେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ । ସେଥିପାଇଁ ଗାଁରେ ଥିବା ବିଜେଡିର ସମର୍ଥକ ସଂଘବଦ୍ଧ ଭାବେ ବାଇଧରଙ୍କୁ ମାଡ଼ମାରି ଏଠାରେ ବାନ୍ଧି ଦେଇଥିଲେ । ଏକଥା ଜଣିବା ପରେ ବାଇଧରଙ୍କ ସ୍ତ୍ରୀ ଝରଣା ମାଝି ଉଦ୍ଧାର କରିବାକୁ ଆସିଥିଲେ । 

ତେବେ ବିଜେଡି ସମର୍ଥକ ତାଙ୍କୁ ବି ଛାଡ଼ିନଥିଲେ । ମାଡ଼ ମାରିବା ସହ ଝରଣାଙ୍କ ଶୀଢୀ ଚିରିଦେଇଥିବା ଅଭିଯୋଗ କରିଛନ୍ତି ନିଜ ଝରଣା । ପୋଲିସକୁ ଖବର ପାଇଁ ଆସି ଉଭୟଙ୍କୁ ଉଦ୍ଧାର କରିଥିଲା । ଏ ନେଇ ଶୁକ୍ରବାର ଝରଣା ମାଝି ପୀରହାଟ ଥାନାରେ ଏତଲା ଦେଇଛନ୍ତି । ଯେଉଁଥିରେ ୫ ମହିଳାଙ୍କ ସମେତ ୧୮ ଜଣଙ୍କ ବିରୋଧରେ ଅଭିଯୋଗ କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏବେ ପ୍ରଶ୍ନ  ଉଠୁଛି ଯେଉଁ ଦଳ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ବକୁ ସାମିଲ ପାଇଁ ଓକିଲାତି କରୁଛି ଏହାକି ସେହି ଦଳର ଆଚରଣ । ଏହିପରି ନିଜ କର୍ମୀଙ୍କୁ ଭଦ୍ର ଓ ନମ୍ରତାର ପାଠ ପଢାଇଥିଲେ ବିଜେଡି ସୁପ୍ରିମୋ ? ଭଦ୍ରକ ପୀରହାଟର ଏହି ଘଟଣା ବିଜେଡି ତଥା ନବୀନଙ୍କ ଦୋମୁହାଁ ଚରିତ୍ର ସାମ୍ନାକୁ ଆଣିଛି । ଥାନାରେ ଅଭିଯୋଗର ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ଏଯାଏ କାହିଁକି ହେଲାନି କାର୍ଯ୍ୟାନୁଷ୍ଠାନ ? ନା ବିଜେଡି ସମର୍ଥକ ବୋଲି ସାହସ ଜୁଟାଇ ପାରୁନି ପୋଲିସ ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bhadrak bjd issue | Argus News